Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କାଶ୍ମୀର ଗଲେ ସେନାମୁଖ୍ୟ, ସେପଟେ ପାକିସ୍ତାନରେ ଶିଖ୍ ଯୁବତୀଙ୍କ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରି ମୁସଲମାନଙ୍କୁ ବିବାହ ଘଟଣା ନେଇ ତାତିଲେ ଭାରତୀୟ ଶିଖ୍

30/08/2019 at 4:21 PM

ନୂଆଦିଲ୍ଲୀ ୩୦|୮: କାଶ୍ମୀର ପରିସ୍ଥିତି ଶାନ୍ତ ରହିଥିବା ବେଳେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ସେଠାକୁ ଯାଇଛନ୍ତି ସେନାଧ୍ୟକ୍ଷ ବିପିନ ରାୱତ ।ସେନାଧ୍ୟକ୍ଷ ସେଠାରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିବେ ।ସେପଟେ ପାକିସ୍ତାନରେ ଜଣେ ଶିଖ୍ ଯୁବତୀଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇ ମୁସଲମାନ ପରିବାରରେ ବିବାହ କରାଯାଇଥିବାରୁ ଏହାକୁ ନେଇ ସେଠାରେ ଶିଖ୍‌ ମାନେ ତାତି ଉଠିଛନ୍ତି ।

ସେପଟେ କାଶ୍ମୀରରେ କାଁଭାଁ ହିଂସାକାଣ୍ଡ ସୃଷ୍ଟି ହେଉଥିବା ବେଳେ ଧାରା ୩୭୦ ଉଚ୍ଛେଦ ପରେ ସ୍ଥଳ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତରେ ଯାଇଛନ୍ତି ।ପାକିସ୍ତାନ ପଟୁ ବାରମ୍ବାର ଗୁଳିଗୋଳା ବର୍ଷଣ ହେଉଥିବା ବେଳେ ସେନାମୁଖ୍ୟ ଏହାର ସ୍ଥିତି ଯାଞ୍ଚ କରିବେ ।ଗୁରୁବାର ରାତିରେ ଶ୍ରୀନଗର ଉପକଣ୍ଠରେ ଜଣେ ଦୋକାନୀଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି । ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଉଥିବା ବେଳେ ଜାମ୍ମୁ କାଶ୍ମୀରର ୫ଟି ଜିଲ୍ଲାରେ ମୋବାଇଲ ସେବା ସ୍ବାଭାବିକ ହୋଇଛି । ସ୍କୁଲ ଗୁଡ଼ିକ ଖୋଲିଥିଲେ ମଧ୍ୟ ପିଲାଙ୍କ ଉପସ୍ଥାନ ହାର କମ୍‌ ରହିଛି ।

ଗୋଟିଏ ପଟେ ପାକିସ୍ତାନ କାଶ୍ମୀରରେ ମାନବାଧିକାର କଥା କହୁଥିବା ବେଳେ ନିଜ ଦେଶରେ ସଂଖ୍ୟାଲଘୁ ଶିଖ୍ ସଂପ୍ରଦାୟର ଜଣେ ଯୁବତୀଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇ ମୁସଲମାନ ଯୁବକଙ୍କୁ ବିବାହ କରାଇ ଦିଆଯାଇଛି । ଏହି ଘଟଣାରେ ଇମ୍ରାନ ଖାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟ୍ବିଟ୍‌ କରିଛନ୍ତି । ପାକିସ୍ତାନର ନାନକାନା ସାହିବର ଏହି ଝିଅ ଜଣକୁ ଜବରଦସ୍ତ ବିବାହ କରାଇ ଦିଆଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏହାକୁ ନେଇ ଭାରତରେ ଶିଖ୍ ସଂପ୍ରଦାୟ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଚେଷ୍ଟା କରି ପାକିସ୍ତାନ ବିଫଳ ହେବାପରେ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ପରିସ୍ଥିତି ହୋଇଛି ।

   Related Posts