କରୋନା ଯୋଗୁଁ ଅତ୍ୟନ୍ତ ସଙ୍କଟରେ ପାକିସ୍ତାନ : ସାର୍କକୁ ମାଗିଲେ ୩ ମିଲିୟନ ଡଲାର

Published By : Prameya-News7 Bureau | April 10, 2020 IST

କରାଚୀ ୧୦/୦୪ : ପୁରା ଦୁନିଆ କରୋନା ମହାମାରୀ ସହ ଯୁଦ୍ଧ କରୁଛି | ଏହି ଭୟାବହ ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦୁନିଆ ଉଦ୍ୟମ କରୁଛି | ଦୁନିଆର ଅଧିକାଂଶ ଦେଶ ଲକଡାଉନ ହୋଇ ରହିଛି | ଏଥିପାଇଁ ଆର୍ଥିକ ସଙ୍କଟ ଉତ୍ପନ୍ନ ହୋଇଛି | ଇତିମଧ୍ୟରେ ପାକିସ୍ତାନ କରୋନା ସଙ୍କଟରୁ ମୁକ୍ତି ପାଇବା ପାଇଁ ସାଉଥ ଏସିଆନ ଆସୋସିଏସନ ଫର ରିଜନଲ ଅପରେସନ (ଏସଏଏଆରସି)କୁ ସାହାଯ୍ୟ ମାଗିଛି | ପାକିସ୍ତାନ ସାର୍କକୁ ୩ ମିଲିୟନ ଆମେରିକୀୟ ଡଲାର ସାହାଯ୍ୟ ମାଗିଛି |

ପାକିସ୍ତାନ ସରକାର ଗୁରୁବାର ଦିନ କୋଭିଡ-୧୯ ଜରୁରୀକାଳୀନ ଫଣ୍ଡରୁ ସାହାଯ୍ୟ ମାଗିଛନ୍ତି | ବିଦେଶ ବିଭାଗ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପାକିସ୍ତାନର ଫଇସଲାକୁ ସେକ୍ରେଟିଏଟକୁ ଜଣାଇ କୁହାଯାଇଛି ଯେ ତାଙ୍କ ଅଧୀନ ଫଣ୍ଡର ସମସ୍ତ ପ୍ରକ୍ରିୟା କରାଯାଉ ଏବଂ ଏହି ଫଣ୍ଡ ଉପଯୋଗର ଔପଚାରିକତା ସାର୍କ ଚାର୍ଟର ଅନୁଯାୟୀ ସଦସ୍ୟ ଦେଶମାନଙ୍କ ସହ ବିଚାର ବିମର୍ଷ କରି ନିଷ୍ପତ୍ତି ନିଆଯିବ ଉଚିତ |

ଏହି ସମ୍ବନ୍ଧରେ ପାକିସ୍ତାନ ଦାବିକୁ ନେଇ ଗୁରୁବାର ଦିନ ବୈଦେଶିକ ସଚିବ ସୋହେଲ ମହାମୁଦ ଏବଂ ସାର୍କର ମହାସଚିବ ଏସଲା ରୁବାନଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଛି |

ଜାଣେ ସଂସ୍ଥାପକ ସଦସ୍ୟ ହୋଇଥିବା ଯୋଗୁଁ ପାକିସ୍ତାନ ସାର୍କକୁ ମହତ୍ଵପୁର୍ଣ ମଞ୍ଚ ଭାବେ ଗ୍ରହଣ କରେ | ସାର୍କ ପ୍ରକ୍ରିୟାକୁ ନେଇ ପାକିସ୍ତାନ ପ୍ରତିବଦ୍ଧ ଏବଂ ସହଯୋଗ ପାଇଁ ସଦସ୍ୟ ଦେଶମାନଙ୍କ ସହ ମିଶି କାମ କରିବା ଜାରି ରଖିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.