Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସୀମାରେ ପୁଣି ଥରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୩ ଯବାନ ସହିଦ, ୪ ଆହତ

1/10/2020 at 3:40 PM

ଶ୍ରୀନଗର ୦୧।୧୦: ପାକିସ୍ତାନ ପକ୍ଷରୁ ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ଯବାନ ଭାରତୀୟ ସୈନ୍ୟ ଶିବିରକୁ ନିଶାଣ କରି ଗୁଳିମାଡ କରିଛନ୍ତି। ଗୁରୁବାର ସକାଳେ ପାକିସ୍ତାନ ପୁଞ୍ଝ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ସେନା ପ୍ରବଳ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟପଟେ କୁପଓ୍ଵାଡାର ନୌଗାଓଁ ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିମାଡରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଭାରତ ପକ୍ଷରୁ ପାକିସ୍ତାନ ସେନାକୁ ମଧ୍ୟ ଦୃଢ ଜବାବ ଦିଆଯାଉଛି।

ପାକିସ୍ତାନ ତରଫରୁ ଅନେକ ଦିନରୁ ସୀମାରେ ମାହୋଲ ବିଗାଡିବାକୁ ଉଦ୍ୟମ ଜାରି ରହିଛି। ପାକିସ୍ତାନୀ ସେନା ସୀମାରେ କ୍ରମାଗତ ଭାରତୀୟ ଶିବିରକୁ ନିଶାଣ କରି ଗୁଳି ବର୍ଷଣ କରୁଛନ୍ତି। ପାକିସ୍ତାନ ପକ୍ଷରୁ ଗୁରୁବାର ସକାଳେ ପୁଞ୍ଝ ଜିଲ୍ଲାର କୃଷ୍ଣା ଘାଟିରେ ପ୍ରବଳ ଗୁଳିମାଡ କରାଯାଇଛି। ଏଥିରେ ଲାନ୍ସ ନାୟକ କର୍ଣ୍ଣେଲ ସିଂହ ସହିଦ ହୋଇଛନ୍ତି। ଜଣେ ଆହତ ହୋଇଛନ୍ତି। ଆହତ ରାଇଫଲମ୍ୟାନ ବୀରେନ୍ଦ୍ର ସିଂହଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି। ଆହତ ଯବାନଙ୍କୁ ରାଜୌରୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଏହା ପୂର୍ବରୁ ସୋମବାର ପାକିସ୍ତାନ ରାଜୌରୀର ନୌସେରା ସେକ୍ଟରରେ ପ୍ରବଳ ଗୁଳିମାଡ କରିଥିଲା। ଏହା ସହିତ ମୋର୍ଟାର ମାଡ ମଧ୍ୟ କରାଯାଇଥିଲା। ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାକୁ ପ୍ରତିଜବାବ ଦେଇଥିଲେ।

   Related Posts