Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପାକ୍ ଟେରର୍ ପ୍ଲାନ୍ ପଣ୍ଡ : ଧରାପଡିଲା ପାକିସ୍ତାନ ଆତଙ୍କବାଦୀ, ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ୍ ଜବତ

12/10/2021 at 11:56 AM

ନୂଆଦିଲ୍ଲୀ ୧୨/୧୦: ଦିଲ୍ଲୀରେ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ। ସେହି ଆତଙ୍କବାଦୀ ଠାରୁ ଏକେ-୪୭ ରାଇଫଲ୍ ଓ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରାଯାଇଛି। ଏହି ଆତଙ୍କବାଦୀ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ବାରା ଟ୍ରେନିଂ ପାଇଛି । ସେ ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲା ।

ସେହି ଆତଙ୍କବାଦୀକୁ ଏବେ ପଚରାଉଚରା ଚାଲିଛି । ସେହି ଆତଙ୍କବାଦୀର ନାଁ ମହମ୍ମଦ ଅଶରଫ ଓରଫ ଅଲ୍ଲୀ। ସୋମବାର ରାତି ୯ଟା ୨୦ରେ ତାକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀ ନଗର ଅଞ୍ଚଳରୁ ଗିରଫ କରିଛି। ଗିରଫ ଆତଙ୍କବାଦୀ ମହମ୍ମଦ ଅଶରଫ ପାକିସ୍ତାନର ପଞ୍ଜାବ ପ୍ରଦେଶର ନବରେଲ ଅଞ୍ଚଳର ବାସିନ୍ଦା। ସେ ନିଜକୁ ଭାରତୀୟ ବୋଲି ପରିଚୟ ଦେଇ ଦିଲ୍ଲୀରେ ରହୁଥିଲା ।

ସେ ନିଜକୁ ମହମ୍ମଦ ନୁରୀ ନାଁରେ ପରିଚୟ ଦେଉଥିଲା। ଜାଲ ନାମକୁ ବ୍ୟବହାର କରି ସେ ଭାରତୀୟ ଆଇକାର୍ଡ ମଧ୍ୟ ପ୍ରସ୍ତୁତ କରିଥିଲା। ଦିଲ୍ଲୀ ପୋଲିସ ତା ନିକଟରୁ ଗୋଟିଏ ଏକେ -୪୭ ରାଇଫଲ୍ , ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ , ୨ଟି ପିସ୍ତଲ ଜବତ କରିଛି। ଦିଲ୍ଲୀର ତୁର୍କମାନ ଅଞ୍ଚଳରେ ସେ ରହୁଥିବା ଘରୁ ଏକ ଭାରତୀୟ ପାସପୋର୍ଟ ମଧ୍ୟ ଜବତ କରାଯାଇଛି।

   Related Posts