ଯୁଦ୍ଧ ପାଇଁ ସଜବାଜ ସାଙ୍ଗକୁ ଭାରତକୁ ଚରମ ଧମକ ଦେଲେ ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଜାଭେଦ ବାଜୱା, ସୀମାରେ ପରିସ୍ଥିତି ଜଟିଳ

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: ଧାରା ୩୭୦ ହଟିବା ପରେ ଜାମ୍ମୁ-କଶ୍ମୀର ସ୍ଥିତି ଯେତିକି ସ୍ବଭାବିକ ହେଉଛି ସେତିକି ଅସ୍ବଭାବିକ ଆଚରଣ ପ୍ରଦର୍ଶନ କରୁଛି ପାକିସ୍ତାନ । ସବୁଆଡୁ ନିରାଶ ପରେ ପାକ୍ ନେତୃବର୍ଗ ଓ ସେନା ଏକଦମ ବିଚଳିତ ହୋଇପଡିଛନ୍ତି । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଚଳାଇଛନ୍ତି ଯୋଜନା। ଏହି ଯୋଜନାକୁ ସଫଳ କରିବାକୁ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସୈନ୍ୟ ସହ ଆତଙ୍କବାଦୀଙ୍କୁ ଠୁଳ କରୁଛି ।  

{"id":154046}

LoC ଠାରୁ ୩୦ କିଲୋମିଟର ଦୂରରେ ପ୍ରାୟ ୨ହଜାର ପାକ୍ ସେନା ମୁତୟନ କରାଯାଇଛି। ବିପୁଳ ପରିମାଣରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଆଣି ଠୁଳ କରିବାରେ ଲାଗିଛି ପାକ୍ ସେନା । ଗିଲଗିଟ ବାଲ୍ଟିସ୍ତାନସ୍ଥିତ ସ୍କର୍ଦୁ ବିମାନ ଘାଟିରେ ଜେଏଫ-୧୭ ଯୁଦ୍ଧ ବିମାନ ମୁତୟନ କରିଛି। ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ହରକ୍ୟୁଲସ ପରିବହନ ବିମାନ ସୈନ୍ୟଙ୍କୁ ନେଇ ଗିଲଗିଟ ବାଲ୍ଟିସ୍ତାନରେ ପହଞ୍ଚାଇଛି।  

{"id":154047}

ଏହାସହ ଶୀତ ପୂର୍ବରୁ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଅସ୍ତ୍ରସସ୍ତ୍ର ସହ ଭାରତ ମଧ୍ୟକୁ ପ୍ରବେଶ କରାଇବାକୁ ଯୋଜନା କରୁଛି ଆଇଏସଆଇ । ସୈନ ଠୁଳ, ପରେ ଆଜି ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀଙ୍କ ସହ LOC ପରିଦର୍ଶନ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍ । 

{"id":154049}

ଠିକ୍ ଏତିକିବେଳେ ସାମ୍ନାକୁ ଆସିଛି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଧମକ । ଆଜି ଭାରତକୁ ପୁଣି ଯୁଦ୍ଧ ଧମକ ଦେଇଛନ୍ତି ବାଜଓ୍ବା । ଶୁକ୍ରବାର ବାଜୱା କହିଛନ୍ତି ଯେ କାଶ୍ମୀର ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି। କାଶ୍ମୀର ଉପରେ ଭାରତ ସରକାରଙ୍କ ପଦକ୍ଷେପ ଆମ ପାଇଁ ଆହ୍ବାନ ହୋଇଛି। ଆମେ ଏଥିପାଇଁ କୌଣସି ବି ସ୍ତରକୁ ଯାଇପାରିବୁ ଓ କିଛି ବି କରିପାରିବୁ।

{"id":154050}

ପାକିସ୍ତାନ ସେନା ଶେଷ ନିଶ୍ବାସ ଏବଂ ଶେଷ ଗୁଳି ପର୍ଯ୍ୟନ୍ତ ଲଢିବ। ଏବେ ଯୁଦ୍ଧର ପରସ୍ଥିତି ସୃଷ୍ଟି ହୋଇଥିବା ବାଜଓ୍ବା କହିଛନ୍ତି । ବିଜେପି କିନ୍ତୁ କହିଛି ସେନାର ଆତ୍ମବିଶ୍ବାସ ବଢାଇବାକୁ ବାଜଓ୍ବା ଏମିତି ନାଟକ କରୁଛନ୍ତି ।

{"id":154051}

ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ରେଳ ମନ୍ତ୍ରୀ ଶେଖ ରାଶିଦ ଅହମଦ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଯୁଦ୍ଧ ଧମକ ଦେଇସାରିଛନ୍ତି । ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଭାରତ- ପାକିସ୍ତାନ ଯୁଦ୍ଧ ହେବ ବୋଲି ତ ପୂର୍ବରୁ ଯେମିତି ଗଣନା କରିସାରିଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ।

{"id":154052}

ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକ କିନ୍ତୁ ପାକିସ୍ତାନ ସେନାର ପ୍ରତି ସେକେଣ୍ଡର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସବୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି ।

{"id":154054}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.