ପାକିସ୍ତାନର ପ୍ରସିଦ୍ଧ ସୁଫି ଗାୟକ ରାହତ ଫତେ ଅଲ୍ଲି ଖାନଙ୍କୁ ମିଳିଲା ଇଡି ନୋଟିସ୍
30/01/2019 at 5:45 PM

ପାକିସ୍ତାନ ୩୦/୧: ପାକିସ୍ତାନର ପ୍ରସିଦ୍ଧ ସୁଫି ଗାୟକ ରାହତ ଫତେ ଅଲ୍ଲି ଖାନ୍ ଏକ ବଡ଼ ସମସ୍ୟାରେ ଫସି ଯାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ରାହତ ଫତେ ଅଲ୍ଲି ଖାନଙ୍କୁ ନୋଟିସ୍ ପଠାଯାଇଛି। ଏହି ନୋଟିସ୍ FEMA ଉଲ୍ଲଘଂନ ଅଭିଯୋଗ ଯୋଗୁଁ ମିଳିଛି। ଭାରତରେ ବିଦେଶୀ ମୁଦ୍ରା ସ୍ଗଗଲିଙ୍ଗ୍ କରିଥିବା ଅଭିଯୋଗରେ ତାଙ୍କ ପାଖକୁ ନୋଟିସ୍ ପଠାଯାଇଛି। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହତ ଫତେ ଅଲ୍ଲି ଖାନଙ୍କୁ ଜବାବ ମାଗିଛି।

ରାହତ ଫତେ ଅଲ୍ଲି ଖାନ୍ ବେଆଇନଭାବେ ୩ ଲକ୍ଷ ୪୦ହଜାର ୟୁଏସ୍ ଡଲାର ଟଙ୍କା ଆୟ କରିଛନ୍ତି। ଏହି ଟଙ୍କା ମଧ୍ୟରୁ ସେ ୨ଲକ୍ଷ ୨୫ହଜାର ଡଲାର ସ୍ମଗଲିଙ୍ଗ୍ କରିଛନ୍ତି। ଖବର ମିଳିଛି ଯେ ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହତଙ୍କ ଜବାବରେ ସନ୍ତୁଷ୍ଟ ନ ହେବ ତାଙ୍କୁ ୩୦୦ପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ। ଯଦି ରାହତ ଜୋରିମାନା ନ ଦେବେ ତାହେଲେ ତାଙ୍କ ପାଖକୁ ଲୁକଆଉଟ୍ ନୋଟିସ୍ ପଠାଯିବ। ଏହା ସହିତ ଭାରତରେ ତାଙ୍କ ଶୋ କୁ ବ୍ୟାନ୍ କରାଯିବ।

ରାହତଙ୍କ ବ୍ୟାଗରୁ ୨୪ହଜାର ଡଲାର ଜବତ ହୋଇଥିବାବେଳେ ତାଙ୍କ ସହଯୋଗୀଙ୍କ ବ୍ୟାଗରୁ ୫୦-୫୦ହଜାର ଡଲାର ଜବତ କରାଯାଇଛି। ଏହି ୩ଜଣ ୧୬ଜଣିଆ ମ୍ୟୁଜିକାଲ ଟ୍ରୁପ ଅଂଶବିଶେଷ ଥିଲେ। ଡିଆରଆଇଙ୍କ କହିବା ଅନୁସାରେ ରାହତଙ୍କ ପାଖରେ ଯେତେ ବିଦେଶୀ ମୁଦ୍ରା ମିଳିଥିଲା ତାହା ତାଙ୍କୁ ଦିଆଯାଇଥିବା ଅନୁମତିଠାରୁ ମଧ୍ୟ ସୀମା ବାହାରେ ଥିଲା।

ରାହତ ଫତେ ଅଲ୍ଲି ଖାନ୍ ୨୦୦୩ମସିହାରୁ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ‘ପାପ’ ଫିଲ୍ମରେ ‘‘ଲଗନ ଲାଗି ତୁଝସେ ମନ କି ଲଗନ’’ ଗୀତ ଗାଇଥିଲେ। ଫିଲ୍ମ ‘ଇସ୍କିୟାଁ’ର ‘‘ଦିଲ ତୋ ବଚା ହେ ଜୀ’’ ଗୀତରେ ତାଙ୍କୁ ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା।