ବାବ୍ରୀ ନିଷ୍ପତ୍ତିକୁ ନେଇ ପାକିସ୍ତାନର ତୀବ୍ର ପ୍ରତିକ୍ରିୟା, ଦିନ ତମାମ ଚର୍ଚ୍ଚା କଲେ ମିଡିଆ

Published By : Prameya-News7 Bureau | September 30, 2020 IST

ଇସ୍ଲାମବାଦ ୩୦।୯: ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟକୁ ନେଇ ପାକିସ୍ତାନର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶର ଗଣମାଧ୍ୟମରେ ଦିନ ତମାମ ଘଟଣାର ଚର୍ଚ୍ଚା କରାଯାଇଥିବା ବେଳେ ପାକ୍ ବୈଦେଶିକ ମନ୍ତ୍ରାଳୟ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛି। ଏ ନେଇ ମନ୍ତ୍ରାଳୟ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ସଂଖ୍ୟାଲଘୁ ବିଶେଷ କରି ମୁସଲମାନ ମାନଙ୍କ ଆସ୍ଥା କେନ୍ଦ୍ରର ସୁରକ୍ଷା ଲାଗି ଭାରତ ସରକାର ଯତ୍ନବାନ ହୁଅନ୍ତୁ ବୋଲି କହିଛି। ତେବେ ଏହା ଦେଶର ଆଭ୍ୟନ୍ତରିଣ ମାମଲା ହୋଇଥିବାରୁ ପ୍ରସଙ୍ଗରେ ପାକିସ୍ତାନର ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି।

wp:html /wp:html

ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟ ଜିଓ ନ୍ୟୁଜ୍‌ ବାବ୍ରୀକାଣ୍ଡର ସମସ୍ତ ୩୨ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟାଳୟ ନିର୍ଦ୍ଦୋଶରେ ମୁକ୍ତ କରିଦେଇଥିବା ଦିନ ତମାମ ମୁଖ୍ୟ ଶୀର୍ଷକ କରିଥିଲା। ସେହିପରି ଏକ୍ସପ୍ରେସ ଟ୍ରିବ୍ୟୁନ ଓ ଉର୍ଦ୍ଦୁ ସମ୍ବାଦପତ୍ର ଜଙ୍ଗ ସିବିଆଇ ସ୍ୱତନ୍ତ୍ର ନ୍ୟାୟାଳୟଙ୍କ ନିଷ୍ପତିକୁ ପ୍ରମୁଖ ଶିରୋନାମା କରିଛି। ତେବେ ବାବ୍ରୀ କାଣ୍ଡକୁ ସିବିଆଇ ସ୍ୱତନ୍ତ୍ର ନ୍ୟାୟାଳୟ ଏକ ଷଡ଼ଯନ୍ତ୍ର ନୁହେଁ ଅକସ୍ମାତ ଭାଙ୍ଗିଦିଆଯାଇଥିବା କହିଥିବା ବେଳେ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ମୁକ୍ତ କରିଦେଇଛନ୍ତି।

{"id":336838,"width":576,"height":431,"sizeSlug":"large"}

ସେହିପରି ଭିଡରେ ନେତାମାନଙ୍କ ଉପସ୍ଥିତିକୁ ନ୍ୟାୟାଳୟ ଭିଡକୁ ଉସକାଇବାକୁ ନୁହେଁ ବରଂ ଉଗ୍ର ଭିଡକୁ ପୁରୁଣା ମସଜିଦର ଅସ୍ତିତ୍ୱ ନଷ୍ଟରୁ ନିବୃତ୍ତ କରିବାକୁ ଉଦ୍ୟମ କରୁଥିଲେ ବୋଲି କହିଛନ୍ତି। କୋର୍ଟରେ ଦୀର୍ଘ ୨୮ ବର୍ଷଧରି ଲମ୍ବିତ ଥିବା ମାମଲାର ରାୟ ପଢିବା ବେଳେ ସ୍ୱତନ୍ତ୍ର ଜଜ୍‌ ଏସ.କେ. ଯାଦବ କେବଳ ଫଟୋ ଉପସ୍ଥାପନ କରି କାହାରିକୁ ଦୋଷୀ ବୋଲି କହିବା ସମ୍ଭବନୁହେଁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.