ପାକିସ୍ତାନର ସବୁଠୁ ବଡ଼ ଟିକ୍‌ଟକ୍‌ ଷ୍ଟାର ଛାଡ଼ିବେ ଦେଶ, କହିଲେ- ଏଠାକାର ଲୋକଙ୍କ ମାନସିକତା ଭଲ ନୁହେଁ

Published By : Prameya-News7 Bureau | October 17, 2020 IST

ପେଶାଓ୍ବାର ୧୭/୧୦: ଭାରତରେ ଚୀନ ଆପ୍‌ ‘ଟିକ୍‌ଟକ୍‌’ ବ୍ୟାନ ହେବାକୁ ନେଇ ଟିକ୍‌ଟକ୍‌ ଲଭର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ପରେ ସଂସ୍କୃତିକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରି ପାକିସ୍ତାନ ସରକାର ମଧ୍ୟ ଟିକ୍‌ଟକ୍ ବ୍ୟାନ୍‌ କରିଛନ୍ତି। ଆପ୍‌ ବ୍ୟାନ୍‌କୁ ନେଇ ‘ଟିକ୍‌ଟକ୍‌’ ପ୍ରେମୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଜଣେ ବଡ଼ ଟିକ୍‌ଟକ୍‌ ଷ୍ଟାର ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଜନ୍ନତ ମିର୍ଜା ଦେଶ ଛାଡ଼ିବାକୁ ଘୋଷଣା କରିବା ସହ ସେଠାକାର ଲୋକଙ୍କ ମାନସିକତା ଭଲ ନୁହେଁ ବୋଲି ଅଭିଯୋଗ କରିଛନ୍ତି।  ପ୍ରଥମ ପାକିସ୍ତାନୀ ଟିକ୍‌ଟକ୍‌ର ଭାବେ ଜନ୍ନତଙ୍କ ୧୦ ମିଲିୟନ ଫଲୋଅର୍ସ ଅଛନ୍ତି। ତେବେ ଜନ୍ନତଙ୍କ ନିଷ୍ପତ୍ତିରେ ଦୁଃଖି ଥିବା ପ୍ରଶଂସକ ତାଙ୍କର ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଏପରିକି କାହିଁକି ଜାପାନ ଯାଉଛ ବୋଲି ସୋସିଆଲ ମିଡିଆରେ ପଚାରିଛନ୍ତି।

୯ ଅକ୍ଟୋବରରେ ପାକିସ୍ତାନ ଚୀନ ଆପ୍‌ ‘ଟିକ୍‌ଟକ୍‌’ ଉପରେ ପ୍ରତିବନ୍ଧକ ଲଗାଇଛି। କିନ୍ତୁ ଏହାର ଔପଚାରିକ ଘୋଷଣା କରିନାହିଁ। ଚୀନର ନାଲିଆଖିରୁ ବର୍ତ୍ତିବା ପାଇଁ ପାକ୍‌ ଏଭଳି କରିଥିବା କୁହାଯାଉଛି। ସେପଟେ ପାକ୍‌ ସରକାରଙ୍କ ନିଷ୍ପତ୍ତି ପରେ ମିଶ୍ର ପ୍ରତିକ୍ରିୟା ମିଳିଛି ।କେହି କେହି ଏହାକୁ ସରକାରଙ୍କ ପ୍ରଥମ ଭଲ ପଦକ୍ଷେପ ବୋଲି କହିବା ସହ ଭଗବାନ ଦୟାରୁ ଭଲ ହୋଇଛି ବୋଲି କିଛି ଲୋକ ଲେଖିଛନ୍ତି। ଜନ୍ନତ ମିର୍ଜାଙ୍କ ପାଇଁ କିଛି ୟୁଜର ଦୁଃଖ ପ୍ରକାଶ କରିଛନ୍ତି। କାରଣ ସେ ଖୁବ କମ୍‌ ଦିନରେ ୧୦ ମିଲିୟନ ଫଲୋଅର୍ସ ପ୍ରାପ୍ତ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.