Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପାକ୍ ଗୁଇନ୍ଦା ମୁଖ୍ୟଙ୍କ ସହ କଥା ହୋଇଛନ୍ତି ବାଇଡେନ୍, କିନ୍ତୁ ଇମରାନଙ୍କୁ କରିନାହାଁନ୍ତି ଫୋନ୍ : ନୀରବତା ଭାଙ୍ଗି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ, ‘ସେ ବଡ ଲୋକ, ବ୍ୟସ୍ତ ଲୋକ’

16/09/2021 at 2:36 PM

ଲାହୋର, ୧୬।୦୯ :  ଜୋ ବାଇଡେନ୍ ୮ ମାସ ହେଲା ଆମେରିକାର ରାଷ୍ଟ୍ରପତି ହେଲେଣି । ସେବେଠାରୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଫୋନ୍ କରି ନାହାଁନ୍ତି । ସେ ବାଇଡେନଙ୍କ ଫୋନକୁ ଦୀର୍ଘ ଦିନ ହେଲା ଅପେକ୍ଷା କରିଛନ୍ତି । ଏନେଇ ଏକ ସାକ୍ଷାତକାରରେ ଇମରାନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ବାଇଡେନ୍ ବ୍ୟସ୍ତ ରହୁଥିବେ ତେଣୁ ଫୋନ କରିପାରୁ ନାହାଁନ୍ତି ବୋଲି କହିଥିଲେ ଇମରାନ୍ ।

ସିଏନଏନର ଏକ କାର୍ଯ୍ୟକ୍ରମ ‘କନେକ୍ଟ ଦି ଓ୍ୱାର୍ଲଡ’ରେ ଦେଇଥିବା ସାକ୍ଷାତକାରରେ ଇମରାନ୍ ଖାନ କହିଥିଲେ ଯେ.  ତାଲିବାନକୁ କିଛି ସମୟ ଦେବାର ଆବଶ୍ୟକତା ରହିଛି । ଆଫଗାନିସ୍ତାନରୁ ବିଶ୍ୱର କୌଣସି ଶକ୍ତି ବାହାରୁ ଚଲାଇ ପାରିବ ନାହିଁ । ଆଫଗାନିସ୍ତାନ ପ୍ରସଙ୍ଗର ସମାଧାନ ଜରୁରୀ । ବାହ୍ୟ ଦେଶ ଏହାର ସମାଧାନ କରିପାରିବ ନାହିଁ ।

ଇମରାନ୍ ଆହୁରି କହିଥିଲେ ଯେ, ତାଲିବାନ ନିଜେ ସମସ୍ତଙ୍କ ସହ ମିଳିମିଶି କାମ କରିବ ବୋଲି କହିଛି । ତାଲିବାନ ମହିଳାଙ୍କୁ ହକ୍ ଦେବାକୁ ଚାହୁଁଛି । ଆମେରିକା ଓ ଆଶରଫ ଗନୀଙ୍କ ନାଁ ନନେଇ ତାଲିବାନ କହିଥିଲେ, ଆଫଗାନବାସୀ କାଠ କଣ୍ଢେଇ ସରକାର ଦେଖିଛନ୍ତି । ନୂଆ ସରକାରକୁ ସାରା ବିଶ୍ୱର ସହଯୋଗର ଆବଶ୍ୟକତା ରହିଛି । ବାହାର କୌଣସି ଦେଶ ଆଫଗାନ ମହିଳାଙ୍କୁ ହକ୍ ଦେଇପାରିବ ନାହିଁ । ସେମାନେ ନିଜେ ହକ୍ ପାଇଁ ଲଢିପାରିବେ ।

ବାଇଡେନ୍ ଆଇଏସଆଇ ମୁଖ୍ୟ ଓ ସେନା ମୁଖ୍ୟଙ୍କ ସହ କଥା ହୋଇଥିଲେ ମଧ୍ୟ ଏବେସୁଦ୍ଧା ଇମରାନଙ୍କ ସହ କଥା ହୋଇ ନାହାଁନ୍ତି । ଏପ୍ରସଙ୍ଗରେ ଇମରାନ୍ କହିଥିଲେ ଯେ, ବାଇଡେନ୍ ବହୁତ ବ୍ୟସ୍ତ ରହୁଥିଲେ । ସେଥିପାଇଁ ଫୋନ୍ କରୁନାହାଁନ୍ତି । ଏହାସହ ଆଇଏସଆଇ ତାଲିବାନକୁ ଆର୍ଥିକ ସାହାଯ୍ୟ କରୁଥିବା ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ ।

   Related Posts