Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିବାହ କରିଛନ୍ତି ପାକ୍ ଟିକଟକ୍ ଷ୍ଟାର ହରିମ ଶାହ! ସିନ୍ଧ ବିଧାନସଭାରେ ଆତଙ୍କ

29/06/2021 at 7:54 PM

ସିନ୍ଧ: ପାକିସ୍ତାନୀ ଟିକଟକ୍ ଷ୍ଟାର ହିରମ ଶାହ ଏବେ ଚର୍ଚ୍ଚାରେ। ସେ କୁଆଡେ ବିବାହ କରିଛନ୍ତି ବୋଲି ଗଣମାଧ୍ୟମରେ ଘୋଷଣା କରିଛନ୍ତି। ହେଲେ ତାଙ୍କ ସ୍ୱାମୀଙ୍କ ନାମ ପ୍ରଘଟ କରୁ ନାହାନ୍ତି। ତାଙ୍କ ସ୍ୱାମୀ ପାକିସ୍ତାନ ପ୍ୟୁପିଲସ ପାର୍ଟି (ପିପିପି)ର ସଦସ୍ୟ ଓ ସିନ୍ଧ ବିଧାନସଭାରେ ବିଧାୟକ ବୋଲି ଦାବି କରୁଛନ୍ତି। ତାଙ୍କର ଏହି ଘୋଷଣା ପରେ ସିନ୍ଧ ବିଧାନସଭା ଫାଟକରେ ବିଧାୟକଙ୍କୁ ଅଟକାଇ ସେମାନଙ୍କ ହାତ ପାପୁଲି ଓ ଘଡ଼ି ଯାଞ୍ଚ କରାଯାଇଛି। ଏଥିରେ ବିଧାୟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ତେବେ ଯାଞ୍ଚରେ କୌଣସି ବିଧାୟକଙ୍କ ହାତରେ ମେହେନ୍ଦି ହୋଇଥିବା ଦେଖାଯାଇ ନଥିବା ବେଳେ କାହା ହାତରେ ନୂଆ ଘଡ଼ି ବି ଦେଖାଯାଇନି। ବିଧାୟକମାନେ ବିବାହ କରିନଥିବା କହୁଛନ୍ତି। ତେବେ ହିରମଙ୍କ ଘୋଷଣା ପରେ କାହାରିକୁ ଏବେ ବିଶ୍ୱାସକୁ ନେଇ ହେଉନି। ପାକିସ୍ତାନ ରାଜନୀତି ହଲଚଲ କରିବା ହିରମଙ୍କ ଲାଗି ନୂଆ କଥା ନୁହେଁ। ଅତୀତରେ ସେ ପାକିସ୍ତାନ ମନ୍ତ୍ରୀ ଶେଖ ରସିଦଙ୍କ ବିରୋଧରେ ଅଶ୍ଳୀଳ କଥାବାର୍ତ୍ତାର ଅଭିଯୋଗ ଆଣିସାରିଛନ୍ତି। ଏଣୁ ତାଙ୍କର ବିବାହ ଘୋଷଣା ବି ସେହିପରି କିଛି ହୋଇଥାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।

ତେବେ ଜିଓ ନ୍ୟୁଜ ଅନୁସାରେ ହିରମ ଯାହାଙ୍କୁ ବିବାହ କରିଛନ୍ତି ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ବୋଲି ଦାବି କରୁଛନ୍ତି। ସେ ବିଧାୟକ ସମେତ ପିପିପି ସଦସ୍ୟ ଓ ପ୍ରଦେଶ ମନ୍ତ୍ରୀ ବୋଲି କହୁଛନ୍ତି, ଯାହାଙ୍କର ସିନ୍ଧ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଥିବା ସୂଚିତ କରିଛନ୍ତି। ହେଲେ କାହାକୁ ବିବାହ କରିଛନ୍ତି କହୁନାହାନ୍ତି। କିନ୍ତୁ ଏହା ତାଙ୍କର ଗୋପନ ବିବାହ ବୋଲି ଏବେ ଜଣାପଡିଲାଣି। କାରଣ ସେ ଯାହାଙ୍କୁ ବିବାହ କରିଛନ୍ତି ବୋଲି କହୁଛନ୍ତି ସେ ପ୍ରଥମରୁ ବିବାହିତ ଓ ସେ ପ୍ରଥମ ପତ୍ନୀଙ୍କୁ ମାମଲାରେ ବୁଝାସୁଝା କରିସାରିବା ପରେ ତାଙ୍କ ବିବାହ କଥା ଉଜାଗର କରିବେ ବୋଲି କହିଛନ୍ତି।

ହିରମ ଜୁଲାଇ ୪ ତାରିଖରେ ତୁର୍କି ଯାଉଥିବା ଓ ସେଠାରୁ ଫେରିବା ପରେ ସମସ୍ତଙ୍କୁ ସବୁ ଖବର ମିଳିଯିବ ବୋଲି କହିଛନ୍ତି। ହିରମଙ୍କ ଏପରି ଘୋଷଣା ସିନ୍ଧ ବିଧାନସଭାକୁ ସରଗରମ କରିଛି। କିଛି ମନ୍ତ୍ରୀ ଏହା ଷ୍ଟାରଙ୍କ ବ୍ୟକ୍ତିଗତ ମାମଲା ବୋଲି କହିଥିବା ବେଳେ କିଛି ମନ୍ତ୍ରୀ ନିଜ ସମ୍ପର୍କରେ ସଫେଇ ମଧ୍ୟ ଦେଇଛନ୍ତି। ତେବେ ଗତ ଜାନୁୟାରୀମାସରେ ହିରମଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଲାଇଭ ଟିଭି ସୋରେ ମୁଫ୍ତି ଅବଦୁଲ କବିଙ୍କୁ ଚଟକଣା କସିଥିଲେ। ସେ ଅଶ୍ଳିଳ କମେଣ୍ଟ କରିଥିବାର ହିରମ ଅଭିଯୋଗ କରିଥିଲେ। ତେବେ ଅଭିଯୋଗକୁ ମୁଫ୍ତି ଅସ୍ୱୀକାର କରିବା ପରେ ତାଙ୍କ ଭଳି ଲୋକଙ୍କୁ ସାର୍ବଜନିକ ଦଣ୍ଡିତ କଲେ ପାକିସ୍ତାନରେ ବଳତ୍କାର ହୋଇଯିବନି ବୋଲି କହିଥିଲେ।      

   Related Posts