Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଶାଳୀନତା ଭୁଲିଗଲେ ପାକ୍ ରିପୋର୍ଟର : ଆଫଗାନ୍ ଅଧିନାୟକଙ୍କୁ ପଚାରିଲେ ଅବାନ୍ତର ପ୍ରଶ୍ନ, ଅଧାରୁ ସାମ୍ବାଦିକ ସମ୍ମିଳନୀ ଛାଡି ଚାଲିଗଲେ ନବୀ

30/10/2021 at 2:33 PM

ଦୁବାଇ, ୩୦/୧୦:    ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଆଫଗାନିସ୍ତାନ । ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ପାକିସ୍ତାନ ନ୍ୟାଚ୍ ଜିତିଥିଲେ ମଧ୍ୟ ଆଫଗାନ୍ ଖେଳକୁ ସମସ୍ତେ ପ୍ରଶଂସା କରୁଛନ୍ତି । ମ୍ୟାଚ୍ ପରେ ଆଫଗାନ୍ ଅଧିନାୟକ ମହମ୍ମଦ ନବୀ ସାମ୍ବାଦିକ ସମ୍ମିଳନୀ କରିଥିଲେ । କିନ୍ତୁ ଏପରି କିଛି ହେଲା ଯେ ନବୀ ରାଗିଯାଇ ସାମ୍ବାଦିକ ସମ୍ମିଳନୀ ଅଧାରୁ ଚାଲିଯାଇଥିଲେ ।

ସୂଚନାନୁସାରେ, ସାମ୍ବାଦିକ ସମ୍ମିଳନୀରେ ଜଣେ ପାକ୍ ରିପୋର୍ଟର ନବୀଙ୍କୁ ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ବାବଦରେ ପ୍ରଶ୍ନ କରିଥିଲେ । ଏପରିକି ପାକ୍-ଆଫଗାନ ସମ୍ପର୍କ ଉପରେ ପ୍ରଶ୍ନ କରିଥିଲେ । ବିଶ୍ୱକପ ପରେ ଆଫଗାନ ଟିମ୍ ଦେଶରେ ପହଁଚିଲେ କଣ ହେବ ବୋଲି ପଚାରିଥିଲେ। କିନ୍ତୁ ଏହି ସବୁ ପ୍ରଶ୍ନ ନବୀଙ୍କୁ ପସନ୍ଦ ଆସିନଥିଲା ।

ଏହାର ଉତ୍ତରରେ ନବୀ କହିଥିଲେ ଯେ, ଖେଳ ଛାଡି ଅନ୍ୟ ପ୍ରଶ୍ନ ପଚରା ଯାଉଛି । କ୍ରିକେଟ୍ ମ୍ୟାଚରେ ଏସବୁ ପ୍ରଶ୍ନ କିଛି ମାନେ ରଖେ ନାହିଁ । କ୍ରିକେଟ୍ କଥା ପଚାରିଲେ ଭଲ ହେବ ବୋଲି ନବୀ କହିଥିଲେ । ଏହାସହ ସେ ଏଠାକୁ ବିଶ୍ୱକପ ଜିତିବାକୁ ଆସିଛନ୍ତି । ଏହାପରେ ବି ପାକିସ୍ତାନୀ ରିପୋର୍ଟ ବାଚାଳଙ୍କ ପରି ପ୍ରଶ୍ନ ପଚାରିଥିଲେ । ଫଳରେ ନବୀ ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଏବେ ତାଲିବାନୀ ଶାସନ ଚାଲିଛି । ଏପରିକି କ୍ରିକେଟର ଭବିଷ୍ୟତକୁ ନେଇ ସଂଶୟ ଦେକାଦେଇଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ବି ସେତେଟା ଭଲ ନୁହେଁ । ଆହୁରି ମଧ୍ୟ ମ୍ୟାଚରେ ବେଳେ ପାକ୍ ଓ ଆଫଗାନ ସମର୍ଥକ ମାରପିଟ୍ ହୋଇଥିବା ଭିଜୁଆଲ ଭାଇରାଲ ହୋଇଥିଲା ।

   Related Posts