Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଏବେ ନିର୍ବାଚନରେ EVM ବ୍ୟବହାର କରିବ ପାକିସ୍ତାନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମତି

9/05/2021 at 4:47 PM

ଇସ୍ଲାମାବାଦ ୯।୫:  ପାକିସ୍ତାନ ଆଉ ପାରମ୍ପରିକ ବାଲଟ ପେପର ଓ ଭୋଟବାକ୍ସରେ ନିର୍ବାଚନ କରିବନି। ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ମାଧ୍ୟମରେ ସାଧାରଣ ନିର୍ବାଚନ ଆୟୋଜନ ଲାଗି ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ ଅଲୱିଙ୍କ ସ୍ୱୀକୃତି ମିଳିଛି। ଏଥିପାଇଁ ନିର୍ବାଚନ ଅଧିନିୟମକୁ ଶଂସୋଧନ କରାଯାଇଥିବା ବେଳେ ଇଭିଏମ୍‌ କ୍ରୟ ଲାଗି ପାକିସ୍ତାନ ନିର୍ବାଚନ କମିଶନଙ୍କୁ ଅନୁମତି ମିଳିଛି।

ଶଂସୋଧିତ ଅଧିନିୟମରେ ବିଦେଶରେ ରହୁଥିବା ପାକିସ୍ତାନୀମାନଙ୍କୁ ଭବିଷ୍ୟତରେ ସାଧାରଣ ଓ ଉପ ନିର୍ବାଚନରେ ଭୋଟ ଦାନ ଲାଗି ଅନୁମତି ମଧ୍ୟ ପ୍ରଦାନ କରାଯାଇଛି।  ଇମ୍ରାନଙ୍କ କ୍ୟାବିନେଟ୍‌ ଗତମାସରେ ଦରିଆପାର ପାକିସ୍ତାନୀଙ୍କ ମତଦାନ ଅଧିକାର ଓ ନିର୍ବାଚନରେ ଇଭିଏମ ଉପଯୋଗ ନିମନ୍ତେ ପ୍ରସ୍ତାବକୁ ମଞ୍ଜୁର କରିଥିଲା। ତେବେ ଦୀର୍ଘ ବର୍ଷ ହେଲା ପାକିସ୍ତାନ ସାଧାରଣ ନିର୍ବାଚନରେ ଭୋଟଗ୍ରହଣ ଲାଗି ବାଲଟ ପେପର ଓ ଭୋଟ ବାକ୍ସ ଉପଯୋଗ ହୋଇ ଆସୁଛି। 

ପାରମ୍ପରିକ ନିର୍ବାଚନ ପଦ୍ଧତୀ ଲାଗି ଦେଶରେ ଏପର୍ଯ୍ୟନ୍ତ ନିର୍ବାଚନ ହେରଫେରର ଅଭିଯୋଗ ହୋଇ ଆସୁଥିଲା। ତେବେ ଆର୍ଥିକ ସଂକଟ ସତ୍ତ୍ୱେ ଇମ୍ରାନ ସରକାର ପ୍ରଥମଥର ନିର୍ବାଚନ ସଂସ୍କାର ଦିଗରେ ବୃହତ୍ତ ପଦକ୍ଷେପ ନେଇଛନ୍ତି। ଏଥିରେ ଇଭିଏମର ଉପ ଯୋଗ ସାଙ୍ଗକୁ ବିଦେଶରେ ରହୁଥିବା ପାକିସ୍ତାନ ନାଗରିକଙ୍କ ମତଦାନ ଅଧିକାର ସୁରକ୍ଷିତ ହୋଇ ପାରିବା ପାକ୍ ରାଜନୀତିରେ ନୂଆ ଅଧ୍ୟାୟ  ସୃଷ୍ଟି କରିପାରିବ ବୋଲି ଆଶାକରାଯାଉଛି।

   Related Posts