ପଡୋସୀର ସ୍ୱାଧୀନତା ଦିବସ ବି ମାନିଲେନି ପାକ୍ ସେନା, ସୀମାରେ ଗୁଳିଗୋଳା ମାଡର ଜବାବ ଦେଲା ଭାରତୀୟ ସେନା, ୩ ମୃତ

Published By : Prameya-News7 Bureau | August 15, 2019 IST

ରଜୌରୀ : ସ୍ୱାଧୀନତା ଦିବସରେ ସୀମାରେ କମ୍ ହେଲାନି ପାକ୍ ସେନାର ହରକତ। ପୁଂଞ୍ଛ ଓ ରାଜୌରୀ ସୀମାରେ ଯୁଦ୍ଧ ବିରତୀ ଉଲ୍ଲଂଘନ କଲେ ଯାହାର ଜବାବ ଦେଇଛି ଭାରତୀୟ ସେନା। କାର୍ଯ୍ୟାନୁଷ୍ଠାନରେ ପାକ୍ ସେନାର ୩ ଜଣ ଜବାନ ନିହତ ହୋଇଥିବା ଜଣାପଡିଛି। ଅପରାହ୍ଣ ପ୍ରାୟ ୫ଟା ବେଳେ ପାକ୍ ସେନା ସୀମାରେ ଯୁଦ୍ଧବିରାମ ଉଲ୍ଲଂଘନ କରିଥିଲା। ଯାହାର ଭାରତୀୟ ସେନା ଦୃଢ ଜବାବ ଦେଇଥିଲେ।

{"id":144704}

ସୀମାରେ ପାକ୍ ସେନାର ଯୁଦ୍ଧ ବିରାମ ଉଲ୍ଲଂଘନ କିଛି ନୂଆ କଥା ନୁହେଁ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ପାକ୍ ସେନା ଅଚାନକ ଏଭଳି କରିଥାଏ। ହେଲେ ସୀମାରେ ସଜାଗ ଭାରତୀୟ ସେନା ଏହାର ଏବେ ତୁରନ୍ତ ଜବାବ ଦେବା ପାକ୍ ସେନାଙ୍କୁ ଅଡୁଆରେ ପକାଉଛି। ସୀମା ସେପାଖରୁ ଗୁଳି ଶବ୍ଦ ହେବା ମାତ୍ରେ ଭାରତୀୟ ସେନା ସାଙ୍ଗେସାଙ୍ଗେ ଜବାବ ଦେଉଛି। ଫଳରେ ପାକ୍ ସେନାର ଉଦ୍ୟମ ଭଣ୍ଡୁର ହେଉଥିବା ବେଳେ ଏବେ ନିଜ ଜବାନଙ୍କୁ ହରାଇବା ଚିନ୍ତାର କାରଣ ପାଲଟିଛି।

{"id":144705}

ସମ୍ବିଧାନର ଅନୁଚ୍ଛେଦ ୩୭୦ ଭାରତ ପ୍ରତ୍ୟାହାର କରିବା ପାକ୍ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ସୀମାରେ ରିତିମତ ସୈନ୍ୟ ଗତିବିଧି ବଢିବାରା ଲାଗିଥିବା ବେଳେ ଏବେ କାଶ୍ମୀରରେ ଠୁଳ ହୋଇଥିବା ଜବାନ ସମଗ୍ର ସୀମାକୁ ସିଲ କରି ରଖିଛନ୍ତି। ସବୁ ଆଡୁ ବିଫଳ ପାକ୍ ଏବେ ଭାରତକୁ ଯୁଦ୍ଧ୍ୟ ଧମକ ଦେଇଛି। ତେବେ ଏ ଦିଗରେ ପାକ୍ ର ସାମାନ୍ୟ ଆସ୍ପର୍ଦ୍ଧା ତା ପାଇଁ ବିନାଶର କାରଣ ହୋଇପାରେ ବୋଲି ସ୍ଥଳସେନା ଅଧ୍ୟକ୍ଷ ବିପିନ ରାବତ କିଛି ଦିନ ପୂର୍ବରୁ ପାକକୁ ସତର୍କ କରାଇଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.