ନଓ୍ବାଜ ସରିଫ୍ ଭାରତର ଏଜେଣ୍ଟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୁଅନ୍ତି ଲୁଚି ଲୁଚି : ପାକ୍ ରେଳମନ୍ତ୍ରୀ

Published By : Prameya-News7 Bureau | September 29, 2020 IST

ଇସଲାମାବାଦ ୨୯।୯: ପାକିସ୍ତାନରେ ଇମରାନ ଖାନ୍ ସରକାର ଏବଂ ସେନାକୁ ଲୋକମାନେ ବିରୋଧ କରୁଥିବା ବେଳେ ବିରୋଧୀ ମଧ୍ୟ ଘେରିବାକୁ ପ୍ରସ୍ତୁତ ହେଲେଣି । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବାଙ୍କ ସହ ଆଲୋଚନା ପରେ ଇମ୍ରାନଙ୍କ ଦଳ ନଓ୍ବାଜ ସରିଫ୍‌ଙ୍କୁ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନେଇ ଟାର୍ଗେଟ୍ କରିବାକୁ ଲାଗିଲାଣି । ଇମ୍ରାନଙ୍କ ସରକାରରେ ଥିବା ରେଳମନ୍ତ୍ରୀ ଶେଖ୍ ରସିଦ କହିଛନ୍ତି ଯେ, ନଓ୍ବାଜ ସରିଫ୍ ଭାରତର ଏଜେଣ୍ଟ ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ବାହାରକୁ ଯାଇ ଫୋନ୍ କରନ୍ତି । ତାର ସମ୍ପୂର୍ଣ୍ଣ ସୂଚନା ଦେଶ ସମ୍ମୁଖରେ ରଖିବା ଉଚିତ୍ ।

ଶେଖ୍ ରସିଦ ଆହୁରି କହିଛନ୍ତି ଯେ, ନଓ୍ବାଜ ସରିଫ୍‌ଙ୍କ ସେନା ବିରୋଧୀ ଭାଷଣ କାରଣର ତାଙ୍କର ଭାରତୀୟ ମିଡିଆରେ ଜୋରଦାର କଭରେଜ କରାଯାଇଥିଲା । ସେ ଦେଶକୁ ବିଭକ୍ତ କରିବାକୁ ଚାହୁଁଛନ୍ତି । ରସିଦ କହିଛନ୍ତି ଯେ, ନଓ୍ବାଜ ସରିଫ୍‌ଙ୍କୁ କହିବାକୁ ପଡିବ ଯେ, ସେ କେତେ ଓସମା ବିନ୍ ଲାଡେନଙ୍କୁ ସାକ୍ଷାତ କରିଥିଲେ ଏବଂ କତାରଠାରୁ ତାଙ୍କୁ କେତେ ଦାନ ମିଳିଛି ।

ରସିଦ କହିଛନ୍ତି ଯେ, ନରେନ୍ଦ୍ର ମୋଦି କାଶ୍ମୀରରେ ସବୁଠୁ ବଡ ଭୁଲ କରିଛନ୍ତି । ଭାରତ ଦୁଇଟି ବଡ ଭୁଲ କରିଛି । ପ୍ରଥମେ ୫ଟି ପରମାଣୁ ବିସ୍ଫୋରଣ କରିଥିଲେ ଏବଂ ଆମେ ତାର ଜାବବରେ ୬ଟି ବିସ୍ଫୋରଣ କରିଲୁ । କାଶ୍ମୀରରେ ଭାରତ ଦ୍ବିତୀୟ ସବୁଠୁ ବଡ ଭୁଲ୍ କରିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ କହିଛନ୍ତି ଯେ, ନଓ୍ବାଜ ସରିଫ୍ ଦେଶର ସେନା ସଂପର୍କରେ ଆଲୋଚନା କରି ଭାରତର ପକ୍ଷ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.