Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆର୍ଥିକ ଚୁକ୍ତି ବାତିଲ୍, ମୁସ୍କିଲରେ ପାକିସ୍ତାନ: କ୍ଷମା ମାଗିବାକୁ ସାଉଦି ଆରବ ଯିବେ ପାକିସ୍ତାନ ଆର୍ମି ମୁଖ୍ୟ କମର ଜାଭେଦ ବାଜଓ୍ଵା

12/08/2020 at 9:28 PM

ଇସଲାମାବାଦ ୧୨।୦୮: ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସିଙ୍କ ବୟାନରେ କ୍ରୋଧିତ ସାଉଦି ଆରବକୁ ମନାଇବା ପାଇଁ ଏବେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵା ରାଜଧାନୀ ରିୟାଦ ଗସ୍ତ କରିବେ। ବାଜଓ୍ଵାଙ୍କ ଯାତ୍ରା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। ଦୁଇ ଦେଶ ମଧ୍ୟରେ ତିକ୍ତତା ଏମିତି  ବଢିଛି ଯେ ସାଉଦି ଆରବ ସରକାର ପାକିସ୍ତାନ ସହିତ ୬.୨ ବିଲିୟନ ଡଲାରର ଆର୍ଥିକ ଚୁକ୍ତିକୁ ବାତିଲ୍ କରି ଦେଇଛି ଏବଂ ଧାରରେ ତୈଳଓ ଗ୍ୟାସ୍ ଦେବା ଉପରେ ମଧ୍ୟ ରୋକ୍ ଲଗାଇଛି।

ଏହା ମଧ୍ୟରେ ପାକ୍ ଆର୍ମି ମୁଖ୍ୟ ସୋମବାର ଇସଲାମାବାଦରେ ସାଉଦି ଆରବର ରାଷ୍ଟ୍ରଦୂତ ଆଡମିରାଲ ନଓ୍ଵାଫ ବିନ ସଇଦ ଅଲ ମଲିକଙ୍କୁ ଭେଟିଛନ୍ତି। ଏହା ପରେ ପାକିସ୍ତାନୀ ସେନା ବିବୃତ୍ତି ଜାରି କରି କହିଛି ଏହି ସାକ୍ଷାତ ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ପାରସ୍ପରିକ ହିତ, କ୍ଷେତ୍ରୀୟ ସୁରକ୍ଷା ଓ ଦ୍ଵିପାକ୍ଷିକ ପ୍ରତିରକ୍ଷା ସମ୍ବନ୍ଧରେ ଆଲୋଚନା ହୋଇଛି। ବୈଠକକୁ ନେଇ ଏହାର ସୂଚନା ଦିଆଯାଇ ନାହିଁ ଯେ କଣ କ୍ୟୁରେସିଙ୍କ ବୟନାକୁ ନେଇ ବାଜଓ୍ଵା ଓ ସାଉଦି ରାଷ୍ଟ୍ରଦୂତଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇଛି କି ?

ପାକିସ୍ତାନରେ ମଧ୍ୟ କ୍ୟୁରେସିଙ୍କ ବୟାନକୁ ସାର୍ବଜନୀନ ଭାବେ ନିନ୍ଦା କରାଯାଉଛି। ସ୍ଥିତି ଏମିତି ଉପୁଜିଛି ଯେ କ୍ୟୁରେସିଙ୍କୁ ଗଣମାଧ୍ୟମଠୁ ପଳାୟନ କରିବାକୁ ପଡୁଛି। ଅନ୍ୟପଟେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ କ୍ୟୁରେସିଙ୍କ ବୟାନ ଉପରେ ସଫେଇ ଦେଇ କହିଛି ତାଙ୍କ ବୟାନ ଦେଶବାସୀଙ୍କ ଓଆଇସିରୁ କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଠାଇବାର ଇଚ୍ଛା ଓ ଆକାଂକ୍ଷାକୁ ଦର୍ଶାଉଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆଇଶା ଫାରୁକି କହିଛନ୍ତି ଦେଶବାସୀଙ୍କ ଓଆଇସିରୁ ବହୁତ ଆଶା ରହିଛି। ସେମାନେ ଚାହୁଁଛନ୍ତି ଓଆଇସି କାଶ୍ମୀର ପ୍ରସଙ୍ଗକୁ ସମଗ୍ର ଦୁନିଆରେ ଉତ୍‌ଥାପନ କରୁ। ଏହି ସମ୍ବନ୍ଧରେ ଆମର ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

ସାଉଦିକୁ କଣ କହିଥିଲେ କ୍ୟୁରେସି

କ୍ୟୁରେସି କହିଥିଲେ ସାଉଦି ଆରବ ଓଆଇସିକୁ(ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ) ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଛିଡା ହେବାକୁ ଦେଉ ନାହିଁ। କ୍ୟୁରେସି କହିଥିଲେ ଓଆଇସି କାଶ୍ମୀର ଉପରେ ନିଜର ବୈଦେଶିକ ମନ୍ତ୍ରୀଙ୍କ ପରିଷଦ ବୈଠକ ଡକାଇବାରେ ମନମୁଖୀ କାମ ବନ୍ଦ କରୁ। ପାକିସ୍ତାନ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ୫୭ ମୁସଲିମ ଦେଶର ସଂଗଠନ ଓଆଇସିର  ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଡକାଇବା ପାଇଁ କ୍ରମାଗତ ସାଉଦି ଆରବ ଉପରେ ଚାପ ପକାଉଛି। ସେ ଆଉ ଏକ ଜବାବରେ କହିଥିଲେ ପାକିସ୍ତାନ ଆଉ ଅପେକ୍ଷା କରି ପାରିବ ନାହିଁ।

   Related Posts