Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମଝି ଆକାଶରେ ସାମ୍ନାସାମ୍ନି ଧକ୍କା ହେବାରୁ ବର୍ତ୍ତିଗଲେ ଦୁଇଟି ବିମାନ

17/03/2019 at 3:39 PM

ମୁମ୍ବାଇ ୧୭|୩ : ଆଜି ଅପରାହ୍ନରେ ମୁମ୍ବାଇ ଆକାଶରେ ଦୁଇଟି ଆନ୍ତର୍ଜାତିକ ବିମାନ ବିପଜ୍ଜନକଭାବେ ପରସ୍ପର ନିକଟକୁ ପାଖେଇ ଆସିଥିଲେ। ପରସ୍ପର ସହ ଧକ୍କା ଖାଇବାର ମାତ୍ର କେଇ ସେକେଣ୍ଡ ପୂର୍ବରୁ କୋଲିସନ ଆଭଏଡାନସ ସିଷ୍ଟମ ସକ୍ରିୟ ହୋଇ ଉଠି ଦୁଇ ବିମାନକୁ ପରସ୍ପରଠାରୁ ଦୂରେଇ ନେଇଥିଲା।

ଏୟାର୍‌ ଫ୍ରାନ୍‌ସ୍‌ର ବୋଇଙ୍ଗ୍‌ ୭୭୭ ଏଫ୍‌ ୨୫୩ ଭାବେ ହୋ ଚି ମିନ୍‌ ସହରରୁ ପ୍ୟାରିସ୍‌ ଅଭିମୁଖେ ୩୨ ହଜାର ଫୁଟ୍‌ ଉଚ୍ଚତାରେ କ୍ରୁଇଜ୍‌ କରୁଥିଲା। ଏହି ସମୟରେ ଏତିହାଦ୍‌ ଏୟାର୍‌ବସ୍‌ ୩୨୦ ଇଓ୍ଵାଇ ୨୯୦ ଭାବେ ୩୧ ହଜାର ଫୁଟ୍‌ ଉଚ୍ଚରେ ଆବୁ ଧାବିରୁ କାଠମଣ୍ଡୁ ଯାଉଥିଲା। ମୁମ୍ବାଇ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଏତିହାଦ୍‌ ବିମାନକୁ ୩୩୦୦୦ ଫୁଟ୍‌ ଉପରକୁ ଉଠିବାକୁ କହିଲା। ଉଠାଣ ସମୟରେ ବିପରୀତ ଦିଗରୁ ଆସୁଥିବା ଏଫ୍ ୨୫୩ ବିମାନ ସାମ୍ନାମାମ୍ନି ହୋଇଥିଲା। ଏତିକିବେଳେ ଦୁଇ ବିମାନରେ ଥିବା ଟ୍ରାଫିକ୍‌ କୋଲିସନ୍‌ ଆଭଏଡାନ୍‌ସ୍‌ ସିଷ୍ଟମ୍‌ ସକ୍ରିୟ ହୋଇ ଉଠିବାରୁ ପାଇଲଟ୍‌ମାନେ ବିମାନ ଦୁଇଟିକୁ ପରସ୍ପରଠାରୁ ଦୂରେଇ ନେଇ ଥିଲେ।

ଫେବ୍ରୁଆରି ୨୭ ତାରିଖଠାରୁ ପାକିସ୍ତାନୀ ଆକାଶ ପଥ ବନ୍ଦ ଥିବାରୁ ଉଭୟ ବିମାନ ଏହି ପଥ ଦେଇ ଅତିକ୍ରମ କରୁଥିଲେ।

   Related Posts