Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାକ୍ ପ୍ରଧାନମନ୍ତ୍ରୀଙ୍କ ପୂର୍ବପତ୍ନୀ ରେହେମ ଖାନ୍ ବ୍ରିଟେନରେ ଜିତିଲେ ମାନହାନୀ ମୋକଦ୍ଦମା

14/11/2019 at 7:38 PM

ଲଣ୍ଡନ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହେମ ଖାନ ଏକ ଟେଲିଭିଜନ ଚ୍ୟାନେଲ ବିରୋଧରେ ରୁଜୁ କରିଥିବା ମାନହାନୀ ମୋକଦ୍ଦମାରେ ବିଜୟୀ ହୋଇଛନ୍ତି। ରେହେମ ନ୍ୟୁଜ୍ ଚାନେଲ ବିରୋଧରେ ପାକିସ୍ତାନର ଜନୈକ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବ୍ରିଟେନ ହାଇକୋର୍ଟରେ ମୋକଦ୍ଦମା ରୁଜୁ କରିଥିଲେ।

ଗତବର୍ଷ ଜୁନ ମାସରେ ଚାନେଲରେ ପ୍ରସାରିତ ହୋଇଥିବା ବିତର୍କରେ ମନ୍ତ୍ରୀ ଶେଖ ରସିଦ୍ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିରେ ରେହେମ ବିରୋଧୀ ଦଳଙ୍କ ସହ ସାମିଲ ହୋଇଥିବା କହିଥିଲେ। ମାମଲରେ ଘରୋଇ ନ୍ୟୁଜ୍ ଚାନେଲ ରେହେମଙ୍କୁ କ୍ଷମା ନିବେଦନ କରିଛି। ଏ ନେଇ ଟେଲିଭିଜନରେ ଏ ନେଇ ଖବର ମଧ୍ୟ ପ୍ରସାରିତ ହୋଇଛି। ଅନ୍ୟପକ୍ଷରେ କ୍ଷତିପୂରଣ ବାବଦରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଥିବା  ତାଙ୍କ ଓକିଲ କହିଛନ୍ତି।

ରେହେମ ଜଣେ ପ୍ରବାସୀ ପାକ୍ ମହିଳା। ସେ ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ବିବାହ ବେଶି ଦିନ ତିଷ୍ଠି ନଥିଲା। ହେଲେ ଗତବର୍ଷ ଏକ ପାକିସ୍ତାନୀ ଟେଲିଭିଜନ ଚାନେଲରେ ତାଙ୍କୁ ନେଇ ପ୍ରସାରିତ ହୋଇଥିବା ବିତର୍କ କାର୍ଯ୍ୟକ୍ରମରେ ତାଙ୍କ ବିରୋଧରେ ପାକିସ୍ତାନ ମୁସ୍ଲିମ ଲିଗ୍ ସହ ତାଙ୍କର ସମ୍ପର୍କଥିବା ଓ ପର୍ଟିରୁସେ ଟଙ୍କା ନେଇଥିବାର ଗୁରୁତର ଅଭିଯୋଗ ହୋଇଥିଲା।   

   Related Posts