ଢାକା : ଚଳିତ ବର୍ଷ ବାଂଲାଦେଶ ଶେଖ ମୁଜୀବୁର ରହେମାନଙ୍କ ଜନ୍ମ ଶତବାର୍ଷିକ ପାଳନ କରୁଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ପିସିବି) ଏଥିଲାଗି ବିଶ୍ୱସ୍ତରୀୟ ୨ଟି ଟି-୨୦ ମ୍ୟାଚ୍ ଆୟୋଜନ ଲାଗି ଯୋଜନା ରଖିଛନ୍ତି। ଏଥିରୁଗୋଟିଏ ଏସିଆ ଇଲେଭେନ ଖେଳାଯିବାକୁ ଥିବା ବେଳେ ଅନ୍ୟଟି ୱାର୍ଲଡ ଇଲେଭେନ ବୋଲି ଜଣାପଡିଛି। ପିସିବିଙ୍କ ଉଭୟ ସିରିଜ୍କୁ ଆଇସିସିଙ୍କ ଅନୁମୋଦନ ମଧ୍ୟ ମିଳିଛି। ହେଲେ ଏହି ଉଭୟ ସିରିଜ୍ରୁ ପାକିସ୍ତାନ କ୍ରିକେଟ୍ ଟିମ୍ ବାଦପଡିବ ବୋଲି ଏବେଠାରୁ ଜଣାପଡିଗଲାଣି।
{"id":202992,"width":579,"height":386,"sizeSlug":"large"}ଏସିଆ ଏକାଦଶରେ ଭାରତ ଓ ପାକ୍ ଖେଳାଳି ଖେଳିଥାନ୍ତି। ତେବେ ବାଂଲାଦେଶ ଆୟୋଜନ କରୁଥିବା ଏସିଆ ଏକାଦଶରେ ଖେଳିବା ଲାଗି ପାକିସ୍ତାନ ଆମନ୍ତ୍ରିତ ହେବନି। ଏଣୁ ଏଥିରେ ପାକସ୍ତାନୀ ଖେଳାଳି ବାଦ ପଡିବେ ବୋଲି କହିଛନ୍ତି ବିସିସିଆଇ ଯୁଗ୍ମ ସଚିବ ଜୟଶ ଜର୍ଜ। ତେବେ ଭାରତ ଲାଗି ସୌରଭ ଗାଙ୍ଗୁଲୀ ଯେଉଁ ଟିମ୍ ଚୟନ କରିବେ ସେହି ଟିମ୍ ବାଂଲାଦେସ ପ୍ରାୟୋଜିତ ଏସିଆ ଇଲେଭେନ ଖେଳିବେ ବୋଲି ଜୟସ୍ କହିଛନ୍ତି।
{"id":202993,"width":576,"height":383,"sizeSlug":"large"}ଭରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରୁ କ୍ରିକେଟ ବନ୍ଦ ରହିଛି। ତେବେ ଏଥିରେ ଯାହା ବି ସମ୍ଭାବନା ଥିଲା ତାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଏହେଶାନ ମନୀ ଆହୁରି ବିଗାଡି ଦେଇଛନ୍ତି। ମନି ଭାରତର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଲଗାଇଥିବା ବେଳେ ଏବେ ଭାରତର ସୁରକ୍ଷା ପାକିସ୍ତାନଠାରୁ ମଧ୍ୟ ଖରାପ ବୋଲି କହିବା ପରେ ଭାରତ ଏ ନେଇ ଆଉ ଚିନ୍ତା କରୁନି। ସେହିପରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ୪ ଦେଶୀୟ ଟୁର୍ଣ୍ଣାମେଣ୍ଟ ପରିକଳ୍ପନାକୁ ପାକ୍ ୱିକେଟ୍ କିପର ତଥା ପୂର୍ବ କ୍ୟାପ୍ଟେନ ରସିଦ ଲତିଫ ନିରର୍ଥକ କହିବା ପରେ ଭାରତ-ପାକ୍ କ୍ରିକେଟ୍ ମ୍ୟାଚ୍ କେବଳ କ୍ରିକେଟ୍ ବିଶ୍ୱକପ୍ରେ ହିଁ ସମ୍ଭବ ମନେ କରାଯାଉଛି।