Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଇସ୍ରାଏଲର ଚିର ଶତ୍ରୁ ହମାସ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଛି ପାକିସ୍ତାନ, ନିଜ ଦେଶର ମୁଖା ଖୋଲିଲେ ସାଂସଦ

6/06/2021 at 6:57 PM

ନୂଆଦିଲ୍ଲୀ ୦୬।୦୬: ପାକିସ୍ତାନ ସର୍ବଦା ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିଥାଏ। ଏବେ ଆଉ ଏକ ଖୁଲାସା ହୋଇଛି ଯେ, ଗାଜା ପଟିରେ ସକ୍ରିୟ ହମାସ ଆତଙ୍କବାଦୀଙ୍କୁ ପାକିସ୍ତାନ ପକ୍ଷରୁ ପ୍ରଶିକ୍ଷଣ  ଦିଆଯାଉଛି। ପାକିସ୍ତାନର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରଦୂତ ରାଜା ଜପର ଉଲ ହକ ଏହି ଖୁଲାସା କରିଛନ୍ତି।

ହକ୍ କହିଛନ୍ତି, ପାକିସ୍ତାନ ସେନା ଦୀର୍ଘ ଦିନରୁ ହମାସର ସଦସ୍ୟଙ୍କୁ ପ୍ରଶିକ୍ଷଣ ଦେଇଆସୁଛି ଏବଂ ଏହା ବର୍ତ୍ତମାନ ମଧ୍ୟ ଜାରି ରହିଛି। କୁହାଯାଉଛି ଯେ, ପାକିସ୍ତାନୀ ସେନାର ସ୍ପେଶାଲ କମାଣ୍ଡୋ ୟୁନିଟ୍‌ର ଏକ ବାଟାଲିୟନକୁ ଗାଜାରେ ଟ୍ରେନିଂ ସେଣ୍ଟର ଚଳାଇବା ପାଇଁ ମୁତୟନ କରିଥିଲା।

ହକ୍ କହିଛନ୍ତି, ଟ୍ୟୁନିସିଆ ଯାତ୍ରା ସମୟରେ ଅବୁ ଜିହାଦ ସହ ମୋର ସାକ୍ଷାତ କରାଯାଇଥିଲା। ସେହି ସମୟରେ ସେ ଜୀବିତ ଥିଲା। ଇସ୍ରାଏଲ ସହ ଯେବେ ବି ଲଢେଇ ହୁଏ ସେହି ସମୟରେ ପାକିସ୍ତାନ ଦ୍ଵାରା ପ୍ରଶିକ୍ଷଣପ୍ରାପ୍ତ ହମାସ ସଦସ୍ୟଙ୍କୁ ହିଁ ନିୟୋଜିତ କରାଯାଏ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଇସ୍ରାଏଲ ସ୍ଥାପନାକୁ ୭୦ ବର୍ଷ ବିତି ସାରିଛି। କିନ୍ତୁ ପାକିସ୍ତାନ ଏ ପର୍ଯ୍ୟନ୍ତ ଇସ୍ରାଏଲକୁ ଦେଶର ମାନ୍ୟତା ଦେଇ ନାହିଁ। ଗତ ଦିନରେ ଇସ୍ରାଏଲ ଓ ହମାସ ମଧ୍ୟରେ ଲଢେଇରେ ପାକିସ୍ତାନ ଖୋଲାଖୋଲି ଇସ୍ରାଏଲର ବିରୋଧ କରିଥିଲା। ଏପରିକି ପାକିସ୍ତାନର ରାଜନେତାଙ୍କଠୁ ନେଇ ସାଧାରଣ ଲୋକଙ୍କ ଗହଣରେ ଇସ୍ରାଏଲ ପ୍ରତି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏଥିସହ ସହର ଗୁଡିକରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା।

   Related Posts