Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||

ମୋଦିଙ୍କୁ ଧମକ ଦେଇଥିବା ପାକିସ୍ତାନୀ କଣ୍ଠଶିଳ୍ପୀ ମନୋରଞ୍ଜନ ଦୁନିଆକୁ କଲେ ବାଏ ବାଏ, କହିଲେ ‘ଆଲ୍ଲା ମୁଝେ ମାଫ୍ କରେ’

5/11/2019 at 10:39 PM

ଇସ୍ଲାମାବାଦ୫/୧୧: ପାକିସ୍ତାନର ବିବାଦୀୟ କଣ୍ଠଶିଳ୍ପୀ ରବି ପରିଜାଦା ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସେ ନିକଟରେ ସୋସିଆଲ ମିଡ଼ିଆରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରି ବେଶ ଚର୍ଚ୍ଚା ରହିଥିଲେ।  ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ପାକିସ୍ତାନରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ପୁଣି ଏକ ଟ୍ବିଇଟ୍ କରି ସେ ଚର୍ଚ୍ଚା ରହିଛନ୍ତି। ସେ ମନୋରଞ୍ଜନ ଦୁନିଆକୁ ବାଏ ବାଏ କରି ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

କିଛି ମାସ ତଳେ ପରିଜାଦା ବମ ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଥିଲେ। ଏମିତିକି ତାଙ୍କର ଅଶ୍ଳୀଳ  ଓ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ନେଇ ବିବାଦରେ ପରିଜାଦା ଥିଲେ। ତାଙ୍କର ବେପରୁଆ ମନ୍ତବ୍ୟ ଓ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ଲାଗି ତାଙ୍କୁ ଲୋକହସା ହୋଇଥିଲେ।

 ପରିଜାଦା ମନୋରଞ୍ଜନ ଦୁନିଆ ଛାଡ଼ିବା ନେଇ ଟ୍ବିଇଟର ଲେଖିଛନ୍ତି ଯେ ମୁଁ ରବି ପରିଜାଦା। ମୁଁ ଏଣ୍ଟରଟେନମେଣ୍ଟ ଦୁନିଆ ଛାଡ଼ି ଦେଲି। ମୁଁ କରିଥିବା ପାପ ପାଇଁ ଆଲ୍ଲା ମୋତେ କ୍ଷମା କରି ଦିଅନ୍ତୁ। ତାଙ୍କ ଟ୍ବିଇଟର ଆକାଉଣ୍ଟରେ ଲେଖିଥିବା ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

   Related Posts