Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପାକିସ୍ତାନ ଆଉ ୨.୬ କୋଟି ଏକର ଚାଷଜମିକୁ ପାଇବନି ପାଣି,ଭାରତସହ ନୁହେଁ ଭୋକ ସହ ଯୁଦ୍ଧ କରିବେ ଏଣିକି ପାକିସ୍ତାନ ଲୋକ

23/02/2019 at 6:44 PM

ଭାରତ- ପାକିସ୍ତାନ ମଧ୍ୟରେ ଶତ୍ରୁତା ସବୁବେଳେ ରହି ଆସିଥିଲେ ବି ଭାରତ ବଂର ନିଜର ମହନୀୟତା ଦେଖାଇ ସବୁବେଳେ ସାହାର୍ଯ୍ୟ କରିଆସିଛି । ଆଜି ସିନା ବିଭାଜନ ଦୃଷ୍ଟିରି ପାକିସ୍ତାନ ଆମଠାରୁ ଅଲଗା ହୋଇଯାଇଛି ହେଲେ ସମସ୍ତ ନିର୍ଭରଶୀଳତା ଭାରତ ଉପରେ ଅଛି । ଭାରତ ଯଦି ପାକିସ୍ତାନକୁ ସବୁ କ୍ଷେତ୍ରରେ ବିରୋଧ କରେ , ତାହେଲେ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ଅନେକ ଦୁର୍ଦ୍ଦଶା ।

ପାକିସ୍ତାନ ସହ ଯୁଦ୍ଧ ନ କରି ମଧ୍ୟ ଅନ୍ୟବାଟରେ ଶାସନ କରିହେବ । ଭାରତ ନେବାକୁ ଯାଉଛି ଏବେ  ଗୋଟେ ବଡ଼ ପଦକ୍ଷେପ ।

ଭାରତ ଯଦି ସିନ୍ଧୁ ନଦୀର ଜଳକୁ ପାକିସ୍ତାନକୁ ବନ୍ଦ କରିଦିଏ, ପାକିସ୍ତାନ ଭୋଗିବ ଅନେକ ଦୁର୍ଦ୍ଦଶା । ପାକିସ୍ତାନର ଲୋକ ଯୁଦ୍ଧ କରିବାକୁ ଆସି ସୀମା କିମ୍ବା ଆତଙ୍କୀ ହମଲା କରିବାକୁ ଆସିବେନି ଭାରତ । ସେମାନେ ବଂର ଭୋକ ସହ କରିବେ ଯୁଦ୍ଧ । କାରଣ ପାକିସ୍ତାନ ଯଦି ଚାଷଜମିକୁ ପାଣି ନ ପାଏ, ତାହେଲେ  ଯୁଦ୍ଧ ତ ଦୂରର କଥା ଲୋକ ଖାଇବାକୁ ବି ପାଇବେ ନାହିଁ । ସମୟ  ଆସିବ ଖାଦ୍ୟପାଇଁ ହେବ ପାକିସ୍ତାନରେ ଗୃହଯୁଦ୍ଧ ।

ଭାରତ ଯଦି  ସିନ୍ଧୁନଦୀ ବ୍ୟାରେଜ ମାଧ୍ୟମରେ ବନ୍ଦ କରି ରଖିଦିଏ, ତାହେଲେ ପାକିସ୍ତାନ ୨.୬ କୋଟି ଏକର ଚାଷଜମିକୁ ଟୋପାଏ ବି ପାଇବନି ପାଣି । ସନ୍ତ୍ରାସବାଦକୁ ଆୟୁଧ କରିଥିବା ପାକିସ୍ତାନ ଖାଇବାକୁ ପାଇ ନପାରେ । 

୧୯୫୧ରେ ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷଙ୍କ ମଧ୍ୟସ୍ଥତାରେ ଭାରତ ପାକିସ୍ତାନର ଜଳବିବାଦ ସମାଧାନ ପାଇଁ କଥାବାର୍ତ୍ତା ଚାଲିଥିଲା । ବିଶ୍ଵବ୍ୟାଙ୍କ ଅଧ୍ୟକ୍ଷ ୟୁଜିନ ରୋବର୍ଟ ପ୍ରମୁଖ ଭୂମିକାନେଇ ଏହି ଜଳ ବିବାଦର ସମାଧାନ କରିଥିଲେ । ଡ଼ିସେମ୍ବର ମାସ ୧୯ ତାରିଖ ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଜଳ ବ୍ୟବାହାରକୁ ନେଇ ଚୁକ୍ତି କରାଯାଇଥିଲା । ପାକିସ୍ତାନକୁ ବ୍ୟବହାର କରିବାକୁ ସୌଜନ୍ୟତା ଦୃଷ୍ଟରୁ ସିନ୍ଧୁନଦୀର ଜଳ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା । ସେହିଦିନରୁ ପାକିସ୍ତାନ ସିନ୍ଧୁନଦୀର ଜଳକୁ ବିନା ଆପତ୍ତିରେ ବ୍ୟବହାର କରୁଥିଲା ।

କିନ୍ତୁ ପୁଲଓ୍ଵମା ଘଟଣାପରେ ଭାରତ ନେଇଛି ବଡ଼ ନିଷ୍ପତ୍ତି । ଏବେ ସମସ୍ତ ଚୁକ୍ତିକୁ ଖାରଜ କରି ପାକିସ୍ତାନକୁ ବନ୍ଦ କରିଦେବ ପାଣି । ପାକିସ୍ତାନରେ ଖାଦ୍ୟ ସଂକଟ ଦେଖାଯିବ ଖୁବ୍ କମ୍ ଦିନ ଭିତରେ, ଯାହା ପୁଲଓ୍ଵମା ଘଟଣାର ପ୍ରତିଶୋଧ ବୋଲି ବୁଝିବାକୁ ପଡ଼ିବ ।

   Related Posts