Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପାକିସ୍ତାନ ବିଦେଶ ମନ୍ତ୍ରୀ କହିଥିଲେ- ‘ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଛାଡି ଦିଆଯାଉ, ନଚେତ ଭାରତ ରାତି ୯ଟାରେ ଆକ୍ରମଣ କରିବ’

29/10/2020 at 9:19 AM

ନୂଆଦିଲ୍ଲୀ ୨୯/୧୦: ପାକିସ୍ତାନ ସାଂସଦ ଅୟାଜ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଚମକାଇ ଦେବା ଭଳି କଥା କହିଛନ୍ତି। ସାଂସଦ ବୁଧବାର ସଂସଦରେ କହିଛନ୍ତି ଯେ ଭାରତର ଆକ୍ରମଣ ଭୟରେ ଇମ୍ରାନ ଖାନ୍ ସରକାର ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଅଚାନକ ଛାଡି ଦେଇଥିଲା।

ପାକିସ୍ତାନର ନ୍ୟାସନାଲ ଆସେମବଲିର ଏକ ଭାଷଣରେ ପାକିସ୍ତାନ ମୁସଲିମ ଲିଗ-ଏନ୍ (ପିଏମଏଲ-ଏନ)ର ନେତା ଅୟାଜ ସାଦିକ କହିଛନ୍ତି ଯେ କୂଳଭୂଷଣ ପାଇଁ ସେମାନେ ଅଧ୍ୟାଦେଶ ନେଇ ଆସି ନ ଥିଲେ। ଏ ସରକାର ମାସେ ଦି’ ମାସ ପର୍ଯ୍ୟନ୍ତ ଅଧ୍ୟାଦେଶ ଲୁଚାଇ ରଖିଲା। ସେମାନଙ୍କୁ ଇସଲାମାଦ ହାଇକୋର୍ଟରେ ଏତେ ଆସେସ୍ ଦିଆଯାଇ ନ ଥିଲା ଯେତେ ଏ ସରକାର ଦେଇଛି। ସେ ଆହୁରି କହିଛନ୍ତି ତାଙ୍କର ମନେ ଅଛି ଶାହ ମହମୁଦ ସେହି ବୈଠକରେ ଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ସେହି ବୈଠକକୁ ଆସିବାକୁ ମନା କରିଥିଲେ।

ଅୟାଜ ସାଦିକ ନିଜ ଭାଷଣରେ ସ୍ପଷ୍ଟ ଭାବେ କହିଛନ୍ତି ଆର୍ମି ଷ୍ଟାଫର ମୁଖିଆ ଆସିଲେ ମାତ୍ର ତାଙ୍କ ଗୋଡ ହାତ ଥରୁଥିଲା ଓ ମୁଣ୍ଡରୁ ଝାଳ ବୋହୁ ଥିଲା। ବିଦେଶ ମନ୍ତ୍ରୀ ଏସଏମ କୁରୈସୀ କହିଲେ ଅଭିନନ୍ଦନଙ୍କୁ ଛାଡି ଦିଆଯାଉ। କାରଣ ରାତି ୯ଟାରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବ। ଅୟାଜ କହିଛନ୍ତି ଭାରତ ଆକ୍ରମଣ କରି ନ ଥାନ୍ତା। କେବଳ ଅଭିନନ୍ଦନଙ୍କୁ ଛାଡିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ।

ସୂଚନାଯୋଗ୍ୟ ଗତବର୍ଷ ଭାରତ ବାଲାକୋଟରେ ଆତଙ୍କବାଦୀ ଶିବିରରେ ଷ୍ଟାଇକ୍ କରିଥିଲା ଯାହା ପରେ ପାକିସ୍ତାନ ଫାଇଟର ଜେଟକୁ ଭାରତକୁ ଆକ୍ରମଣ ପାଇଁ ପଠାଇଲା। ଏହାର ଜବାବରେ ଅଭିନନ୍ଦନ ମିଗ୍-୨୧ରେ ଉଡାଣ ଭରିଥିଲେ। ଏହା ପରେ ଅଭିନନ୍ଦଙ୍କ ବିମାନ କ୍ରାସ ହୋଇଥିଲା ଓ ସେ ଯାଇ ପିଓକେରେ ପହଞ୍ଚିଲେ। ସେଠାରୁ ତାଙ୍କୁ ପାକିସ୍ତାନ ସୈନ କାବୁ କରିଥିଲେ। ଏହା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ୨୦୧୯ ମାର୍ଚ ୧ରେ ଛାଡି ଦେଇଥିଲା।

   Related Posts