ଇମ୍ରାନଙ୍କୁ ଆଶ୍ୱସ୍ତି, ସେନାପ୍ରମୁଖଙ୍କ କାର୍ଯ୍ୟକାଳ ବୃଦ୍ଧି ସପକ୍ଷରେ ଆସିଲା କୋର୍ଟଙ୍କ ରାୟ

Published By : Prameya-News7 Bureau | November 28, 2019 IST

ଇସ୍ଲାମାବାଦ:  ପାକ୍ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜୱାଙ୍କୁ ନେଇ ଗୁରୁବାର ପାକ୍ ସୁପ୍ରିମକୋର୍ଟ ତାଙ୍କର ରାୟ ଘୋଷଣା କରିଛନ୍ତି। ଏଥିରେ ବାଜୱାଙ୍କ ନିଯୁକ୍ତି କାର୍ଯ୍ୟକାଳ ଅଧିକ ୬ ମାସ ବୃଦ୍ଧି କରିଛନ୍ତି କୋର୍ଟ । ଫଳରେ ୨୯ ନଭେମ୍ବରରେ ଶେଷ ହେଉଥିବା ବାଜୱାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢିଯାଇଛି। କୋର୍ଟ ରାୟରେ  ସେନାମୁଖ୍ୟ ଭାବେ ବାଜୱାଙ୍କ ବର୍ତ୍ତମାନ ନିଯୁକ୍ତି ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କହିଛନ୍ତି, ତେବେ ନୂଆ ଆଇନରେ ତାଙ୍କର ଆଗାମୀ କାର୍ଯ୍ୟକାଳ ନିର୍ଦ୍ଧାରଣ ହେବ।

{"id":191213,"sizeSlug":"large"}

ଏଥି ଲାଗି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆର୍ମି ଆକ୍ଟରେ ସଂଶୋଧନ କରିବାକୁ ପଡିବ। ସଂସଦରେ ସଂଶୋଧନ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ଲାଗି ନୋଟିସ୍ କରିପାରିବେ ବୋଲି କୋର୍ଟ କହିଛନ୍ତି।  ୬ ମାସ ମଧ୍ୟରେ ଏଥିଲାଗି ଇମ୍ରାନଙ୍କୁ ସଂଶୋଧନ ପ୍ରସ୍ତାବ ଆଗତ କରିବାକୁ ପଡିବ।  ତେବେ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳକୁ ପ୍ରଧାନମନ୍ତ୍ରୀ ନିଜ ଇଛାରେ ୩ ବର୍ଷ ପର୍ଯ୍ୟନ୍ତ  ସମ୍ପ୍ରସାରିତ କରିଥିଲେ। ଏଣୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ମୁଖ୍ୟ ସେନାଧ୍ୟକ୍ଷଙ୍କୁ ନେଇ ପାକ୍ ସରକାର ୩ ମାସ ହେଲା ତ୍ରିଶଙ୍କୁ ଅବସ୍ଥାରେ ଥିଲେ।

wp:html /wp:html

ପାକ୍ ସୁପ୍ରିମକୋର୍ଟଙ୍କ ମୁଖ୍ୟନ୍ୟାୟାଧୀଶ ଜଷ୍ଟିସ ଖୋସାଙ୍କ ନେତୃତ୍ୱରେ ୩ ସଦସୀୟ ଖଣ୍ଡପୀଠ  ଗତ ୩ ଦିନ ହେଲା ଲଗାତାର ଶୁଣାଣି କରୁଥିଲେ। ଇମ୍ରାନଙ୍କ ନିଷ୍ପତ୍ତି ସୁପ୍ରିମକୋର୍ଟରେ ରଦ୍ଦ ହେବା ନେଇ ଅନେକ ଆଶଙ୍କା ଥିଲା। କୋର୍ଟରେ ଗୁରୁବାର ଚୂଡାନ୍ତ ଶୁଣାଣି ବେଳେ ସରକାର ଜରୁରୀ କ୍ୟାବିନେଟ୍ ବୈଠକ ଡାକିଥିଲେ। ଏଥିରେ ଆଇନମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଥିଲା। ଇସ୍ତଫା ପରେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟରେ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ତର୍କ ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଇମ୍ରାନ ଟ୍ୱିଟ୍ କରି ତାଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.