Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଇମ୍ରାନଙ୍କୁ ଆଶ୍ବସ୍ତି : କରୋନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ

22/04/2020 at 1:45 PM

ଇସଲାମାବାଦ ୨୨।୪: ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଇମ୍ରାନ ଖାନ୍ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଯିଏ ଅତୀତରେ କରୋନା ପଜିଟିଭ ହୋଇଥିଲେ। ଫଳର ଇମ୍ରାନଙ୍କୁ କରୋନା ଟେଷ୍ଟ କରାଇବାକୁ ପଡିଥିଲା । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଇମ୍ରାନଙ୍କୁ ଆଶ୍ବସ୍ତି ମିଳିଛି ।

ଇଦି ଫାଉଣ୍ଡେସନ ମୁଖ୍ୟ ଅବଦୁଲ୍ଲ ସତ୍ତାର ଇଦିଙ୍କ ପୁତ୍ର ଫୈଜଲ ଇଦି ଅପ୍ରେଲ ୧୫ରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭେଟିଥିଲେ । ଏହାପରଠୁ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏବେ ସେ ଇସଲାମବାଦରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ କୌଣସି ମେଡିକାଲରେ ନୁହେଁ ବରଂ ଘରେ କ୍ବାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ଫୈଜଲ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭେଟିବା ସହ କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତୀ ମଧ୍ୟ ପ୍ରଦାନ କରିଥିଲେ । ସେ ଏକ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । 

ଇସଲାମାବାଦର ଏକ ଡାକ୍ତରଖାନାର ଜଣେ ଡାକ୍ତର ଇମ୍ରାନ ଖାନଙ୍କ କରୋନା ଭାଇରସ୍ ପରୀକ୍ଷଣର ନମୁନା ସଂଗ୍ରହ କରିଥିଲେ। ଡାକ୍ତର ଫୈସଲ ସୁଲତାନ କହିଛନ୍ତି ଯେ ଡାକ୍ତରମାନଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର କରୋନା ପରୀକ୍ଷା କରାଯାଇଥିଲା ଯାହାର ରେଜଲ୍ଟ ନେଗେଟିଭ ଆସିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇମ୍ରାନ ଖାନ ଏବଂ ଫୈଜଲ ଇଦିଙ୍କ ଭେଟିବା ବେଳର ଯେଉଁ ଫଟୋ ସେୟାର କରାଯାଇଛି ସେଥିରୁ ଜଣାପଡିଥିଲା ଯେ, କେହି ଗ୍ଲୋଭସ୍ ପିନ୍ଧି ନଥିଲେ। ଏହି କାରଣରୁ ଡାକ୍ତରମାନେ କୌଣସି ରିସ୍କ ନନେଇ ଇମ୍ରାନ ଖାନଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ସାକ୍ଷାତ ପ୍ରାୟ ୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।

   Related Posts