ସ୍ଵୀକାର କଲା ପାକିସ୍ତାନ, ପୁଲଓ୍ଵାମା ଆକ୍ରମଣରେ ଥିଲା ତାରି ହାତ, ସଂସଦରେ ମନ୍ତ୍ରୀ କହିଲେ- ଇମ୍ରାନ ସରକାରଙ୍କ ଏହା ବଡ ସଫଳତା

Published By : Prameya-News7 Bureau | October 29, 2020 IST

ଇସଲାମାବାଦ ୨୯।୧୦: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ହୀନ ଉଦ୍ଦେଶ୍ୟ କାହାକୁ ଅଛପା ନୁହେଁ। ମାତ୍ର ଏହି ପଡୋଶୀ ଆତଙ୍କୀ ଦେଶ ପୂରା ଦୁନିଆକୁ ଆତଙ୍କବାଦ ନାଁରେ ଭୂଆଁ ବୁଲାଇବାକୁ ଚେଷ୍ଟା କରି ଆସିଛି। କିନ୍ତୁ ଭାରତ ସମ୍ମୁଖରେ ପାକିସ୍ତାନର ଚାଲବାଜି କାମରେ ଆସିନାହିଁ। ଏବେ ପାକିସ୍ତାନର ମନ୍ତ୍ରୀ ହିଁ ଦୁନିଆ ସାମ୍ନାରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି।

ପାକିସ୍ତାନର ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସଂସଦରେ ବୟାନ ଦେଇ କହିଛନ୍ତି, ପୁଲଓ୍ଵାମା ଆକ୍ରମଣ ଇମ୍ରାନ ଖାନଙ୍କ ନେତୃତ୍ଵରେ ବଡ ସଫଳତା। ଫଓ୍ଵାଦ ଚୌଧୁରୀଙ୍କ ଏହି ବୟାନ ଦୁନିଆ ସାମ୍ନାରେ ପାକିସ୍ତାନର ମୁସ୍କିଲ ଆହୁରି ବଢିପାରେ।

wp:html /wp:html

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବେ ପାକିସ୍ତାନର ଜଣେ ସାଂସଦ  ଅୟାଜ ସାଦିକ ସଂସଦରେ କହିଥିଲେ ଯେ, ଅଭିନନ୍ଦନ ବର୍ଦ୍ଧମାନ ଯେଉଁ ସମୟରେ ପାକିସ୍ତାନରେ ଥିଲେ, ସେହି ସମୟରେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଏହି ସମୟରେ ପାକିସ୍ତାନର ସେନା ପ୍ରମୁଖ କମର ଜାଭେଦ ବାଜଓ୍ଵାଙ୍କ ପାଦ ଥରୁଥିବା ବେଳେ ତାଙ୍କ ମଥାରେ ଝାଳ ବହୁଥିଲା।

ଏହି ଦାବିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଫଓ୍ଵାଦ ଆଲମ। କେବଳ ଏତିକି ନୁହେଁ ସେ ବଡ ଆତ୍ମ ବିଶ୍ଵାସର ସହିତ ସଂସଦରେ କହିଛନ୍ତି, ପାକିସ୍ତାନ ଭାରତରେ ପଶି ମାରିଛି। ସେ ଏତିକିରେ ଅଟକିନଥିଲେ ଏବଂ ପାକିସ୍ତାନର ଅସଲ ଚେହେରା ଦୁନିଆ ସାମ୍ନାରେ ଖୋଲି ଦେଲେ। ଫଓ୍ଵାଦ କହିଛନ୍ତି, ପୁଲଓ୍ଵାମାରେ ଆମେ ଯେଉଁ ସଫଲତା ପାଇଛେ, ତାହା ଇମ୍ରାନ ଖାନଙ୍କ ନେତୃତ୍ଵରେ ପୂରା ଦେଶର ସଫଳତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.