Pokରେ ଭାରତୀୟ ବାୟୁସେନାର ବୋମା ଆକ୍ରମଣକୁ ସ୍ୱୀକାର କରିଛି ପାକିସ୍ତାନ
26/02/2019 at 10:04 AM
କରାଚୀ ୨୬/୨ : ପୁଲୱାମା ହମଲା ପରେ ଭାରତ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି | ଆଜି ଭୋର ସାଢେ ୩ଟା ବେଳେ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାରି କରି ଅନେକ ଆତଙ୍କୀ ଶିବିରକୁ ଧ୍ବଂସ କରିଛି | ବାୟୁସେନାର ମୀରାଜ-୨୦୦୦ ବିମାନ ଆତଙ୍କୀ ଶିବିର ଉପରକୁ ହଜାରେ କିଲୋର ବୋମାମାଡ କରିଥିଲା |

Indian aircrafts intruded from Muzafarabad sector. Facing timely and effective response from Pakistan Air Force released payload in haste while escaping which fell near Balakot. No casualties or damage.— Maj Gen Asif Ghafoor (@OfficialDGISPR) February 26, 2019
ଯାହାଫଳରେ ଆତଙ୍କୀ ଶିବିର ସମ୍ପୂର୍ଣ ଧ୍ବଂସ ହୋଇଯାଇଛି | ଅପରପକ୍ଷରେ ପାକିସ୍ତାନ ସେନାର ମୁଖ୍ୟ ମେଜର ଜେନେରାଲ ଆସିଫ ଗଫୁର ଆଜି ସକାଳେ ଟ୍ୱିଟ କରି କହିଛନ୍ତି ଯେ, ମୁଜାଫରପୁର ସେକ୍ଟରରେ ଭାରତୀୟ ବିମାନ ନିୟନ୍ତ୍ରଣ ରେଖା ଉଲଂଘନ କରିଥିଲା | ଏହାପରେ ପାକିସ୍ତାନୀ ସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା | ପାକିସ୍ତାନୀ ବାୟୁ ସେନା ତରଫରୁ ଠିକ ସମୟରେ ଆକ୍ରମଣ କରାଯାଇଥିବାରୁ ଭାରତୀୟ ବାୟୁସେନା ପଳାୟନ କରିଥିଲା ବୋଲି କହିଛନ୍ତି ଗଫୁର | ଯିବାବେଳେ ଭାରତୀୟ ବାୟୁସେନା ଵାଲାକୋଟରେ କିଛି ବୋମା ପକାଇ ଯାଇଥିଲା | କିନ୍ତୁ କେହି ଆହତ ହୋଇନଥିବା ସେ କହିଛନ୍ତି |

Indian Air Force violated Line of Control. Pakistan Air Force immediately scrambled. Indian aircrafts gone back. Details to follow.— Maj Gen Asif Ghafoor (@OfficialDGISPR) February 25, 2019
Indian aircrafts’ intrusion across LOC in Muzafarabad Sector within AJ&K was 3-4 miles.Under forced hasty withdrawal aircrafts released payload which had free fall in open area. No infrastructure got hit, no casualties. Technical details and other important information to follow.— Maj Gen Asif Ghafoor (@OfficialDGISPR) February 26, 2019