ଗୁଗଲରେ ‘ଭିକାରୀ ’ ସର୍ଚ୍ଚମାରିଲେ ବାହାରୁଛି ପାକ୍ ପ୍ରଧାମନ୍ତ୍ରୀ ଇମ୍ରାନଙ୍କ ଫଟୋ ଥିବା ପେଜ୍
18/08/2019 at 4:49 PM

କାଶ୍ମୀରରୁ ସମ୍ବିଧାନର ୩୭୦କୁ ଭାରତ ସରକାର ପ୍ରତ୍ୟାହାର କରିନେବା ପରେ ଏହାକୁ ବିରୋଧ କରି ପାକ୍ ସହାୟତା ନିମନ୍ତେ ବିଭିନ୍ନ ଦେଶକୁ ନିବେଦନ କରୁଛି।ହେଲେ ପାକ୍ ର ଏହି ନିବେଦନ ପ୍ରତି କେହି ଧ୍ୟାନ ଦେଉନାହାନ୍ତି। କେବଳ କାଶ୍ମୀର ନୁହେଁ କୁଳଭୂଷଣ ମାମଲାରେ ମଧ୍ୟ ପାକ୍ ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ଅପଦସ୍ଥ ହୋଇସାରିଛି। ଏବେ ସୋସାଲ ମିଡିଆରେ ପାକ୍ ପ୍ରଧାନମନ୍ତ୍ରୀ ଏଥି ଲାଗି ଖୁବ ଟ୍ରୋଲ ହେଉଥିବା ବେଳେ ଗୁଗଲ ସର୍ଚ୍ଚ ଇଞ୍ଜିନରେ ‘ଭିକାରୀ’ ସର୍ଚ୍ଚମାରିଲେ ପାକିସ୍ତାନ ବଜିର-ଏ-ଆଜମ ଇମ୍ରାନଙ୍କର ପେଜ ଖୋଲିବା ଦେଶକୁ ଅଧିକ ହାସ୍ୟସ୍ପଦ କରୁଛି।

ତେବେ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଏବେ ଅତ୍ୟନ୍ତ ଜଟିଳ ହୋଇପଡିଛି। ଏଣୁ ପ୍ରଧାନମନ୍ତ୍ରୀ ଦେଶର ଆର୍ଥିକ ଅବସ୍ଥା ସୁଧାରିବା ଲାଗି ବିଭିନ୍ନ ଦେଶ ସହ ସମ୍ପର୍କ କରୁଥିବା ବେଳେ ଋଣ ନିବେଦନ କରୁଛନ୍ତି । ଏଥିରେ ଭାରତର କାଶ୍ମୀରକୁ ପ୍ରସଙ୍ଗ କରି ବିଶ୍ୱର ସହଯୋଗ କାମନା କରିବା ଇମ୍ରାନଙ୍କୁ ଅଧିକ ହାସ୍ୟସ୍ପଦ କରୁଛି। ଗୁଗଲ ସର୍ଚ୍ଚ ଇଞ୍ଜିନରେ ଭିକାରୀର ଯେଉଁ ପେଜ୍ ଖୋଲୁଛି ଏଥିରେ ଏଥିରେ ଇମ୍ରାନଙ୍କୁ ଏକ ଭିକାରୀ ଭାବେ ଚିତ୍ରିତ କରାଯାଇଥିବା ଦେଖାଯାଉଛି। ଯଦିଓ ଏଥିରେ ସମ୍ପାଦିତ ଫଟୋ ରହିଛି ତେବେ ଏଥି ଯୋଗୁ ସମଗ୍ର ବିଶ୍ୱରେ ଦେଶର ଛବି ଖରାପ ହେବାରେ ଲାଗିଛି।

ଏ ନେଇ ଜଣାପଡିବା ପରେ ପାକିସ୍ତାନ ଗୁଗଲ ସହ ସମ୍ପର୍କ କରିଛନ୍ତି । ଗୁଗଲ ସର୍ଚ୍ଚ ଇଞ୍ଜିନର ଏହି ପେଜ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ଦେଶର ଛବି ଖରାପ କରୁଥିବା ଅଭିଯୋଗ କରାଯାଇଥିବା ବେଳେ ତୁରନ୍ତ ପେଜକୁ ହଟାଇବାକୁ କୁହାଯାଇଛି। ତେବେ ଗୁଗଲ ଏଥିଲାଗି ପାକିସ୍ତାନକୁ ଦାୟି କରିଛି। ଦେଶରେ ଲୋକେ ଯେଉଁ କି ୱାର୍ଡରେ ଯାହାକୁ ଅଧିକ ସର୍ଚ୍ଚ କରୁଛନ୍ତି ସେହି ଅନୁସାରେ ସର୍ଚ୍ଚ ଇଞ୍ଜିନରେ ପେଜ କ୍ରିଏଟ ହୋଇଯାଉଥିବା ଏହାର ମୁଖ୍ୟ ସୁନ୍ଦର ପିଚାଇ କହିଛନ୍ତି।

ଅତୀତରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚୀନ ଗସ୍ତ କାର୍ଯ୍ୟକ୍ରମକୁ ଦେଶର ଏକ ପ୍ରମୁଖ ଟେଲିଭିଜନ ସିଧାପ୍ରସାରଣ କରିଥିଲା। ଯେଉଁଥିରେ ଚୀନର ରାଜଧାନୀ ବିଜିଂକୁ ‘ବେଗିଙ୍ଗ’ ଲେଖାଯିବା ପରଠାରୁ ହିଁ ଗୁଗଲରେ ପାକ୍ ପାଇଁ ଏଭଳି ସମସ୍ୟା ଉପୁଜିଛି। ସେତେବେଳେ ଘଟଣା ଜଣାପଡିବାରୁ କାର୍ଯ୍ୟକ୍ରମର ପ୍ରସାରଣ ସହ ଜଡିତ ସମସ୍ତ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା। ହେଲେ ପାକ୍ କୁ ନେଇ ଗୁଗଲ ସର୍ଚ୍ଚ ଇଞ୍ଜିନରେ ଉପୁଜିଥିବା ସମସ୍ୟାର କିନ୍ତୁ ଆଉ ସମାଧାନ ହୋଇପାରୁନି।

ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ କହିବା ଅନୁସାରେ ଏଥି ଲାଗି ନିଜେ ଗୁଗଲ ହିଁ ସବୁ କିଛି ନୁହେଁ ଏହାର ଏଲଗୋରିଦମ ହିଁ ଦାୟି। ଯାହା କୌଣସି ସମ୍ପର୍କରେ ଲୋକେ ଯେଉଁ ଛବିକୁ ବାରମ୍ବାର ଗୋଟିଏ ୱାର୍ଡରେ ସର୍ଚ୍ଚ କରୁଛନ୍ତି ଗୁଗଲରେ ତାହାହିଁ ଅଧିକ ଖୋଜା ଯାଉଥିବା ଆଇଟମ ଭାବେ ସ୍ଥିରିକୃତ ହୋଇଯାଉଥିବା କହିଛନ୍ତି।