ଖୋଲିଲା କରତାରପୁର କରିଡର: ଭାରତୀୟ ତୀର୍ଥଯାତ୍ରୀଙ୍କୁ ଆସିବା ପାଇଁ ଅନୁମତି ଦେବାକୁ ଅପିଲ କଲା ପାକିସ୍ଥାନ

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧ : ପାକିସ୍ଥାନ କରତାରପୁର କରିଡର ପୁଣି ଥରେ ଖୋଲିଛି। ଆସନ୍ତା ଗୁରୁ ନାନକ ଜୟନ୍ତୀରେ ଶିଖ୍ ତୀର୍ଥ ଯାତ୍ରୀଙ୍କୁ ସେଠାକୁ ଯିବାକକୁ ଅନୁମତି ଦେବାପାଇଁ ଭାରତକୁ ପାକିସ୍ଥାନ ଅନୁରୋଧ କରିଛି । ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ୨୦୧୯ ମସିହା ନଭେମ୍ବର ମାସ ୯ ତାରିଖରେ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତିର ପୂର୍ବଦିନ ସଂଧ୍ୟାରେ କରତାରପୁର କରିଡର୍ର ଉଦ୍ଘାଟନ କରିଥିଲେ।

କିନ୍ତୁ କରିଡର ଖୋଲିବାର କିଛିଦିନ ପରେ କରୋନା ମହାମାରୀ କାରଣରୁ ତୀର୍ଥଯାତ୍ରୀଙ୍କ ଯିବା ଆସିବା ମାର୍ଚ ୨୦୨୦ରୁ ବନ୍ଦ କରି ଦିଆଯାଇଛି। ପାକିସ୍ଥାନର ବୈଦେଶିକ କାର୍ଯ୍ୟାଳୟ କହିଛି ‘‘ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ କର୍ତାରପୁର କରିଡର ଆସିବା ପାଇଁ ତୀର୍ଥ ଯାତ୍ରୀଙ୍କୁ ମଧ୍ୟ ଅନୁମତି ଦେଇ ନାହିଁ। ପାକିସ୍ଥାନ କହିଛି ଚଳିତ ବର୍ଷ ଗୁରୁ ନାନକ ଜୟନ୍ତିରେ ନଭେମ୍ବର ୧୭ ରୁ ୨୬ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବାବେଳେ ସାରା ବିଶ୍ୱରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଆତିଥ୍ୟ ଦେବାପାଇଁ ଆମେ ପ୍ରସ୍ତୁତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.