Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଏପିଜିରେ ବ୍ଲାକ୍ ଲିଷ୍ଟ ହେବା ଯୋଗୁ ଭଡକିଲା ପାକିସ୍ତାନ, ଇମ୍ରାନଙ୍କ ମନ୍ତ୍ରୀ କଲେ ଏଭଳି ଟ୍ୱିଟ୍

24/08/2019 at 5:12 PM

କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଲାଗିଥିବା ପାକିସ୍ତାନକୁ ଲାଗିଛି ବଡ ଝଟକା। ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଫଏଟିଏଏଫ)ର ଆଞ୍ଚଳିକ ୟୁନିଟି ଏସିଆ ପେସିଫିକ ଗ୍ରୁପ୍ ଅର୍ଥାତ ଏପିଜି କଳାତାଲିକାଭୁକ୍ତ କରିଛନ୍ତି। ଫଳରେ ପାକିସ୍ତାନକୁ ବିଦେଶୀ ସହାୟତାର ଏବେ ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତେବେ ଏଥିରେ ବିଚଳିତ ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳର ଜନୈକ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତାଙ୍କର ବିଷ ଉଦଗାରୀଛନ୍ତି। ଏ ନେଇ ସେ ଟ୍ୱିଟ୍ କରିଥିବା ବେଳେ ଜାଣନ୍ତୁ କଣ ଉଲ୍ଲେଖ କରିଛନ୍ତି।

ପାକିସ୍ତାନକୁ ଏପିଜି କଳା ତାଲିକା ଭୁକ୍ତ କରିବା ଏବେ ଦେଶର ଆର୍ଥିକ ଦୁର୍ଦ୍ଦାଶାକୁ ବହୁଗୁଣିତ କରିବ। ଏଣୁ ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳର ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଚୌଧୁରୀ ଫବାଦ ହୁସୈନ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ପାକ୍ ନୁହେଁ ଭାରତକୁ କଳାତାଲିକା ଭୁକ୍ତ କରାଯିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ସେ ଭାରତ ଏକ ଏଭଳି ଦେଶ ବୋଲି ଉଲ୍ଲେଖ କରିଛନ୍ତି ଯେଉଁ ଦେଶର ଲୋକେ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ଆତଙ୍କବାଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଚୌଧୁରୀ ଉଲ୍ଲେଖ କରିଛନ୍ତି ଯେ କୌଣସି ଦେଶକୁ କଳାତାଲିକାଭୁକ୍ତ କରିବା ଏପିଜିଙ୍କର କ୍ଷମତା ନାହିଁ। ତେବେ ଯଦି କଳାତାଲିକା ଭୁକ୍ତ କରିବାର ଅଛି ତ ଭାରତକୁ ପ୍ରଥମେ କରାଯାଉ। ପାକିସ୍ତାନ ଏବେ ଅନେକ ସମସ୍ୟାରେ ଘେରିଯାଇଛି। ହେଲେ ପାକିସ୍ତାନ ରାଜନୈତିକ ଇତିହାସରେ କେବେ ଚରମପନ୍ଥୀଙ୍କୁ ପ୍ରଶୟ ଦେଇ ଥିବାର ନଜିର ନାହିଁ ବୋଲି ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ଚୌଧୁରୀ।

   Related Posts