ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଧମକ ଦେଲା ଆତଙ୍କବାଦୀ ମସୁଦ ଅଜହର

Published By : Prameya-News7 Bureau | February 23, 2019 IST

ନୂଆଦିଲ୍ଲୀ୨୩|୨: ବିଶ୍ବରେ ଏକଘରିଆ ହେଲା ପାକିସ୍ତାନ । ଆତଙ୍କୀସ୍ଥାନକୁ ମହଙ୍ଗା ପଡ଼ିଲା ପୁଲୱାମା ଆଟାକ୍‌ ।ସବୁଥର ପରି ଏଥର ମଧ୍ୟ ଖସିଯିବ ବୋଲି ଭାବିଥିଲେ ପାକ ସରକାର, ଆଉ ସେଠାକାର ଆତଙ୍କବାଦୀ । ଏଥର କିନ୍ତୁ ଭାରତ କୂଟନୀତି ପ୍ରୟୋଗ କରି ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ  ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ସେଥିରେ ଭୟଭୀତ ହୋଇଛି ପାକିସ୍ତାନ । ବାହାରକୁ ଯେତେ ମୁହଁ ଫୁଟାଣି ଦେଖାଉଥିଲେ ମଧ୍ୟ ପାକିସ୍ତାନ ଯେ ଭିତତ୍ରସ୍ତ ତାହା ଜଳଜଳ ହୋଇ ସାରା ବିଶ୍ବବାସୀଙ୍କୁ ଦେଖା ଯାଉଛି …

{"id":88043}

ପୁଲୱାମା ହମଲା ପରେ ଆକ୍ସନ ମୁଡ୍‌ରେ ଭାରତ । ପାକିସ୍ତାନକୁ ସବୁ ଦିଗକୁ ଘେରିବାକୁ ଚେଷ୍ଟା ହେଉଛି ।ଯାହାକୁ ନେଇ ବିଚଳିତ ପାକିସ୍ତାନ ।କାରଣ ପାକିସ୍ତାନ ଓ ପାକ ପ୍ରତିନିଧି ଜାଣି ସାରିଲେଣି ଯେଉଁ ଆତଙ୍କୀ ପାକ ସେନା ଓ ସରକାରଙ୍କ ଛତ୍ରଛାୟା ତଳେ ଅଛନ୍ତି, ସେମାନେ କାହାର ନୁହଁନ୍ତି । କାରଣ ଜାତିସଂଘରେ ପୁଲୱାମା ଆକ୍ରମଣ ନେଇ ନିନ୍ଦା ପ୍ରସ୍ତାବ ଆସିବା ପରେ  ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଧକମ ଦେଇଛି ଆକ୍ରମଣର ମାଷ୍ଟର ମାଇଣ୍ଡ  ମାସୁଦ୍‌ ଆଝାର । ଭାରତ କିମ୍ବା ଅନ୍ତର୍ଜାତୀୟ ଚାପରେ ଇମ୍ରାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପରିସ୍ଥିତି ଖରାପ ହେବ ବୋଲି କହିଛି ଆତଙ୍କୀ ।

{"id":88044}

ସେହିପରି ହାଫିଜ ସୟଦର ଜମାତ ଉଦ ଦାୱା ଉପରେ ବ୍ୟାନ ଲଗାଇ ଅନ୍ତର୍ଜାତୀୟ ଚାପକୁ ବାଲାନ୍ସ କରିବାକୁ ଚେଷ୍ଟା କରିଥିଲେ ଇମ୍ରାନ ଖାନ୍ । କିନ୍ତୁ କାମ ଦେଲାନି ପାକିସ୍ତାନର ଚତୁର ଚାଲ ।ଆତଙ୍କୀ ସଂଗଠନକୁ ଫଣ୍ଡିଙ୍ଗ ରୋକିବା ପାଇଁ କାମ କରୁଥିବା ସଂସ୍ଥା ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ, ପାକିସ୍ତାନକୁଗ୍ରେ' ତାଲିକାରେ ରଖିଛି । ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଆଚାର-ବିଚାର ନବଦଳାଇଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବ ବୋଲି FATF ନିଷ୍ପତ୍ତି ନେଇଛି।ସେପଟେ FATF ପାକିସ୍ତାନକୁ ଗ୍ରେ' ତାଲିକା ଭୁକ୍ତ କରିବା ପରେ ଆଇୱାସ କରିବାକୁ  ଇମ୍ରାନ ଆଉ ଏକ ଚାଲ ଖେଳିଛନ୍ତି । ଯେଉଁ ମାସୁଦ ଇମ୍ରାନଙ୍କୁ ଧମକ ଦେଇଥିଲା । ତାହାର  ସଂଗଠନ ଜୈସ-ଏ-ଅହମଦ କାର୍ଯ୍ୟାଳୟରେ ଲୋକଦେଖାଣିଆ ଭାବେ ଚଢ଼ାଉ କରିଛି ପାକ ଅଧିକୃତ ପଞ୍ଜାବ ପୋଲିସ ।

{"id":88045}

ବିଭିନ୍ନ ଦିଗରୁ ପାକିସ୍ତାନ ଉପରେ ଚାପ ପଡ଼ୁଥିବା ବେଳେ  ଭାରତ କଠୋର ପଦକ୍ଷେପ ନେବା ପାଇଁ ଚିନ୍ତା କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଉଭୟ ଦେଶର ସମ୍ପର୍କ ଅତ୍ୟନ୍ତ ଖରାପ ବୋଲି ମଧ୍ୟ ସେ କହିଛନ୍ତି ।ଋଷ, ଇସ୍ରାଏଲ, ସାଉଦି ଆରବ ଓ ଆମେରିକା ପରି ଦେଶ ଭାରତ ପଛରେ ଠିଆ ହୋଇଥିବାରୁ ଆତଙ୍କୀସ୍ଥାନର ମୁଣ୍ଡ ବିନ୍ଧା ହେବା ସ୍ବାଭାବିକ କଥା । କାରଣ ଆତଙ୍କୀ ନିପାତ ପାଇଁ ଯେଉଁ ଆମେରିକା ଆର୍ଥିକ ସହାୟତା ଦେଉଥିଲା ସେହି ଆମେରିକାର ପାକିସ୍ତାନକୁ ଜବତ କରିବା ଆରମ୍ଭ କଲାଣି ।

{"id":88046}

ତେବେ କେବଳ କୂଟନୈତିକ ଚାଲ କାହିଁକି, ହାତରେ ନମାରି ଭାତରେ ମାରିବା ଭଳି ଆଉ ଏକ ପନ୍ଥା ମଧ୍ୟ ଆପଣାଇଛନ୍ତି ସରକାର । ସିନ୍ଧୁ ଚୁକ୍ତି ଅନୁସାରେ  ପାକିସ୍ତାନକୁ ଭାରତ ଦେଉଥିବା ୩ଟି ନଦୀରପାଣି ନ ଦେବା ପାଇଁ ନିଷ୍ପିତି ମଧ୍ୟ ନେଇଛନ୍ତି । ରବି, ବ୍ୟାସ ଓ ସତଲେଜ ନଦୀର ପାଣି ନଦେବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

{"id":88047}

ପାକିସ୍ତାନ ବିରୋଧରେ କଡ଼ା ଆକ୍ସନ ନେବା ସହିତ କାଶ୍ମରୀରେ ଥିବା ଗୃହଶତ୍ରୁ ବିଭିଷଣ ମାନଙ୍କ ପ୍ରତିମଧ୍ୟ କଡ଼ା ପଦକ୍ଷେପ ନେଇଛନ୍ତି ସରକାର । କାଶ୍ମୀରରେ ରହୁଥିବା ବିଚ୍ଛିନ୍ନତାବାଦୀ ନେତାଙ୍କ ଠାରୁ କାଶ୍ମୀର ସରକାର ପ୍ରାଥମିକ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟାନ ସୁବିଧା ପ୍ରତ୍ୟାହାର କରିଛନ୍ତି । ସେହିପରି ଆସନ୍ତା ସୋମବାର  ଧାରା ୩୫-ଏର ଶୁଣାଣି ସୁପ୍ରିମକୋର୍ଟରେ ଥିବାରୁ  ବିଚ୍ଛିନ୍ନତାବାଦି ନେତା ୟାସିନ୍‌ ମଲିକ ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

{"id":88048}

ଅନ୍ତର୍ଜାତୀୟ ଚାପ ସହ ଭାରତର ଚେତାବନୀ ପରେ ପାକିସ୍ତାନ ଯେମିତି ଛାନିଆ ହୋଇ ଯାଇଛି ।ଏଥର ପାକିସ୍ତାନ ପାଇଁ ଚୀନର ଓକିଲାତି ମଧ୍ୟ ଫସର ଫାଟି ଯାଇଛି । ଯଦି ପାକିସ୍ତାନ ଯୁଦ୍ଧ ଲାଗି ପ୍ରସ୍ତୁତ, ଭାରତ ବି ପ୍ରସ୍ତୁତ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ରାଜନାଥ। ଭୟରେଯୁଦ୍ଧ ସ୍ଥିତିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପାକିସ୍ତାନ। ଯୁଦ୍ଧ ଆହତଙ୍କ ପାଇଁବିଭିନ୍ନ ଡାକ୍ତରଖାନାରେ ଅଧିକ ବେଡ୍  ଖାଲି ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏଲ୍ ଓସି ପାଖରୁ  ଆତଙ୍କୀଲଞ୍ଚ୍  ପ୍ୟାଡକୁ ହଟାଇ ନେଇଛିପାକିସ୍ତାନ। ଏଲ୍ଓସି ନିକଟରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ରାତିରେ ଲାଇଟ୍  ନଜଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

{"id":88049}

୨୦୧୮ପାଇଁ  ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କରିବା ଅବସରରେ, ଆତଙ୍କବାଦ ପ୍ରସଙ୍ଗରେ ପୁଣି ଥରେ ପାକିସ୍ତାନକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେତାଇ ଦେଇ କହିଛନ୍ତି, ବିଶ୍ବରେ ଶାନ୍ତି ସ୍ଥାପନ କରିବାକୁ ହେଲେ ମାନବିକତାରେ ବିଶ୍ବାସ କରୁଥିବା ଦେଶ ଏକାଠି ହୋଇ, ଆତଙ୍କୀଙ୍କୁ ପ୍ରୋତ୍ସାହନ କରୁଥିବା ଦେଶକୁ ଜବାବ ଦେବାକୁ ହେବ ।

{"id":88050}

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଜଳିଛି ଅକ୍ରୋଶର ନିଆଁ ।ଇଟାର ଜବାବ ପଥରରେ ଦେବା ପାଇଁ ଦାବି କରିଛନ୍ତି ୧୨୦ କୋଟି ଜନତା। ତେଣୁ ହାତରେ ହେଉକି ଭାତରେ ହେଉ ଦେଶ ବିଭାଜନ ପରଠାରୁ ବାରମ୍ବାର ଭାରତରେ ରକ୍ତପାତ କରୁ୍‌ଥିବା ଆତଙ୍କୀ ଓ  ଆତଙ୍କୀସ୍ଥାନକୁ ଉପଯୁକ୍ତ ଶିକ୍ଷା ମିଳିବା ଦରକାର…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.