ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ପାକିସ୍ତାନ ଏୟାରପୋର୍ଟ କର୍ମଚାରୀଙ୍କୁ ଭାରତୀୟ ସଙ୍ଗୀତରେ ଡ୍ୟାନ୍ସ କରିବାରୁ ମିଳିଲା ଦଣ୍ଡ

29/09/2018 at 4:52 PM

ଇସଲାମାବାଦ ୨୯|୯: ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସ (ଏଏସଏଫ) ର ଜଣେ ମହିଳା କର୍ମଚାରୀଙ୍କୁ ଲିପ୍ ସିଂକ୍ ଭିଡିଓ କରିବା ମହଙ୍ଗା ପଡିଛି । ମହିଳାଙ୍କୁ ଭାରତୀୟ ପଞ୍ଜାବୀ ଗୀତିକାର ଗୁରୁ ରନ୍ଧଓ୍ବାଙ୍କ ଗୀତରେ ଲିପ୍ ସିଂକ୍ କରିବାରୁ ଦଣ୍ଡ ମିଳିଛି । ମହିଳା କର୍ମଚାରୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାଫଳରେ ଏଏସଏଫ ତାଙ୍କ ଦରମା ବୃଦ୍ଧି ରୋକି ଦେଇଥିଲେ ।
ସୂଚନା ଅନୁସାରେ ୨୫ବର୍ଷୀୟ ଏହି କର୍ମଚାରୀ ଜଣକ ‘ହାଇ ରେଟେଡ୍ ଗବରୁ’ ଗୀତରେ ଲିପ୍ ସିଂକ୍ କରିଥିଲେ । ତାଙ୍କର ଭିଡିଓ ସୋସିଆଲ ମିଡିଆର ଖୁବ୍ ଭାଇରାଲ ହୋଇଥିଲା । ଭିଡିଓରେ ମହିଳା କର୍ମଚାରୀ ଜଣଙ୍କ ଏକ ଟୋପି ପିନ୍ଧିଥିଲେ ଯେଉଁଥିଲେ ପାକିସ୍ତାନର ଜାତୀୟ ପତାକା ମଧ୍ୟ ରହିଛି ।
ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଅଥରିଟି ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ମହିଳା କର୍ମଚାରୀଙ୍କ ଏଭଳି କରିବା ଆଚାର ସଂହିତାର ଉଲଂଘନ ବୋଲି ଧରାଯାଇଛି । ଏପରିକି ମହିଳା କର୍ମଚାରୀଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଯଦି ଭବିଷ୍ୟତରେ ଏମିତି କରିବା ନଜରକୁ ଆସେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ତାଙ୍କୁ ସୋସିଆଲ ମିଡିଆରେ ଏମିତି ବିବାଦରୁ ଦୂରେଇ ରହିବା ପାଇଁ ମଧ୍ୟ କୁହାଯାଇଛି ।
ମହିଳା କର୍ମଚାରୀ ଗତ ଦୁଇ ବର୍ଷ ହେଲା ସିୟାଲକୋଟ ଏୟାରପୋର୍ଟରେ କାର୍ଯ୍ୟରତ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ମହିଳା କର୍ମଚାରୀ ଏଏସଏଫକୁ କହିଛନ୍ତି ଯେ ଆଉ ଭବିଷ୍ୟତରେ ସେ କେବେବି ଏଭଳି ଭିଡିଓ କରିବେ ନାହିଁ ।

   Related Posts