Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କରୋନା ଆଶଙ୍କାରେ ଇମ୍ରାନ୍, ଚିନ୍ତା ବଢାଇଛି ଡର

22/04/2020 at 10:11 AM

ଇସଲାମାବାଦ ୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପରେ କରୋନା ବିପଦ ରହିଛି ।  ବାସ୍ତବରେ ପାକିସ୍ତାନର ବିଶ୍ବ ପ୍ରସିଦ୍ଧ ଇଦି ଫାଉଣ୍ଡେସନର ମୁଖ୍ୟ ଅବଦୁଲ୍ଲ ସତ୍ତାରଙ୍କ ପୁଅ ଫୈଜଲ ଇଦି କରୋନା ସଂକ୍ରମିତ ହୋଇଛନ୍ତି । ଫୈଜଲ ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସାକ୍ଷାତ କରିଥିଲେ । ଇମରାନ୍ ଙ୍କୁ ଭେଟିବା ପରେ ଘରକୁ ଫେରି ଫୈଜଲ ତାଙ୍କଠାରେ କରୋନା ଲକ୍ଷଣ ଅନୁଭବ କରିଥିଲେ । ଫୈଜଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

ପାକିସ୍ତାନୀ ଖବରକାଗଜ ଡନ୍ ନ୍ୟୁଜ୍ ଅନୁସାରେ, ଅବଦୁଲ୍ଲ ସତ୍ତାର ଇଦିଙ୍କ ପୁତ୍ର ଫୈଜଲ ଇଦି ଅପ୍ରେଲ ୧୫ରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭେଟିଥିଲେ । ଏହାପରଠୁ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଫୈଜଲଙ୍କ ପୁତ୍ର ସାଦ୍ କହିଛନ୍ତି ଯେ, ବାପାଙ୍କଠାରେ ୪ଦିନ ଯାଏଁ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏବେ ସେ ଇସଲାମବାଦରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ କୌଣସି ମେଡିକାଲରେ ନୁହେଁ ବରଂ ଘରେ କ୍ବାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । 

ଫୈଜଲ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭେଟିବା ସହ କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତୀ ମଧ୍ୟ ପ୍ରଦାନ କରିଥିଲେ । ସେ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସେ ସଂକ୍ରମିତ ହେବା ପରେ ଇମରାନଙ୍କ ଉପରେ ବିପଦ ଆସିଛି । ଇମରାନ୍ ଟେଷ୍ଟ କରିବେ ନା ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ ।

   Related Posts