Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ଯୋଗୁ ପାକିସ୍ତାନରେ ବନ୍ଦ ହେଲା ବିମାନ ସେବା, ଲକ୍ ଡାଉନ୍‌ରେ ସିନ୍ଧ ଓ ପଞ୍ଜାବ ସମେତ ୩ ପ୍ରଦେଶ

25/03/2020 at 4:16 PM

ଇସ୍ଲାମାବାଦ ୨୫।୩:  କରୋନା ଭୂତାଣୁ ସାରା ବିଶ୍ୱରେ ଏବେ ଆତଙ୍କ ଖେଳାଇଦେଇଛି। ତେବେ ଏପର୍ଯ୍ୟନ୍ତ ଅବହେଳା କରିଆସୁଥିବା ପାକିସ୍ତାନ ପ୍ରଥମ ଥର ନିଦରୁ ଉଠିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାରରେ ପହଞ୍ଚିବା ପରେ ସରକାର ବୁଧବାର ଦେଶରେ ପ୍ରଥମ ଲକ୍ ଡାଉନ ଘୋଷଣା କରିଛନ୍ତି। ଏହା ସହ ବିମାନ ଚଳାଚଳ ମଧ୍ୟ ବାତିଲ କରାଯାଇଛି। ଏପର୍ଯ୍ୟନ୍ତ ପାକିସ୍ତାନର ବିଭିନ୍ନ ସ୍ଥାନରେ କରୋନା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସତର୍କତା ସ୍ୱରୂପ ସରକାର ପୂର୍ବରୁ ରେଳ ଚଳାଚଳ ବନ୍ଦ କରିଦେଇଥିଲେ।

ବୁଧବାର ସିନ୍ଧ ଓ ବଲୁଚିସ୍ତାନରେ ୭ଟି ନୂଆ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ଛୁଇଁଛି। କେବଳ ସିନ୍ଧ ପ୍ରାନ୍ତରେ ଏପର୍ଯ୍ୟନ୍ତ ୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପଞ୍ଜାବରେ ୨୯୬, ଖୈବର କୁକ୍ତନଖ୍ୱାରେ ୭୮, ବଲୁଚିସ୍ତାନରେ ୧୧୫, ଇସ୍ଲାମାବାଦରେ ୧୬ ଓ ଗିଲଗିଟ୍ ବାଲତିସ୍ତାନରେ ୮୧ ଜଣ କରୋନା ଚିହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମଣ ଚିହ୍ନଟ ପରେ ପାକ୍ ସରକାର ସିନ୍ଧ ଓ ପଞ୍ଜାବ ସମେତ ମୋଟ ୩ଟି ପ୍ରାନ୍ତକୁ ବୁଧବାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।  ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶକୁ କରୋନା ଲାଗି ଲକ୍ ଡାଉନ୍ କରିବେ ନାହିଁ ବୋଲି କହିଥିଲେ। ଏହା ଛଡା ଉପୁଜିଥିବା ପରିସ୍ଥିତିରେ ଧନୀ ଦେଶମାନଙ୍କୁ ସହାୟତା ନିମନ୍ତେ ନିବେଦନ ମଧ୍ୟ  କରିଥିଲେ।

   Related Posts