Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଋଷିଙ୍କୁ ଝୁରୁଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା ଖେଳାଳି, ଟ୍ୱିଟ୍ କରି କହିଲେ ‘ଗୋଟିଏ ଯୁଗର ଅନ୍ତ ହେଲା’

30/04/2020 at 4:01 PM

ଲାହୋର, ୩୦|୦୪:  ମହାନ ଅଭିନେତା ଋଶି କପୁର ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ମୁମ୍ବାଇର ଏକ ଘରୋଇ ମେଡିକାଲରେ ପ୍ରାଣ ହରାଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ତାଙ୍କୁ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ୬୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ମୃତ୍ୟୁରେ କେବଳ ଭାରତ ନୁହେଁ ପାକିସ୍ତାନର କ୍ରିକେଟରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତାର, ଓ୍ୱକାର ୟୁନିସ ଆଦି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସୋଏବ ଟ୍ୱିଟରେ କହିଛନ୍ତି ଯେ, ଏହି ଜୀବନ ଦୁଃଖ ଅଟେ ଓ ସୁଖ ମଧ୍ୟ ଅଟେ । କେବଳ ହୃଦୟ ଭାଙ୍ଗିବା ନୁହେଁ ଏହା ହୃଦୟ ଜୋଡିଥାଏ ମଧ୍ୟ । ଋଷିଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗୁଛି । ତାଙ୍କ ସହ ଏକ ଯୁଗର ଅନ୍ତ ମଧ୍ୟ ହୋଇଯାଇଛି । ସେ ଋଷିଙ୍କ ବହୁତ ବଡ ଫ୍ୟାନ ବୋଲି କହିଛନ୍ତି ।

ସେହିପରି ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ୱକାର ୟୁନିସ୍ ଟ୍ୱିଟ୍ କରି କହିଛନ୍ତି ଯେ, ହୃଦୟ ଭାଙ୍ଗିଯାଇଛି । ବିଶ୍ୱ ସିନେମା ପାଇଁ ଏହା ଏକ ଭୟାବହ ସପ୍ତାହ । ଆପଣ ସର୍ବଦା ଆମ ହୃଦୟରେ ରହିବେ ବୋଲି ସେ କହିଛନ୍ତି । ଏତତ୍ ବ୍ୟତୀତ ଜାଭେଦ ମିଆଁଦାଦ ମଧ୍ୟ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି ।

ଆହୁରି ମଧ୍ୟ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ସନତ ଜୟସୂରିୟା, ଅଲରାଉଣ୍ଡର ଥିସାଲା ପରେରା ମଧ୍ୟ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି ।  

   Related Posts