ଦୟନୀୟ ଦଶାରେ ବି ମୁଶର୍ରଫଙ୍କୁ କୋଷୁଛନ୍ତି ପାକିସ୍ତାନୀ, କହୁଛନ୍ତି- ଯାହା କରିଛି ତାହା ଏବେ ଭୋଗୁଛି

Published By : Prameya-News7 Bureau | March 03, 2021 IST

ଇସ୍ଲାମାବାଦ : ପାକିସ୍ତାନ ସୋସିଆଲ ମିଡିଆରେ ଏବେ ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶର୍ରଫଙ୍କ ଫଟୋ ଟ୍ରେଣ୍ଡ କରୁଛି। ମୁଶର୍ରଫଙ୍କ ପାର୍ଟି ଅଲ ପାକିସ୍ତାନ ମୁସ୍ଲିମ ଲିଗ୍‌(ଏପିଏମଏଲ) ପ୍ରଥମେ ତାଙ୍କ ଫଟୋ ସେୟାର କରି ଦେଶବାସୀଙ୍କୁ ତାଙ୍କ ଲାଗି ଆଶୁ ଆରୋଗ୍ୟ କାମନା କରିବାକୁ ନିବେଦନ କରିଥିଲା। ତେବେ ଟ୍ୱିଟ୍‌ରେ ଲୋକେ ଗାଳିଗୁଲଜ  କରିବାରୁ ପାର୍ଟି ଏବେ ପୋଷ୍ଟ ଡିଲିଟ୍ କରିଦେଇଛି। ହେଲେ ମୁଶର୍ରଫଙ୍କ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପୋଷ୍ଟଟି ସେୟାର କରିଥିବା ବେଳେ ଲୋକେ ଯାହା ଇଛା ତାହା କମେଟ କରୁଛନ୍ତି।

wp:embed {"url":"https://twitter.com/fawadchaudhry/status/1366245507664871425","type":"rich","providerNameSlug":"twitter","responsive":true,"className":""}
https://twitter.com/fawadchaudhry/status/1366245507664871425
/wp:embed

ଫଟୋରେ ମୁଶର୍ରଫ ଏକ ହ୍ୱିଲ ଚେୟାର ଉପରେ ବସିଥିବା ଦେଖାଯାଉଛି। ଅତ୍ୟନ୍ତ ରୁଗ୍ଣ ଓ ଦୁର୍ବଳ ଦେଖାଯାଉଛନ୍ତି। ଦୟନୀୟ ପରିସ୍ଥିତିରେ ବି ଲୋକେ ତାଙ୍କ ଉପରେ ନିଜର ରୋଷ ବଖାଣିବାକୁ ଭୁଲୁ ନାହାନ୍ତି। ଲୋକେ ମୁଶର୍ରଫ ପାକିସ୍ତାନକୁ ଆମେରିକା ହାତରେ ବିକି ଦେଇଥିବାର ଅଭିଯୋଗ କରୁଛନ୍ତି। ସେ ଯାହା କରିଛନ୍ତି ଏବେ ତାର ଫଳ ଭୋଗୁଥିବା କମେଣ୍ଟରେ ଲେଖୁଛନ୍ତି।

{"id":417498,"width":580,"height":435,"sizeSlug":"large","linkDestination":"none"}

କିଏ ପାକିସ୍ତାନର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କୁ ଧମକାଇବାକୁ ମୁଶର୍ରଫ ଗୁଣ୍ଡା ପଠେଇଥିଲେ ବୋଲି ମନେ ପକାଉଛି ତ କିଏ ଇମ୍ରାନଙ୍କ ପୂର୍ବ ଅଭିଯୋଗ ଉଠାଇଛନ୍ତି। ଏଥିରେ ଜଣେ ୟୁଜର ସେ ଦେଶ ଲାଗି କେବେ ବି ହିରୋ ନଥିଲେ ବୋଲି ଉଲ୍ଲେଖ କରିଥିବା ବେଳେ ଦେଶକୁ ବିଦେଶୀ ସେନା ଡକାଇବା ଓ ଦେଶବାସୀଙ୍କ ଉପରେ ଅତ୍ୟାଚାର କିଏ କରିପାରେ କେବଳ ଜଣେ ଏକଛତ୍ରବାଦୀ ହିଁ ଏପରି କରିପାରେ ବୋଲି ଲେଖିବାକୁ ବି ଭୁଲି ନାହାନ୍ତି।

{"id":417500,"sizeSlug":"large","linkDestination":"none"}

ତେବେ କିଛି ଲୋକେ ତାଙ୍କ ଅବସ୍ଥା ଉପରେ ଆହା କରୁଥିବା ମଧ୍ୟ ଦେଖାଯାଉଛି। ବାର୍ଦ୍ଧକ୍ୟରେ ଜୀବନଠୁ ହାରି ଯାଉଥିବା ଲୋକ ପ୍ରତି ଏପରି ମତ ମନ୍ତବ୍ୟ ଆଦୌ ସ୍ପୃହଣୀୟ ନୁହେଁ ବୋଲି ମଧ୍ୟ କେତେକ ଲୋକେ ମନ୍ତବ୍ୟ ଦେଉଛନ୍ତି। ରିଟାୟାର୍ଡ ଜେନେରାଲ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷ ଧରି ଦେଶର ଏକଛତ୍ରବାଦୀ ଶାସକ ଥିଲେ। ତେବେ ମହାଭିଯୋଗରୁ ବର୍ତ୍ତିବା ଲାଗି ସେ ୨୦୦୮ରେ  ଇସ୍ତଫା ଦେବା ସହ ଦେଶରେ ନିର୍ବାଚନ କରାଇଥିଲେ। ୧୭ ଡିସେମ୍ବର ୨୦୧୯ରେ ଏକ ସ୍ୱତନ୍ତ୍ର କୋର୍ଟ ରାଜଦ୍ରୋହ ଅପରାଧରେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ ସେ ଦେଶରୁ ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.