Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଇମରାନଙ୍କ ପାଗଳାମି ପୁଣି ବାହାରିଲା: କାଶ୍ମୀରକୁ ନିଜର ଦେଖାଇ ପାକିସ୍ତାନର ନୂଆ ମାନଚିତ୍ର, ନେପାଳ ଭଳି ଜବାବ୍ ପାଇପାରେ ଇସଲାମାବାଦ

4/08/2020 at 7:04 PM

ଲାହୋର, ୦୪|୦୮: ନେପାଳ ରାସ୍ତାରେ ପାକିସ୍ତାନ । ପାକ୍‌ର ଇମରାନ ଖାନ ସରକାର ଏବେ ବିବଦୀୟ ନକ୍ସା ଜାରି କରିଛନ୍ତି । ଏଥିରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦାବି କରିଛି । ପୂର୍ବରୁ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି ଦାବି କରୁଥିଲା । କିନ୍ତୁ ନୂଆ ନକ୍ସାରେ କାଶ୍ମୀର ମଧ୍ୟ ସାମିଲ ହୋଇଯାଇଛି । ନୂଆ ମ୍ୟାପରେ ଲଦାଖ, ସିୟାଚୀନ ସମେତ ଗୁଜୁରାଟର ଜୁନାଗଡକୁ ମଧ୍ୟ ପାକିସ୍ତାନ ନିଜର ବୋଲି ଦର୍ଶାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏହାକୁ ଇତିହାସର ସବୁଠାରୁ ଐତିହାସିକ ଦିନ ବୋଲି କହିଛନ୍ତି । ବିବାଦିୟ ନକ୍ସାକୁ ଇମରାନଙ୍କ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ୍ ବୈଠକ ପରେ ଇମରାନ ନୂଆ ପଲିଟିକାଲ ମ୍ୟାପ୍ ଜାରି କରିଥିଲେ । ଏଥିରେ କାଶ୍ମୀରକୁ ନିଜର ବୋଲି ପାକ୍ ଦାବି କରିଛି ।

ପାକିସ୍ତାନ ପୂର୍ବରୁ ନେପାଳ ମଧ୍ୟ ଭାରତର କଳାପାଣୀ, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜର ଦାବି କରିଥିଲା । ଏହାକୁ ମେ ୨୦ରେ ଜାରି କରାଯାଇଥିଲା । ନେପାଳ ସଂସଦରେ ଏହାକୁ ମଞ୍ଜୁରୀ ମିଳିଥିଲା ।

ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ପାଗଳଙ୍କ ଭଳି ପ୍ରଳାପ କରିଥିଲା । ଏହାପରେ ପାକିସ୍ତାନ ଏବେ ନୂଆ ନକ୍ସା ଜାରି କରିଛି ।

   Related Posts