ଅକ୍ଟୋବର ୪ରେ ଭାରତ ସୀମାରେ ପ୍ରବେଶ କରିବ ପାକିସ୍ତାନ, ଭାରତୀୟ ସେନାର ସୂଚନା

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସୀମା ସଲଗ୍ନ ଏଲଓସିରେ ପାକ୍ ସେନା ଅକ୍ଟୋବର ୪ ତାରିଖ ଶୁକ୍ରବାର ଦିନ ବଡ ଧରଣର ଉପଦ୍ରବ ଲାଗି ଯୋଜନା କରିଛି। ଭାରତୀୟ ସେନାକୁ ଏ ନେଇ ଗୁଇନ୍ଦା ସୂଚନା ମିଳିସାରିଥିବା ବେଳେ ପାକିସ୍ତାନର ଉଦ୍ୟମ ଭଣ୍ଡୁର କରିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସେନା ସୂଚନା ଦେଇଛି।

{"id":165926}

ମିଳିଥିବା ସୂଚନା ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ  ବିରୋଧ କରି ପିଓସିର ଲୋକଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ବିକ୍ଷୋଭ କରିବା ଲାଗି ପାକ୍ ସେନା ଉସକାଇଛି। ଲୋକଙ୍କ ବିକ୍ଷୋଭ ବାହାନାରେ ଏଲଓସିରୁ ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ପାକ୍ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ରଖିଛି। ତେବେ ପାକିସ୍ତାନର ଏହି ଚାଲକୁବି ଭଣ୍ଡୁର କରାଯିବ ବୋଲି ଭାରତୀୟ ସେନା କହିଛି।

{"id":165927}

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରଠାରୁ ପାକ୍ ବିଚଳିତ ହୋଇପଡିଥିବା ବେଳେ କାଶ୍ମୀରକୁ ପ୍ରସଙ୍ଗ କରିବାରେ ସବୁ ସ୍ତରରେ ବିଫଳ ହୋଇଛି। ସେପଟେ ସମ୍ବିଧାନ ସଂଶୋଧନ ଲାଗି ସୀମାରେ ସୁରକ୍ଷା କଡାକଡି ହୋଇଥିବାରୁ କାଶ୍ମୀର ଉପତ୍ୟାକାକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏଥିରେ ବିଚଳିତ ପାକ୍ ସେନା ଏବେ ସାଧାରଣ ନାଗରିକଙ୍କୁ ଢାଲ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା କରିଛି। ସେପଟେ ପାକିସ୍ତାନରେ କ୍ଷମତା ପରିବର୍ତ୍ତନର ବି ଏବେ ସୂଚନା ମିଳୁଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.