ଫେକ୍ ଫିଲ୍ଡିଂରେ ଫକରଙ୍କୁ ଆଉଟ୍ କଲେ ଡିକକ୍, ଚାଲ୍ ବୁଝି ପାରିଲେନି ପାକ୍ ଖେଳାଳି : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ,୦୫/୦୪:   ପାକିସ୍ତାନ ବ୍ୟାଟସମ୍ୟାନ୍ ଫକର ଜମାନଙ୍କ ୧୫୫ ବଲରୁ ୧୯୩ ରନ୍ ସତ୍ତ୍ୱେ ଦଳ ଦକ୍ଷିଣ ଆଫ୍ରିକାଠୁ ୧୭ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୬ ଓ୍ୱିକେଟ୍ ହରାଇ ୩୪୧ ରନ୍ କରିଥିଲା । ଜବାବରେ ପାକିସ୍ତାନ ୯ ଓ୍ୱିକେଟରେ ୩୨୪ ରନ୍ ହିଁ କରିପାରିଥିଲା । ୩୪୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକ୍ ପାଇଁ ଫକର ଜମାନ ଦ୍ୱିଶତକ ହାସଲ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ତାଙ୍କ ରନ୍ ଆଉଟକୁ ନେଇ ବିବାଦ ବଢିଛି ।

{"id":433218,"sizeSlug":"large","linkDestination":"none"}

ଫକର୍ ଦକ୍ଷିଣ ଆଫ୍ରିକା ଖେଳାଳି କ୍ୱିଣ୍ଟନ୍ ଡି କକଙ୍କ ଫେକ୍ ଫିଲ୍ଡିଂର ଶିକାର ହୋଇଥିଲେ । ଫଳରେ ସେ ରନ୍ ଆଉଟ୍ ହୋଇଯାଇଥିଲେ । କ୍ୱିଣ୍ଟନ୍ ଫିଲ୍ଡରଙ୍କ ତରଫରୁ ଏପରି ଇଶାରା କରିଥିଲେ ଯେପରି ବଲ୍ ନନଷ୍ଟ୍ରାଇକର୍ ଅଣ୍ଡରେ ଥ୍ରୋ କରାଯିବ । ଏହା ଦେଖି ଫକର ଧିରେ ଧାଇଁଥିଲେ । ଏହାପରେ ଲଗଅନରେ ଥିବା ଫିଲ୍ଡର ସିଧା ଥ୍ରୋ କରିଥିଲେ । ଯାହା ଷ୍ଟମ୍ପରେ ଆସି ଲାଗିଥିଲା । ଫକର ମ୍ୟାଚର ଶେଷ ଓଭରରେ ଆଉଟ୍ ହୋଇଥିଲେ ।  ସେ ୭ ଆଉ ରନ୍ କରିଥିଲେ ଦ୍ୱିଶତକ ଅର୍ଜନ କରିଥାନ୍ତେ । ଏହାକୁ ନେଇ ଅନେକ ବରିଷ୍ଠ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

wp:html /wp:html

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପାକ୍ କ୍ରିକେଟପ୍ରେମୀମାନେ କ୍ୱିଣ୍ଟନ୍ ଓ ଫିଲ୍ଡର ଟେମ୍ବୋ ବାବୁମାଙ୍କୁ ଆଇସିସି ଦଣ୍ଡ ଦେଉ ବୋଲି ଦାବି କରିଛନ୍ତି ।

କଣ କହୁଛି ଆଇସିସି ନିୟମ

ଆଇସିସି ନିୟମ ଅନୁସାରେ, ଯଦି ଫିଲ୍ଡର ବ୍ୟାଟସମ୍ୟାନଙ୍କ ଧ୍ୟାନ ଭଙ୍ଗ ପାଇଁ ଚେଷ୍ଟା କରନ୍ତି ତେବେ ୪୧.୫.୧ ଆଧାରରେ ଏହା ଭୁଲ୍ । ଅମ୍ପାୟାରଙ୍କୁ ଯଦି ଫିଲ୍ଡର ଏପରି କରିଥିବା ଲାଗେ ତେବେ ସେ ସମସ୍ୟାର ସାମ୍ନା କରିଥିବା ଦଳକୁ ୫ ରନ୍ ଦେଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.