ଭାରତ ଅନୁକରଣରେ ଲଦ୍ଦାଖର ପାଣିପାଗ ପୂର୍ବାନୁମାନ ପାକ୍‌କୁ ପଡିଲା ମହଙ୍ଗା, ଟ୍ରୋଲ କଲେ ସୋସିଆଲ ମିଡିଆ ୟୁଜର

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ ୧୦।୫: ଦୂରଦର୍ଶନ ଓ ଆକାଶବାଣୀ ଏବେ ପାଣିପାଗ ରିପୋର୍ଟରେ ଗିଲଗିଟ୍-ବାଲତିସ୍ତାନ ଓ ମୁଜାଫରାବାଦର ପାଣିପାଗ ସୂଚନା ସାମିଲ କରିଛନ୍ତି। ଏହାର ଦେଖାଦେଖି ପାକିସ୍ତାନ ମଧ୍ୟ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ସରକାରୀ ପାଣିପାଗ ରିପୋର୍ଟ ଜାରି କରିବା ଆରମ୍ଭ କରିଛି। ତେବେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁ ସୋସିଆଲ ମିଡିଆରେ ୟୁଜରଙ୍କ ଦ୍ୱାରା ଟ୍ରୋଲ ହେବା ଏବେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

{"id":267789,"width":571,"height":491,"sizeSlug":"large"}

ପାକିସ୍ତାନ ରେଡିଓ ଏହି ପାଣିପାଗ ସୂଚନା ଜାରି କରିଥିବା ବେଳେ ଏଥିରେ କାଶ୍ମୀରର ପୁଲୱାମା, ଜମ୍ମୁ ଓ ଲଦ୍ଦାଖର ତାପମାତ୍ରା  ରହିଛି। ତେବେ ଏଥିରେ ଲଦ୍ଦାଖର ତାପମାତ୍ରା ବୈଷୟିକ ତ୍ରୁଟି କରି ସୋସିଆଲ ମିଡିଆ ୟୁଜରଙ୍କ ନଜରରେ ଆସିଛି। ନିଜର କୌଣସି ଏପରି ବ୍ୟବସ୍ଥା ନଥିବା ବେଳେ ଏଥିଲାଗି ପ୍ରସ୍ତୁତି କରି ହାସ୍ୟସ୍ପଦ ହୋଇଛି ପାକ୍। ଏଥିରେ ବିଯୁକ୍ତ ୪ ଡିଗ୍ରି ସେଲସିୟସକୁ ପାକ୍ ରେଡିଓ ବିଯୁକ୍ତ ୧ ଡିଗ୍ରି ସେଲସିୟସରୁ ଅଧିକ ବୋଲି ଉଲ୍ଲେଖ କରିବା ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି। ଏଣୁ ଲୋକେ ଭାରତର ନକଲ କରିବା ପୂର୍ବରୁ ନିଜେ କିଛି ଶିଖ ବୋଲି ପରାମର୍ଶ ଦେଇଛନ୍ତି।

wp:html /wp:html

ତେବେ ଜାତୀୟ ଗଣମାଧ୍ୟମରେ ପିଓକେର ପାଣିପାଗ ସୂଚନା ପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତର ଏପରି ପଦକ୍ଷେପକୁ ପାକ୍‌ ଜାତିସଂଘ ସୁରକ୍ଷା ପରିଷଦଙ୍କ ପ୍ରସ୍ତାବର ଉଲ୍ଲଂଘନ ବୋଲି କହିଛି। ହେଲେ ନିଜେ ଏପରି ଅଭିଯୋଗ କରିଥିବା ବେଳେ ଭାରତୀୟ ସୀମାରେ ଥିବା ରାଜ୍ୟର ପାଣିପାଗ ସୂଚନା ନିଜେ ତ୍ରୁଟିପୂର୍ଣ୍ଣ ପ୍ରସାରଣ କରି ନିଜ ଲୋକଙ୍କ ପାଖରେ ଉପହସିତ ହେବା ପାକ୍‌କୁ ଏବେ ଅସ୍ୱଭାବିକ ପରିସ୍ଥିତିରେ ପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.