ସାମ୍ନାକୁ ଆସିଲା ପାକିସ୍ତାନର ମିଛ ! ତାଲିବାନ ସହ ଲଢୁଥିବା ପାକ୍ ସେନା ଅଧିକାରୀ ଆଫଗାନିସ୍ତାନରେ ନିହତ

Published By : Prameya-News7 Bureau | July 30, 2021 IST

କାବୁଲ ୩୦।୭: ଆଫଗାନିସ୍ତାନରେ ତାଲିବାନ ପ୍ରତି ପାକିସ୍ତାନର ସମର୍ଥନ ନଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାରମ୍ବାର କହୁଛନ୍ତି। ତେବେ ତାଲିବାନଙ୍କ ସହ ଆଫଗାନ ସେନା ବିରୋଧରେ ଲଢି ଜଣେ ପାକିସ୍ତାନୀ ସେନା ଅଧିକାରୀ ପ୍ରାଣ ହରାଇବା ଇମ୍ରାନଙ୍କ ମିଛ ଉପରୁ ପର୍ଦ୍ଦା ହଟାଇଛି। ଆଫଗାନ ଆର୍ମି ୨୦୯ କର୍ପ ଅନୁସାରେ ଜାଭେଦ ନାମକ ଜନୈକ ପାକିସ୍ତାନ ସେନା ଅଧିକାରୀ ଆକ୍ରମଣରେ ପ୍ରାଣ ହରାଇଛି। ଲୋଗର, ପକ୍ତିଆ ଓ ପକ୍ତିକା ଅଞ୍ଚଳରେ ପାକି୍ସ୍ତାନ ସେନା ସହ ଜାଭେଦ ତାଲିବାନଙ୍କ ନେତୃତ୍ୱ ନେଉଥିବା ବେଳେ ଆଫଗାନ ସେନା ସହ ଯୁଦ୍ଧରେ ପ୍ରାଣ ହରାଇଛି।

ଆଫାଗାନିସ୍ତାନରୁ ତାଲିବାନଙ୍କୁ ତଡିବା ଲାଗି ଆମେରିକା ସମେତ ଅନ୍ତର୍ଜାତୀୟ ସମୂଦାୟ ଏବେ ସ୍ଥାନୀୟ ସେନାକୁ ବିମାନ ଆକ୍ରମଣ ସହଯୋଗ କରୁଛନ୍ତି। ଫଳରେ ଆଫଗାନ ସେନାର ପ୍ରହାର ଜୋରଦାର ହୋଇଥିବା ବେଳେ ତାଲିବାନ ଛତ୍ରଭଙ୍ଗ ଦେଉଛନ୍ତି। ଏଥିରେ ଗଜନୀ, ତକର, କାନ୍ଧାର, ହେଲମନ୍ଦ ଓ ବଗଲାନ ସହିତ ୨୦ଟି ସ୍ଥାନରେ ଆଫଗାନ ସେନା ତାଲିବାନଙ୍କୁ ଚାଲେଞ୍ଜ କରୁଛନ୍ତି। ଫଳରେ ତାଲିବାନ ସମେତ ଅନେକ ପାକିସ୍ତାନ ସେନା ହତାହତ ହେଉତିବା ସୂଚନା ମିଳୁଛି। 

{"id":488266,"sizeSlug":"large","linkDestination":"none"}

ମିଳିତ ସେନାଙ୍କ ଭୟାନକ ଆକ୍ରମଣରେ ତାଲିବାନ ମୁଖପାତ୍ର ଜିବହୁଲ୍ଲା ମୁଜାହିଦ୍ଦ ତୀବ୍ର ପ୍ରତିକ୍ରିୟା ପ୍ରକାସ କରିଛି।  ଏଥିଲାଗି ଆମେରିକାକୁ ମୂଲ୍ୟ ଦେବାକୁ ପଡିବ ବୋଲି ଚେତାଇ ଜବିହୁଲ୍ଲା ଚେତାଇଛି।  ମିଳୁଥିବା ସୂଚନା ଅନୁସାରେ ଜାତୀୟ ରାଜମାର୍ଗକୁ ତାଲିବାନଙ୍କ କବଳରୁ ମୁକ୍ତ କରିବା ଲାଗି ଆଫଗାନିସ୍ତାନ ସେନାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳରେ  ଏନଏଚ୍‌ କଡେ କଡେ ଥିବା ଅନେକ ଗ୍ରାମକୁ ତାଲିବାନ ମୁକ୍ତ କରାଯାଇଥିବା ବେଳେ ଅନୁନ୍ୟ ୯ଟି ବିସ୍ପୋରକକୁ ନିଷ୍କ୍ରିୟା କରାଯାଇଛି। ଏଥିରେ ଆଫଗାନ ସେନା ହେରାତରେ ଭାରତ ସହଯୋଗରେ ନିର୍ମିତ ସଲମା ନଦୀ ବନ୍ଧ ପ୍ରକଳ୍ପ ଉପରେ ତାଲିବାନଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି।

କାବୁଲ, ମଜାର-ଏ-ସରିଫ, ଜଲାଲାବାଦ, କାନ୍ଧାର ଓ ହେରାତ ଭଳି ପ୍ରମୁଖ ସହରାଞ୍ଚଳକୁ ତାଲିବାନ ମୁକ୍ତ କରାଯାଇଥିବା ବେଳେ ସହରାଞ୍ଚଳ ସୁରକ୍ଷା କଡ଼ାକଡି କରାଯାଇଛି। ଏହା ଛଡା ତାଲିବାନଙ୍କ ମୁକାବିଲା ଲାଗି ଏବେ ସେନା ସହ ସ୍ଥାନୀୟ ଲୋକେ ମଧ୍ୟ ଅଣ୍ଟା ଭିଡିଛନ୍ତି।  ଏହି କ୍ରମରେ ଦାଇକୁଣ୍ଡିର ସିହା ଧର୍ମଗୁରୁ ଆୟାତୁଲ୍ଲାହା ବହିଜାଦା ତାଲିବାନ ବିରୋଧରେ ଲଢେଇ ଲାଗି ଲୋକଙ୍କ ନିମନ୍ତେ ଫତୱା ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.