Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପାକିସ୍ତାନୀ ସୈନ୍ୟଙ୍କୁ ନିସ୍ତୁକ୍ ପିଟିଲେ ଚୀନ୍ ସେନା, ଅଫିସର ଚୁପ୍

10/08/2020 at 8:14 PM

ବାହାବଲପୁର: ପାକିସ୍ତାନ ବାହାବଲପୁରରେ ଅଜବ କାଣ୍ଡ କରିଛନ୍ତି ଚୀନ୍‌ ସେନା। ଶ୍ରମିକଙ୍କ ପୋଜିସନକୁ ନେଇ ଆପତ୍ତି କରିବାରୁ ପାକିସ୍ତାନୀ ସୈନ୍ୟଙ୍କୁ ଚୀନ୍‌ ସେନା ନିସ୍ତୁକ ମାଡ ମାରିଛନ୍ତି। ଏ ନେଇ  ୱିଙ୍ଗ ୨୭ କମାଣ୍ଡିଂ ଅଫିସରଙ୍କୁ ସୂଚିତ କରାଯାଇଥିବା ବେଳେ ସେ ଘଟଣାକୁ ନେଇ ଏପର୍ୟ୍ୟନ୍ତ ଆପତ୍ତି କରିନାହାନ୍ତି। ଏଣୁ ମାମଲାରେ ଉଚ୍ଚ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ମାଡ ଖାଇଥିବା ଜବାନମାନେ ଆଶଙ୍କା କରୁଛନ୍ତି। 

ଚୀନ୍‌ ଓ ପାକିସ୍ତାନ ମିତ୍ର ରାଷ୍ଟ୍ର। ଏଣୁ ସେମାନଙ୍କ ମଧ୍ୟରେ ସୀମା ଓ ସୁରକ୍ଷାକୁ ନେଇ ସେଭଳି ବିବାଦ ନାହିଁ। ତେବେ ପାକିସ୍ତାନ ପଟେ ଚୀନର ଶ୍ରମିକ କାମ କରିବା ନେଇ ଆପତ୍ତି କରିଥିଲେ ପାକ୍ ସୈନ୍ୟ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବା ବେଳେ ପାକ୍ ସୈନିକଙ୍କୁ ନିସ୍ତୁକ ପିଟିଥିଲେ। ଏ ନେଇ ୱିଙ୍ଗ ୨୭ କମାଣ୍ଡିଂ ଅଫିସର ଇମ୍ରାନ କାସିମ୍‌ଙ୍କୁ ସୂଚିତ କରାଯାଇଥିଲେ ହେଁ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନି।

ତେବେ ଇମ୍ରାନ କାସିମ ଘଟଣା ନେଇ ୩୪୧ ଲାଇଟ୍ କମାଣ୍ଡୋ ବ୍ରିଗେଡ୍ ମୁଖ୍ୟାଳୟକୁ ସୂଚିତ କରିଥିବା କହିଛନ୍ତି। ତେବେ ସେପଟରୁ କଣ ପ୍ରତିକ୍ରିୟା ବ୍ୟକ୍ତ କରାଯାଇଛି ତାହା ସେ ଜାଣିନଥିବା କହିଛନ୍ତି। ତେବେ ଘଟଣା ଚୀନ ସୈନିକଙ୍କ ମନବଳ ହ୍ରାସ କରିଥିବା ଜଣାପଡିଛି। ଉଚ୍ଚାଧିକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ସୂଚିତ କରାଯାଉ ନଥିବା ବେଳେ ସେମାନେ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ କରୁଥିବା କହିଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ଯୋଗୁ ସେମାନଙ୍କୁ ମାରପିଟ କରାଯାଉଥିଲେ ହେଁ ସରକାର ଅଥବା ସୈନ୍ୟବାହିନୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଉନି।

ଜୁନ ୧୫ ତାରିଖରେ ଚୀନ୍‌ ସେନା ଗଲୱାନ ଘାଟିରେ ଭାରତୀୟ ସେନାଙ୍କ ସହ ସମାନ ଧରଣର ମାରପିଟ କରିଥିଲେ। ଭାରତୀୟ ସୈନିକ ଏହାର ଜୋରଦାର ପ୍ରତିକ୍ରିୟା ଦେଇଥିବା ବେଳେ ଭାରତୀୟ ସେନା ଓ ସରକାର ଜୋରଦାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହେଲେ ପ୍ରସଙ୍ଗରେ ପାକ୍ ସେନା ଓ ସରକାରଙ୍କ ନୀରିବତା ଏବେ ନିମ୍ନ ସୈନ୍ୟ କର୍ମଚାରୀ ଓ ଅଧିକାରୀଙ୍କୁ ଦୁର୍ଭାବନା ଗ୍ରସ୍ତ କରିଛି।  

   Related Posts