ଭାରତୀୟ ବାୟୁସେନା ଜାରି କଲା ହାଇ ଅଲର୍ଟ, ପାକିସ୍ତାନ ଉପରେ କୌଣସି ମୂହୁର୍ତ୍ତରେ ଭାରତ କରିପାରେ ଆକ୍ରମଣ

Published By : Prameya-News7 Bureau | March 15, 2019 IST

ଉତ୍ତରାଖଣ୍ଡ ୧୫|୩ : ଜମ୍ମୁକାଶ୍ମୀରରେ ଭାରତୀୟ ବାୟୁସେନାର ରାଡାର ପାକିସ୍ତାନ ବାୟୁସେନାର ଦୁଇ ଫାଇଟର ଜେଟ୍ କୁ ଏଲଓସି ନିକଟସ୍ଥ ଅଞ୍ଚଳରେ ଠାବ କରିଛି । ରାଡାରରେ ଶତ୍ରୁ ଦେଶର ଫାଇଟର ଜେଟ୍ ଠାବ ହେବା ପରେ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ଭାବେ ସଜାଗ ରହିଛି । କୋଣସି ମୂହୁର୍ତ୍ତରେ ଲଢେଇ ପାଇଁ ଫାଇଟର ଜେଟ୍ କୁ ପ୍ରସ୍ତୁତ ରଖାଯାଇଛି ।

ଯେତେବେଳେ ଭାରତୀୟ ବାୟୁସେନାର ରାଡାରରେ ପାକ୍ ଫାଇଟର ଜେଟ୍ କୁ ଠାବ କରିଥିଲା ସେତେବେଳେ ପାକିସ୍ତାନ ଅଞ୍ଚଳରେ ହିଁ ଏଲଓସିଠାରୁ ମାତ୍ର ୧୦ କିମି ଦୂରରେ ହିଁ ଆକାଶରେ ଉଡୁଥିଲା । ପାକ୍ ଫାଇଟର ଜେଟ୍ କୁ ଦେଖି ଭାରତୀୟ ବାୟୁସେନା ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ ଏବଂ ରାଡାରକୁ ହାଇ ଅଲର୍ଟ ଜାରି କରିଦେଇଛି ।

କୁହାଯାଉଛି ଯେ, ଭାରତ ପାକିସ୍ତାନ ଉପରେ କୌଣସି ମୂହୁର୍ତ୍ତରେ କାର୍ଯ୍ୟାନୁଷ୍ଠାନ ନେଇପାରେ । କାରଣ ପାକିସ୍ତାନ ବାରମ୍ବାର ତାର ଫାଇଟର ଜେଟ୍ ଭାରତୀୟ ସୀମାକୁ ପଠାଉଛି । ଆଶଙ୍କା କରାଯାଉଛି ଯେ, ପାକିସ୍ତାନ ତାର ଖଳ ଷଡଯନ୍ତ୍ର ନକରିଦେଉ ।

ପାକିସ୍ତାନ ଅଧିକୃତ କାଶ୍ମୀର ସ୍ଥିତ ବାଲାକୋଟ୍ ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ କରିଥିଲା । ସୂତ୍ର ଅନୁସାରେ ଭାରତୀୟ ବାୟୁସେନା ଭାରତ ସରକାରଙ୍କୁ ଏୟାର ଷ୍ଟ୍ରାଇକ୍ ସହ ଜଡିତ ସମସ୍ତ ଦସ୍ତାବିଜ ପ୍ରଦାନ କରିଛନ୍ତି । ଏହି ଦସ୍ତାବିଜରେ ଏୟାର ଷ୍ଟ୍ରାଇକ୍ ର ଫଟୋ ମଧ୍ୟ ରହିଛି । ଦସ୍ତାବିଜ୍ ଅନୁସାରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ଫଳରେ ଜୈସ୍-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ୍ ଧ୍ବଂସ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.