Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କୋଭିଡ ବୁଷ୍ଟର ଡୋଜ୍ ଟିକାକୁ ପାକିସ୍ଥାନରେ ସବୁଜ ସଙ୍କେତ, ଏହି ବର୍ଗଙ୍କୁ ମିଳିବ ପ୍ରଥମେ

1/12/2021 at 5:43 PM

ଇସଲାମାବାଦ ୦୧/୧୨ : ବର୍ତ୍ତମାନ କରୋନାର ଭୟ କମିନଥିଲା ବେଳେ ନୂଆ ଭାଇରସ ଓମିକ୍ରନ୍ ପୁଣି ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । କରୋନା ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର (ଏନସିଓସି) ପାକିସ୍ଥାନରେ କରୋନା ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ ଅନୁମତି ଦେଇଛି।

ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟ କର୍ମୀ, ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କୁ ଏହି ଟିକା ପାଇଁ ଅଗ୍ରାଧିକାର ଦିଆଯିବ। ଏହି ବ୍ୟକ୍ତିମାନଙ୍କୁ ବୁଷ୍ଟର୍ ଡୋଜ ଟିକା ମାଗଣା ମିଳିବ ବୋଲି ଏନସିଓସି କହିଛି। କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କୁହାଯାଇଛି।

ପାକିସ୍ଥାନରେ କୋଭିଡ ଟିକାକରଣ ତ୍ୱରାନ୍ୱିତ କରିବା ଉପରେ ଏନସିଓସି ଜୋରର ଦେଇଛି। ଯେଉଁ ଲୋକେ ଏବେ ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି ସେମାନଙ୍କୁ ସାରା ଦେଶରେ ୪୦ଟି କଲ୍ ସେଣ୍ଟର ମାଧ୍ୟମରେ ଯୋଗାଯୋଗ କରାଯାଉଛି। ଚଳିତ ଡିସେମ୍ବରରୁ ପାକିସ୍ଥାନରେ ବାଧ୍ୟତାମୂଳକ ଟିକାକରଣର ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି। ସାରା ବିଶ୍ୱରେ ଓମିକ୍ରନ ତାର କାୟା ବିସ୍ତାର କରୁଥବା ସମୟରେ ଏହାକୁ ରୋକିବା ପାଇଁ ଟିକାକରଣ ଏକ ମାତ୍ର ମାଧ୍ୟମ ବୋଲି ଏନସିଓସି ବୟାନ ଦେଇଛି।

ରାଜ୍ୟ ଅଧିକାରୀମାନଙ୍କୁ ଟିକାକରଣର କାର୍ଯ୍ୟକାରିତାକୁ ନେଇ ଜିରୋ ଟୋଲେରାନ୍ସ ବା ଶୂନ୍ୟ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ଥାନରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟ ପ୍ରତିନିଧିମାନଙ୍କୁ ଓମିକ୍ରନକୁ ନେଇ ସତର୍କତା ଅବଲମ୍ବନ କରିବା, ଟିକାକରଣର ସ୍ଥିତି ଯାଞ୍ଚ କରିବା ସହ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରୀକ୍ଷଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି।

   Related Posts