Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପେଗାସସ୍‌ ବିବାଦ ମଧ୍ୟରେ ପାକିସ୍ତାନର ନୂଆ ବାହାନା, କହିଲା- ଇମ୍ରାନ ଖାନଙ୍କ ଫୋନ୍‌ ହ୍ୟାକ୍‌ କରିଛି ଭାରତ

20/07/2021 at 4:57 PM

ନୂଆଦିଲ୍ଲୀ ୨୦/୭: ଇସ୍ରାଏଲ୍‌ର ସାଇବର ସୁରକ୍ଷା କମ୍ପାନୀ ସ୍ପାଏଓ୍ବେର ପେଗାସସ୍‌କୁ ନେଇ ଭାରତରେ ଝଡ଼ ସୃଷ୍ଟି ହୋଇଛି। ଭାରତରେ ଏହା ଜରିଆରେ ବିଭିନ୍ନ ସାମ୍ବାଦିକ ଏବଂ ଚର୍ଚ୍ଚିତ ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ହୋଇଥିବା ନେଇ ଦାବି ହେଉଛି। ଏହି ବିବାଦ ଭିତରେ ଏବେ ପାକିସ୍ତାନ ମଧ୍ୟ ଏଣ୍ଟ୍ରି କରିଛି। ଏହି ସଫ୍ଟଓ୍ବାୟର ମାଧ୍ୟମରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍‌ ଟ୍ୟାପ୍‌ ହୋଇଥିବା କୁହାଯାଉଛି। ଏହାକୁ ନେଇ ପାକିସ୍ତାନ ଏବେ ଭରତ ଉପରେ ଅଭିଯୋଗ ଆଣିଛି।

ଏହା ସହ ଏହି ପ୍ରସଙ୍ଗକୁ ବଡ଼ ମଞ୍ଚରେ ଉଠାଇବ ବୋଲି ମଧ୍ୟ ପାକିସ୍ତାନ କହିଛି। ଇମ୍ରାନ ଖାନଙ୍କ ଫୋନ୍‌ ଟ୍ୟାପ୍‌କୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଡନ୍‌ ନ୍ୟୁଜ୍‌କୁ କହିଛନ୍ତି, ‘ଭାରତ ଦ୍ବାରା କରାଯାଇଥିବା ହ୍ୟାକିଂ ସମ୍ପର୍କରେ ଆମେ ତଥ୍ୟ ସଂଗ୍ରହ କରୁଛି। ଥ​‌ରେ ଏନେଇ ସ୍ପଷ୍ଟ ହୋଇଯିବା ପରେ ଆମେ ଏହି ପ୍ରସଙ୍ଗକୁ ଉଚିତ ମଞ୍ଚରେ ଉପସ୍ଥାପନ କରିବୁ।’ 

ଏହା ପୂର୍ବରୁ ଚୌଧୁରୀ ଟ୍ବିଟ କରି ଭାରତ ସରକାର ଫୋନ୍‌ ଟ୍ୟାପ୍‌ ପାଇଁ ଇସ୍ରାଏଲ୍‌ ସଫ୍ଟଓ୍ବାୟର ବ୍ୟବହାର କରିବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଭାରତରେ ଏବେ ପେଗାସସକୁ ନେଇ ବହୁ ବାଦ ବିବାଦ ଉପୁଜିଛି। ବିରୋଧୀ ସଂସଦରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଜୋରଦାର ଘେରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନମ୍ବର ମଧ୍ୟ ଏହି ଲିଷ୍ଟରେ ରହିଛି। ୨୦୧୯​‌ରେ ଏଭଳି ପ୍ରସଙ୍ଗ ଉଠିବା ପରେ ପେଗାସସ୍‌ ସଫ୍ଟଓ୍ବାୟର ବ୍ୟବହାର କରିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସରକାର।

   Related Posts