Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଇମ୍ରାନଙ୍କ ସହ ଯୁବତୀଙ୍କ ଭିଡିଓ ଭାଇରାଲ, ସରକାରଙ୍କୁ ଘେରିଲେ ବିରୋଧୀ

5/09/2019 at 4:02 PM

ଇସ୍ଲାମାବାଦ :  ଆଜିକାଲି ପାକିସ୍ତାନରେ ୨ ଜଣ ଯୁବତୀ ଇଣ୍ଟରନେଟ୍ ରେ ସେନସେସନ ସୃଷ୍ଟି କରିଛନ୍ତି । ଟିକଟକ୍ ରେ ଦେଶର ବଡବଡ ଲୋକଙ୍କ ସହ ଭିଡିଓ କରି ହରୀମ ଶାହ ଓ ସୁନ୍ଦଲ ଖଟକ ନାମ୍ନୀ ୨ ଯୁବତୀ ଏବେ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି। ଏମାନେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଦେଶମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଟିକଟକ୍ ଭିଡିଓ କରିସାରିଲେଣି। ଏମାନଙ୍କୁ ଟିକଟକ୍ ନିଶା ଏପରି ଘାରିଛି ଯେ ରାଜନେତାଙ୍କ ସହ ଭିଡିଓ କରିବା ଲାଗି ସେମାନଙ୍କୁ  ଧୋକା ଦେବାକୁ ବି ପଛଉ ନାହାନ୍ତି। ସେମାନେ ଏମିତି ଭାବେ ଭିଡିଓ ବନଉଛନ୍ତି ନେତା ତାର  ଟେର ବି ପାଉ ନାହାନ୍ତି।

ଏବେ ପାକ୍ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଟିକଟକ୍ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଲୋକଙ୍କୁ ସାଧାରଣରେ ଭେଟିବା ବି ସମ୍ଭବ ନୁହେଁ ସେମାନଙ୍କ ସହ ଏମାନେ ଭିଡିଓ କରୁଛନ୍ତି କେମିତି ? ଏ ନେଇ ଏକ ପାକିସ୍ତାନୀ ନ୍ୟୁଜ୍ ଚାନେଲ ନିକଟରେ ହରୀମଙ୍କର  ସାକ୍ଷାତକାର ପ୍ରସାରଣ କରିଥିଲା। ଯେଉଁଥିରେ ହରୀମ ସୌକ୍ ପାଇଁ ଟିକ୍ ଟକ୍ କରୁଥିବା କହିଛନ୍ତି। ସେହିପରି ନେତାଙ୍କ ସହ ଭିଡିଓ କରିବା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପାକିସ୍ତାନ ତେହେରିକ-ଏ-ଇଂସାଫର ସେ ଜଣେ ସମର୍ଥକ। ଏଣୁ ନେତାଙ୍କୁ ଭେଟିବାରେ ତାଙ୍କ ପାଇଁ କିଛି ଅସୁବିଧା ନାହିଁ। କେବେ କେବେ ଭେଟିବାକୁ ଯିବା ବେଳେ ନେତାଙ୍କ ସହ ଭିଡିଓ ବନେଇଥାଏ ବୋଲି କହିଛନ୍ତି ହରୀମ।

ତେବେ ସୁନ୍ଦଲ ଯାହା କହିଛନ୍ତି ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ। ସେ ଏକଦା ପିଟିଆଇ ନେତା ତଥା ପଞ୍ଜାବର ମନ୍ତ୍ରୀ ଫୟାଜ-ଉଲ-ହସନଙ୍କୁ ଭେଟିବାକୁ ଯାଇଥିବା ବେଳେ ଟିକଟକ୍ ଭିଡିଓ କଥା ତାଙ୍କ ମନକୁ ଆସିଥିଲା। ଏହି ଭିଡିଓକୁ ବେଶ ରେସପନ୍ସ ବି ମିଳିଥିଲା। ଏହା ପରଠାରୁ ସେ ଅନ୍ୟ ନେତା ଓ ମନ୍ତ୍ରୀମାନଙ୍କ ସହ ଭଡିଓ ବନେଇ ଆସୁଥିବା କହିଛନ୍ତି। ପ୍ରାୟତଃ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ରେଳମନ୍ତ୍ରୀଙ୍କୁ ଚକମା ଦେଇ ଯୁବତୀମାନେ ସେମାନଙ୍କର ଟିକଟକ୍ ଭିଡିଓ ବନେଇଥିଲେ। ଫଟୋ ପୋଜ ଦେବା ଲାଗି ମନ୍ତ୍ରୀ ଶେଖ ରଶିଦ ଛିଡା ହୋଇଥିବା ବେଳେ ତାଙ୍କ ଅଜ୍ଞାତରେ ଯୁବତୀ ଟିକଟକ୍ ସୁଟିଂ କରିନେଇଥିଲେ।

କେବଳ ରାଜନେତା ନୁହଁନ୍ତି କ୍ରିକେଟର ଓ ସେଲିବ୍ରିଟିଙ୍କ ନିକଟକୁ ବି ଏମାନେ ଟିକଟକ୍ ଭିଡିଓ କରିବାକୁ ପହଞ୍ଚି ଯାଉଛନ୍ତି। ଟିକଟକ୍ ସେଲିବ୍ରିଟି ପାଲଟିଥିବା ହରୀମ ଦେଶର ସବୁ ବଡ ନେତା ଓ ପ୍ରଭାବଶାଳୀ ଲୋକଙ୍କ ସହ ଭିଡିଓ ବନେଇବା କୁଚାହାନ୍ତି ବୋଲି କହିଛନ୍ତି। ଏହିକ୍ରମରେ ସେ ବିଲାବଲ ଭୁଟ୍ଟୋଙ୍କ ସହ ବି ଏକ ଭିଡିଓ କରିବାକୁ ଇଛୁକ ବୋଲି କହିଛନ୍ତି । ତେବେ ଯୁବତୀଙ୍କ ସହ ରାଜନେତାଙ୍କ ଟିକଟକ୍ ଭିଡିଓ ଭାଇରାଲ ହେବା ପରେ ବିରୋଧୀ ଇମ୍ରାନଙ୍କ ସହ ତାଙ୍କ ମନ୍ତ୍ରୀମାନଙ୍କୁ ଘେରିଛନ୍ତି। ଜନୈକ ପିପିପି ନେତା ଇମ୍ରାନଙ୍କ ଭିଡିଓ ସେୟାର କରି ଏହାକ ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏହି ଯୁବତୀମାନେ ଦେଶର ବଡବଡ ଲୋକଙ୍କ ସହ ଟିକଟକ୍ ଭିଡିଓ କରି ଦେଶରେ ଏବେ ଖୁବ୍ ନାମ ଓ ପ୍ରସିଦ୍ଧି ଅର୍ଜନ କରିଛନ୍ତି।

   Related Posts