ସ୍କର୍ଦ୍ଦୁ ବାୟୁସେନା ଘାଟିରେ ବଢୁଛି ପାକ୍ ର ସୈନ୍ୟ ଗତିବିଧି, ମୁତୟନ କରିପାରେ ଜେଏଫ-୧୭ ବିମାନ

Published By : Prameya-News7 Bureau | August 12, 2019 IST

ଲଦ୍ଦାଖ: ଅବିଭକ୍ତ କାଶ୍ମୀର ସୀମା ସଲଗ୍ନ ପାକିସ୍ତାନର ସ୍କର୍ଦ୍ଦୁ ବାୟୁସେନା ବିମାନଘାଟିରେ ସୈନ୍ୟ ଗତିବିଧି ବଢିବାରେ ଲାଗିଛି। ଶନିବାର ଏଠାକୁ ପାକ୍ ବାୟୁସେନାର ୩ଟି ସି-୧୩୦ ବିମାନ ଆସିଥିଲେ। ପରେ ଅନ୍ୟ ଫାଇଟରଜେଟ୍ ମଧ୍ୟ ଏଠାରେ ଅବତରଣ କରିଥିବା ଦେଖାଯାଇଛି। ସୈନ୍ୟ ଗତିବିଧିରୁ ପାକ୍ ଏଠାରେ ତାର ଜେଏଫ-୧୭ ଯୁଦ୍ଧ୍ୟବିମାନକୁ ମୁତନ କରିପାରେ ବୋଲି ଅନୁମାନ କରାଯାଉଛି। ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଭରତ ହଟାଇଦେବା ପରେ ପାକିସ୍ତାନ ଏକପ୍ରକାର ବିଚଳିତ ହୋଇପଡିଛି। ଏଥିରେ ସ୍କର୍ଦ୍ଦୁରେ ବାୟୁସେନା ବିମାନ ମୁତୟନ ସୀମାରେ ଉତ୍ତେଜନା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

{"id":143615}

ପାକିସ୍ତାନର ସ୍କର୍ଦ୍ଦୁ ଏକ ଗୁରୁତ୍ୱପୂର୍ଣ୍ଣ ବାୟୁସେନାଘାଟି। ଏଠାରେ ବାୟୁସେନାର ଉପସ୍ଥିତି ସେନା କାର୍ଯ୍ୟାନୁଷ୍ଠାନ ଲାଗି ବେଶ ସହାୟକ ହୋଇଥାଏ। ଶନିବାର ଏଠାରେ ପାକ୍ ବାୟୁସେନାର ପ୍ରଥମ ସି-୧୩୦ ବିମାନ ଦେଖାଯିବା ପରଠାରୁ ସୀମାରେ ପାକ୍ ର ଗତି ବିଧି ଉପରେ ଭାରତୀୟ ସେନା ତୀକ୍ଷ୍ମ ନଜର ରଖିଛି। ମିଳିଥିବା ସୂଚନା ଅନୁସାରେ ପାକ୍ ସେନା ସୀମାରେ ଯୁଦ୍ଧାଭ୍ୟାସ ଲାଗି ଯୋଜନା କରୁଛି। ଏଥିଲାଗି ସ୍କର୍ଦ୍ଦୁରେ ସେନା ଗତିବିଧି ବଢିଥିବାର ଅନୁମାନ କରାଯାଉଛି।

{"id":143616}

ପାକିସ୍ତାନ ଏବେ ଗୁରୁତର ଆର୍ଥିକ ଦୁରାବସ୍ଥାଦେଇ ଗତି କରୁଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ବାବଦ ଖର୍ଚ୍ଚ କାଟ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି। ଏଥିରେ ସୀମାରେ ଯୁଦ୍ଧାଭ୍ୟାସ ଯୋଜନା ସରକାରଙ୍କ ନୀତି ପ୍ରତି ଉପହାସ ସୃଷ୍ଟି କରିଛି। ଗୋଟିଏ ପଟେ ସରକାର ଖର୍ଚ୍ଚକାଟ ବାହାନାରେ ପାଣି ବଞ୍ଚାଉଥିବା ବେଳେ ବାୟୁସେନା ବିମାନ ଏବେ ସୀମାରେ ଇନ୍ଧନ ପାଣିଭଳି ଖର୍ଚ୍ଚ କରିବାରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.