Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସବୁଆଡୁ ନିରାଶ ହେବା ପରେ ଏବେ ସୋସାଲ ମିଡିଆକୁ ଭାରତ ବିରୋଧରେ ଅସ୍ତ୍ର କରିଛି ପାକ୍, ଟାର୍ଗେଟରେ ନାଗାଲାଣ୍ଡ ଉଗ୍ରବାଦୀ

30/08/2019 at 3:43 PM

ନୂଆଦିଲ୍ଲୀ : ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ କାଶ୍ମୀର ଉପଭୋଗ କରୁଥିବା ସ୍ୱତନ୍ତ୍ର ମାନ୍ୟତା ହରାଇଛି। ଏଥିରେ ପଡୋଶୀ ପାକ୍ ବିଚଳିତ ହୋଇଉଠିଥିବା ବେଳେ ବିଭିନ୍ନ ମଞ୍ଚରେ କାଶ୍ମୀରକୁ  ପ୍ରସଙ୍ଗ କରି ବିଫଳ ହେଉଛି। ଏଣୁ ଭାରତ ବିରୋଧରେ ଏବେ ସୋସାଲ ମିଡିଆକୁ ଅସ୍ତ୍ର କରିଛି ପାକ୍ । ଲୋକଙ୍କୁ ଉସକାଇବା ଲାଗି  ସୋସାଲ ମିଡିଆ ବ୍ୟବହାର କରିବା ସହ ନାଗାଲ୍ୟାଣ୍ଡର ଆତଙ୍କବାଦୀଙ୍କ ସମ୍ପର୍କରେ ଆସିବାକୁ ଲଗାତାର ଉଦ୍ୟମ କରୁଛି।

କେନ୍ଦ୍ର ଗୃହମନ୍ତ୍ରାଳୟକୁ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ପାକ୍ ସେନା  ଆଜାଦ କାଶ୍ମୀର (ପାକ୍ ଅଧିକୃତ କାଶ୍ମୀର)ରେ ଭିଡିଓ ସୁଟିଂ କରି ତାକୁ ସୋସାଲ ମିଡିଆରେ ଅପଲୋଡ କରୁଛନ୍ତି। ଏଥିରେ କିଛି ଲୋକଙ୍କୁ ଭାରତୀୟ ସେନା ପୋଷାକ ପିନ୍ଧାଇ ସେମାନଙ୍କ ପ୍ରତି ନିଷ୍ଠୁର ଅତ୍ୟାଚାରର ଭିଡିଓ କରାଯାଇଛି। ଏହି ଭିଡିଓକୁ ସେମାନେ ନାଗାଲ୍ୟାଣ୍ଡର ଆତଙ୍କବାଦୀଙ୍କ ନିକଟକୁ ପହଞ୍ଚାଇବାକୁ ଏବେ ଉଦ୍ୟମ ଜୋରଦାର କରିଛନ୍ତି। ଏହି ନକଲି ଭିଡିଓ ଜରିଆରେ ଉଗ୍ରବାଦୀଙ୍କୁ ଭାରତୀୟ ସେନା ବିରୋଧରେ ସେମାନଙ୍କ ଗତିବଧି ବଢାଇବାକୁ ଉସକାଉଛି।

ତେବେ ପାକ୍ ଭିଡିଓ ନାଗାଲ୍ୟାଣ୍ଡ ଉଗ୍ରବାଦୀ ଉତ୍ସାହିତ ହୁଅନ୍ତୁ କି ନ ହୁଅନ୍ତି ହେଲେ ପାକ୍ ନାଗରିକ କିନ୍ତୁ ଏଥିରେ ଖୁବ୍ ଉତ୍ସାହିତ ଥିବା ଭଳି ମନେ ହେଉଛନ୍ତି। ସରକାରଙ୍କ ସୋସାଲ ମିଡିଆରେ ନାନା ପ୍ରକାରର ମତ ମନ୍ତବ୍ୟ ଦେଉଥିବା ବେଳେ ଅନେକ ଏବେ ପାକ୍ ଭାରତ ଅନ୍ତର୍ଗତ ଏକ ରାଜ୍ୟ ହେବାକୁ ଯାଉଥିବାର ଆଶା ବ୍ୟକ୍ତ କରୁଛନ୍ତି। ଏଥିରୁ ସେମାନଙ୍କୁ କିଛି ମିଳୁ କି ନ ମିଳୁ ଅନ୍ତତଃ ଭାରତର ପାସପୋର୍ଟ ମିଳିବ ବୋଲି ଉଲ୍ଲେଖ କରୁଛନ୍ତି । ଏଣୁ ବିଦେଶରେ ଲୋକଙ୍କ ସନ୍ଦେହ ଚକ୍ଷୁରୁ ବର୍ତ୍ତିବା ଲାଗି ଆଉ ସେମାନଙ୍କୁ ମିଛରେ ଭାରତୀୟ ବୋଲି କହିବାକୁ ପଡିବ ନାହିଁ ବୋଲି ଉଲ୍ଲେଖ କରୁଛନ୍ତି।

   Related Posts