Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ମୁକାବିଲା ଲାଗି ସାର୍କ ଦେଶଙ୍କୁ ମୋଦିଙ୍କ ଭିଡିଓ କନଫରେନସିଂ ପ୍ରସ୍ତାବ, ଯୋଗଦେବ ପାକ୍

14/03/2020 at 2:01 PM

ନୂଆଦିଲ୍ଲୀ ୧୪।୩: ମିଳିତ କରୋନା ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଦେଶୀୟ ସାର୍କ ଭିଡିଓ କନଫେରନସିଂ ଆହ୍ୱାନ କରିଛନ୍ତି। ଭାରତ ଓ ପାକ୍ ଦ୍ୱିପାକ୍ଷୀକ ସମ୍ପର୍କ ଏତେଟା ଭଲ ନାହିଁ, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ଯୋଗଦେବ ବୋଲି କହିଛି।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶହାୟକ ଜାଫର ମିର୍ଜ୍ଜା ଏହି ଭିଡିଓ କନଫରେନସିଂ ରେ ଯୋଗଦେବେ ବୋଲି ଇସ୍ଲାମାବାଦ ଶନିବାର କହିଛି। ସିଓଭିଆଡି-୧୯ର ମୁକାବିଲା ଲାଗି ଆଞ୍ଚଳିକ ଓ ବୈଶ୍ୱିକ ସ୍ତରରେ ସମନ୍ୱିତ ପ୍ରୟାଶର ଆବଶ୍ୟକତା ରହିଛି। ଏଣୁ ଏଥିରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସହାୟକ ଯୋଗଦେବେ ବୋଲି ପାକ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଆଇସା ଫାରୁକୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ଉପୁଜିଥିବା କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ (ସାର୍କ) ନେତୃତ୍ୱଙ୍କୁ ରଣନୀତି ପ୍ରସ୍ତୁତି ଲାଗି ଆହ୍ୱାନ ଦେଇଥିଲେ। ଭିଡିଓ କନଫରେନସିଂରେ ଏ ନେଇ ଆମେ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିପାରିବା ବୋଲି କହିଥିଲେ ମୋଦି। ଯାହାକୁ ଦକ୍ଷିଣ ଏସିୟ ଦେଶମାନେ ସ୍ୱାଗତକରିଛନ୍ତି।

ଏଥିରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି କରୋନା ମୁକାବିଲା ଲାଗି ଭାରତ ସହ ମିଶି କାମ କରିବା ଲାଗି ଆଗ୍ରହୀ ଥିବା କହିଥିବା ବେଳେ ଭୁଟ୍ଟାନ ପ୍ରଧାନମନ୍ତ୍ରୀ ଲୁଟେ ତେସରିଂ ମିଳିତ ମୁକାବିଲାର ଏହା ସମୟ ବୋଲି କହିଛନ୍ତି। ସେହିପରି ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟ ମୋଦିଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ଆଲୋଚନାରେ ଭାଗନେବେ ବୋଲି କହିଛନ୍ତି।    

   Related Posts