କରୋନା ଆକ୍ରାନ୍ତ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପାକ୍ ରାଷ୍ଟ୍ରପତିଙ୍କ 'ଶେଖ ବୁଖାରୀ' ପରାମର୍ଶ, ଦେଖନ୍ତୁ କିପରି ହେଉଛନ୍ତି Troll

Published By : Prameya-News7 Bureau | February 03, 2020 IST

ଉହାନ ୩।୨:  ଚୀନ ହୁବେଇ ପ୍ରୋଭିନ୍ସର ରାଜଧାନୀ ଉହାନ ଏବେ ନୋଭେଲ କରୋନା ଭାଇସ ସଂକ୍ରଣ ଯୋଗୁ ପରିତ୍ୟକ୍ତ ସହରରେ ପରିଣତ ହେବାରେ ଲାଗିଛି। ସଂକ୍ରଣରୁ ବର୍ତ୍ତିବା ଲାଗି ଲୋକେ ଘରଭିତରେ ନିଜକୁ ବନ୍ଦୀ କରିନେଇଛନ୍ତି। ଏଥିରେ ହାଟ, ବଜାର ଓ ପରିବହନ ବନ୍ଦ ହୋଇଯାଇଛି। ପରିସ୍ଥିତିରେ ଏବେ ଲୋକେନିଜ ଲାଗି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀବି ଯୋଗାଡ କରିବାକୁ ଅସମର୍ଥ।  ଏଣୁ ବିଭିନ୍ନ ଦେଶ ନିଜନିଜ ଦେଶର ନାଗରିକଙ୍କୁ ସେଠାରୁ ବାହାର କରିନେଉଥିବା ବେଳେ ପାକିସ୍ତାନ ହାତବାନ୍ଧି ବସିଛି। ଏଥିରେ ଚୀନରେ ରହି ପାଠ ପଢୁଥିବା ପାକିସ୍ତାନୀ ଛାତ୍ରଛାତ୍ରୀ ସେମାନଙ୍କ ଉଦ୍ଧାର ଲାଗି ସରକାରଙ୍କୁ ନିବେଦନ କରୁଥିବା ବେଳେ ପାକିସ୍ତାନ ରାଷ୍ଟ୍ରପତି ଡା. ଆରିଫ ଅଲୱି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ 'ଶେଖ ବୁଖାରୀ'ଙ୍କ ପରାମର୍ଶ ଦେବା ଏବେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

wp:html /wp:html

ଚୀନ ସହ ମିତ୍ରତା ଦୃଷ୍ଟିରୁ ଏଭଳି ପରିସ୍ଥିତିରେ ନିଜ ନାଗରିକଙ୍କୁ ସେଠାରୁ ଆଣିବେ ନାହିଁ ବୋଲି ପାକ୍ ପ୍ରଧାନମନ୍ତ୍ରୀ ସଫା ସଫା ଶୁଣାଇ ଦେଇଛନ୍ତି। ହେଲେ ରାଷ୍ଟ୍ରପତି ନିଜେ ଜଣେ ଡାକ୍ତର ହୋଇ ମଧ୍ୟ ସେଠାରୁ ଚାଲି ଆସିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଶେଖବୁଖାରୀଙ୍କ ପରାମର୍ଶର ପାଠ ପଢାଇବା ଦେଶର ଅଜ୍ଞତାକୁ ପୁଣି ଥରେ ପ୍ରମାଣିତ କରିଛି। ଏଥିରେ ଛାତ୍ରଛାତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ଚୀନରେ ଉପୁଜିଥିବା ପରିସ୍ଥିତିରେ ଆତଙ୍କିତ ହୋଇପଡିଛନ୍ତି।

wp:html /wp:html

ଜାଣନ୍ତୁ କ'ଣ କହିଛନ୍ତି ପାକ୍ ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା, ଜବାବରେ କ'ଣ ଜଣାଇଛନ୍ତି ଛାତ୍ର
ପାକ୍ ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ସୋମବାର କହିଛନ୍ତି ଯେ ୫୭ ପାକ୍ ନାଗରିକ ଚୀନରୁ ଆସି ଇସ୍ଲାମାବାଦରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଚୀନ ବୈଦେଶିକ ବିଭାଗ କର୍ମଚାରୀ ବି ଆସିଛନ୍ତି ପାକିସ୍ତାନ। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଦେଶକୁ ପ୍ରବେଶ ଅନୁମତି ଦିଆଯାଇଛି। ଚୀନ ଉହାନରେ କେବଳ ପାକିସ୍ତାନ ନୁହେଁ ଆହୁରି ୧୦୦ ଦେଶର ଲୋକେବି  ରହୁଛନ୍ତି। ତେବେ ନିଜ ନାଗରିକଙ୍କ ଏୟାରଲିଫ୍ଟ କରୁଥିବା ଦେଶଙ୍କୁ ଆମେ ନକଲ କରିବୁ ନାହିଁ। ଏକ ଦାୟିତ୍ୱବାନ ଦେଶ ଭାବେ ଚୀନର ପରିସ୍ଥିତିରେ ତା ସହ ଛିଡା ହେବା ଆମର କର୍ତ୍ତବ୍ୟ।

wp:html /wp:html

ତେବେ ଏଥିରେ ଜନୈକ ଛାତ୍ର ଏକ ଇଂଷ୍ଟା ଭିଡିଓ କରି ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।  ଚୀନରେ ରହୁଥିବା ପାକିସ୍ତାନର  ୫ ଜଣ ଛାତ୍ର ଏପର୍ଯ୍ୟନ୍ତ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦି ସମୟ ପୂର୍ବରୁ ଆମକୁ  ଏଠାରୁ ବାହାର ନ କରାଯାଏ ତେବେ ଆମେମାନେ ଆକ୍ରାନ୍ତ ନ ହେବୁ ତାହା କହି ହେବ ନାହିଁ ବୋଲି କହିଛନ୍ତି। ଏପର୍ଯ୍ୟନ୍ତ ଆମେ ନିଜକୁ ପାକିସ୍ତାନୀ ଭାବି ଖୁବ ଗର୍ବିତ ମନେ କରୁଥିଲୁ ହେଲେ ଏବେ ଏପରି ଲାଗୁଛି ଯେପରି ଆମେ ସବୁ ଅନାଥ। ଏଥିରେ ଛାତ୍ର ପାକ୍ ସେନାମୁଖ୍ୟଙ୍କୁ ବି ସେମାନଙ୍କ ଉଦ୍ଧାର ଲାଗି ନିବେଦନ କରୁଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.