Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ନିଜ ବୟାନ ନିଜକୁ ହେଲା ଅଡୁଆ: ଦୁଷ୍କର୍ମ ରୋକିବାକୁ ବୁର୍ଖା ପିନ୍ଧିବାକୁ କହିଲେ ଇମ୍ରାନ, ଲୋକେ କହିଲେ ଆଗ ନିଜ ଭିଡିଓ ଦେଖନ୍ତୁ…

5/04/2021 at 4:01 PM

ନୂଆଦିଲ୍ଲୀ ୦୫/୦୪ : ପାକିସ୍ତାନରେ ଦୁଷ୍କର୍ମ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଦୁଷ୍କର୍ମ ମାମଲା କମ କରିବାକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏମିତି ଏକ ପରାମର୍ଶ ଦେଇଛନ୍ତି ଯେ ନିଜ ବୟାନ ଯୋଗୁଁ ଲୋକେ ତାଙ୍କୁ ଘେରିଛନ୍ତି। ଇମ୍ରାନଙ୍କ ବୟାନ ପରେ ଲୋକେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଇମ୍ରାନ ଖାନ ଦୁଷ୍କର୍ମରୁ ବଞ୍ଚିବାକୁ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଇମ୍ରାନଙ୍କ ଏହି ବୟାନ ପରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଇମ୍ରାନ ବିକିନି ପିନ୍ଧିଥିବା ଜଣେ ମହିଳାଙ୍କ ସହ ସମୁଦ୍ରରେ ଗାଧୋଉଥିବା ନଜର ଆସିଛନ୍ତି।

ଇମ୍ରାନ ଖାନ ଅଶ୍ଳୀଳତାକୁ ନେଇ ଭାରତ ଓ ୟୁରୋପକୁ ଦୋଷ ଦେଇଛନ୍ତି। ଇମ୍ରାନ ଜନତାଙ୍କ ସହ ସିଧା କଥାବାର୍ତ୍ତା ବେଳେ ଏକ ଜବାବରେ କହିଛନ୍ତି ଯେ ଦେଶରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ମାମଲା ରୋକିବାକୁ ତାଙ୍କୁ ଜନତାଙ୍କ ସହଯୋଗ ଆବଶ୍ୟକ। ସେ କହିଛନ୍ତି ଯେ, “ଆମକୁ ବୁର୍ଖା ପ୍ରଥାକୁ ପ୍ରୋତ୍ସାହନ ଦେବା ଉଚିତ ଯେପରି ପ୍ରଲୋଭନରୁ ସୁରକ୍ଷିତ ରହି ପାରିବା।” ସେ କହିଛନ୍ତି ଦିଲ୍ଲୀକୁ ଦୁଷ୍କର୍ମର ରାଜଧାନୀ କୁହାଯାଏ ଏବଂ ୟୁରୋପର ଅଶ୍ଳୀଳତା ତାଙ୍କ ପାରିବାରିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ସେଥିପାଇଁ ଅଶ୍ଳୀଳତାକୁ କାବୁ କରିବାକୁ ପାକିସ୍ତାନ ଲୋକଙ୍କୁ ସାହାଯ୍ୟ କରିବା ଉଚିତ।

ଇମ୍ରାନ ଖାନଙ୍କ ଏହି ବୟାନ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଖୁବ ଟ୍ରୋଲ୍ କରାଯାଉଛି। ଇମ୍ରାନଙ୍କ ଏକ ପୁରୁଣା ଭିଡିଓ ସେୟାର କରି ଲୋକେ ତାଙ୍କ ପରଦା ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଭିଡିଓରେ ଇମ୍ରାନ ଅନ୍ତବସ୍ତ୍ରରେ ନଜର ଆସିଛନ୍ତି ଏବଂ ତାଙ୍କ ସହ ଜଣେ ବିକିନି ପିନ୍ଧା ମହିଳା ମଧ୍ୟ ଅଛନ୍ତି।

ଫହଦ ନାମକ ଜଣେ ୟୁଜର ଭିଡିଓ ଟ୍ୱିଟ କରି କହିଛନ୍ତି ଇମ୍ରାନ ବୁର୍ଖା ପିନ୍ଧିବାକୁ ଭାଷଣ ଦେଉଛନ୍ତି କିନ୍ତୁ ନିଜେ ବିକିନି ପିନ୍ଧା ମହିଳାଙ୍କ ସହ ଗାଧୋଉଛନ୍ତି। ଇମ୍ରାନଙ୍କ ଏହି ଭିଡିଓ ବହୁତ ପୁରୁଣା। ସେତେବେଳେ ସେ କ୍ରିକେଟ ଷ୍ଟାର ଥିଲେ। ତାଙ୍କର ଏହି ପୁରୁଣା ଭିଡିଓ ବର୍ତ୍ତମାନ ମାଛ କଣ୍ଟା ଭଳି ତାଙ୍କରି ତଣ୍ଟିରେ ଲାଖିଯାଇଛି। ଦୁଷ୍କର୍ମ ଘଟଣା ରୋକିବାକୁ ଇମ୍ରାନ ସରକାର ଏକ ବଡ ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅନୁଯାୟୀ, ଦୁଷ୍କର୍ମକାରୀଙ୍କୁ ଔଷଧ ଦେଇ ନପୁଂସକ କରାଯାଇପାରିବ।

   Related Posts